Advertisment

କୋର୍ଟରେ ହାଜର ହେଲେ ଆର୍ୟନ

ଡ୍ରଗ୍ସ ମାମଲାରେ ଫସିଥିବା ପୁଅ ଆର୍ୟନଙ୍କ ସହ ୨ ମିନିଟ ପାଇଁ କଥା ହୋଇଛନ୍ତି ଶାହରୁଖ ଖାନ୍। ସେପଟେ ତାଙ୍କର ପୋଲିସ କଷ୍ଟଡି ଅବଧି ସରୁଥିବାରୁ ଆର୍ୟନଙ୍କୁ କୋର୍ଟରେ ହାଜର କରାଯାଇଛି। ଗତକାଲିଠାରୁ ଆର୍ୟନଙ୍କୁ ଗିରଫ ପରେ ଏନ୍ସିବି ପଚରାଉଚରା ଜାରି ରଖିଥିଲା। ଜେରାବେଳେ ଆର୍ୟନଙ୍କ ପାଖରୁ ଅନେକ ତଥ୍ୟ ମିଳିଥିବା କୁହାଯାଉଛି।

aryan-khan

aryan-khan

Advertisment

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଫସିଥିବା ପୁଅ ଆର୍ୟନଙ୍କ ସହ ୨ ମିନିଟ ପାଇଁ କଥା ହୋଇଛନ୍ତି ଶାହରୁଖ ଖାନ୍। ସେପଟେ ତାଙ୍କର ପୋଲିସ କଷ୍ଟଡି ଅବଧି ସରୁଥିବାରୁ ଆର୍ୟନଙ୍କୁ କୋର୍ଟରେ ହାଜର କରାଯାଇଛି। ଗତକାଲିଠାରୁ ଆର୍ୟନଙ୍କୁ ଗିରଫ ପରେ ଏନ୍ସିବି ପଚରାଉଚରା ଜାରି ରଖିଥିଲା। ଜେରାବେଳେ ଆର୍ୟନଙ୍କ ପାଖରୁ ଅନେକ ତଥ୍ୟ ମିଳିଥିବା କୁହାଯାଉଛି। ସେ ଗତ ୪ ବର୍ଷ ଧରି ଡ୍ରଗ୍ସ ସେବନ କରୁଥିଲେ ବୋଲି ଏନ୍ସିବି କହିଛି। ଏନ୍ସିବିର ସୂଚନା ଅନୁସାରେ, ଆର୍ୟନଙ୍କ ଲେନ୍ସ କେସ୍ ଭିତରୁ ଡ୍ରଗ୍ସ ମିଳିଥିଲା। ସେହିପରି ଗିରଫ ଯୁବତୀଙ୍କ ସାନିଟାରି ପ୍ୟାଡ୍ ପ୍ୟାକେଟ ଭିତରୁ ଓ ଅନ୍ୟ ଅଭିଯୁକ୍ତଙ୍କ ଔଷଧ ଡବା ଭିତରୁ ଡ୍ରଗ୍ସ ମିଳିଥିଲା।

Advertisment

ଗତକାଲି ଆର୍ୟନଙ୍କ ନିକଟରୁ ୧୩ ଗ୍ରାମର କୋକେନ୍, ୫ ଗ୍ରାମର ଏମଡି, ୨୧ ଗ୍ରାମର ଚରସ ଓ ୨୨ଟି ଏମଡିଏମଏ ବଟିକା ଜବତ କରାଯାଇଥିଲା। ସେହିଭଳି ତାଙ୍କଠାରୁ ୧ ଲକ୍ଷ ୩୩ ହଜାର ନଗଦ କ୍ୟାସ ମଧ୍ୟ ଜବତ ହୋଇଥିଲା। ଆର୍ୟନ ଖାଲି ଡ୍ରଗ୍ସ ସେବନ କରୁନଥିଲେ ଏହାର କିଣାବିକା ବି କରୁଥିବା ଏନସିବି ପାଖରେ ପ୍ରମାଣ ରହିଥିବା ଦର୍ଶାଯାଇଛି । ବେଆଇନ ଡ୍ରଗ୍ସ କିଣାବିକା ନେଇ ଏକାଧିକବାର ଆର୍ୟନ ସାଙ୍ଗଙ୍କ ସହ ଚାଟ୍ କରିଥିଲେ ବୋଲି ଏନ୍ସିବି କହିଛି।

Advertisment

ସୂଚନା ଅନୁସାରେ, ଇଣ୍ଟର ନ୍ୟାସନାଲ କ୍ରୁଜ୍ ଟର୍ମିନାଲରେ ୨୩ ବର୍ଷୀୟ ଆର୍ୟନଙ୍କ ନିକଟରୁ ୧୩ ଗ୍ରାମର କୋକେନ୍, ୫ ଗ୍ରାମର ଏମଡି, ୨୧ ଗ୍ରାମର ଚରସ ଓ ୨୨ଟି ଏମଡିଏମଏ ବଟିକା ଜବତ କରାଯାଇଥିଲା। ଏହାସହ ତାଙ୍କ ନିକଟରୁ ୧ ଲକ୍ଷ ୩୩ ହଜାର ନଗଦ କ୍ୟାସ୍‌ ମଧ୍ୟ ଜବତ ହୋଇଛି। ଆର୍ୟନ ଖାଲି ଡ୍ରଗ୍ସ ସେବନ କରୁନଥିଲେ। ଏହାର କିଣାବିକା ବି କରୁଥିବା ଏନ୍‌ସିବି ପାଖରେ ପ୍ରମାଣ ରହିଥିବା ଦର୍ଶାଯାଇଛି।

India News Bollywood Aryan Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ