Advertisment

ଜେଲ୍‌ରେ ପୁଅକୁ ଭେଟିଲେ ଶାହରୁଖ,ବାପାକୁ ଦେଖି ଇମୋସନାଲ୍‌ ହେଲେ ଆର୍ୟନ

ବଲିଉଡ୍‌ କିଙ୍ଗ୍‌ଖାନ୍‌ ଶାହରୁଖ ଖାନ୍‌ ଆଜି ସକାଳେ ମୁମ୍ବାଇ ସ୍ଥିତ ଆର୍ଥର ରୋଡ୍‌ ଜେଲ୍‌କୁ ଯାଇ ପୁଅ ଆର୍ୟନଙ୍କୁ ଭେଟିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶାହରୁଖ ଜେଲ୍‌ ଭିତରେ ଆର୍ୟନଙ୍କୁ ଭେଟି କଥାବାର୍ତ୍ତା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

ଅଦ୍ୟତନ ହୋଇଛି
Shah Rukh Khan Meets Son In Jail

Shah Rukh Khan Meets Son In Jail

Advertisment

ମୁମ୍ବାଇ: ବଲିଉଡ୍‌ କିଙ୍ଗ୍‌ଖାନ୍‌ ଶାହରୁଖ ଖାନ୍‌ ଆଜି ସକାଳେ ମୁମ୍ବାଇ ସ୍ଥିତ ଆର୍ଥର ରୋଡ୍‌ ଜେଲ୍‌କୁ ଯାଇ ପୁଅ ଆର୍ୟନଙ୍କୁ ଭେଟିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶାହରୁଖ ଜେଲ୍‌ ଭିତରେ ଆର୍ୟନଙ୍କୁ ଭେଟି କଥାବାର୍ତ୍ତା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ଆର୍ୟନ ଭାବବିହ୍ୱଳ ହୋଇପଡ଼ିଥିଲେ ବୋଲି ସୂଚନା ମିଳିଛି।

Advertisment

ଜେଲ୍ ନିୟମ ଅନୁସାରେ, ଶାହରୁଖ ମାତ୍ର କିଛି ସମୟ ପାଇଁ ହିଁ ଆର୍ୟନଙ୍କୁ ଭେଟିଥିଲେ। ଉଭୟ ପାଖାପାଖି ୧୬ରୁ ୧୮ ମିନିଟ୍‌ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। 

Advertisment

ଡ୍ରଗ୍ସ ମାମଲାରେ ଅକ୍ଟୋବର ୩ରେ ଆର୍ୟନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଗିରଫ କରିଥିଲା। ଏହାପରଠୁ ଶାହରୁଖ ପୁଅ ଆର୍ୟନଙ୍କୁ ଭେଟିବାକୁ ଜେଲ୍‌ ଆସି ନଥିଲେ। ହେଲେ ଗତ ସପ୍ତାହରେ ଶାହରୁଖ ଓ ତାଙ୍କ ପତ୍ନୀ ଗୌରୀ ଖାନ୍‌ ଭିଡିଓ କଲ୍‌ରେ ଆର୍ୟନଙ୍କ ସହ କଥା ହୋଇଥିଲେ। 

Advertisment

ଏକ ସ୍ଥାନୀୟ କୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନ ୨ ଥର ଖାରଜ ହୋଇ ସାରିଲାଣି। ସ୍ପେଶାଲ କୋର୍ଟରେ ଆର୍ୟନଙ୍କ ଜାମିନ୍ ଆବେଦନ ଖାରଜ ହେବା ପରେ ବମ୍ବେ ହାଇକୋର୍ଟରେ ଜାମିନ୍ ଆବେଦନ ହୋଇଛି। 

ସୂଚନାଥାଉ କି, ଡ୍ରଗ୍ସ ମାମଲାରେ ଶାହରୁଖଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନକୁ ମୁମ୍ବାଇର ଏନ୍‌ଡିପିଏସ୍‌ କୋର୍ଟ ଖାରଜ କରିଛନ୍ତି। ଆର୍ୟନ ଖାନ୍‌ଙ୍କ ସମେତ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି । 

Shah Rukh Khan SRK Son Aryan Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ