Advertisment

ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ଛୁଟି ନେବାକୁ କହିଲେ ଶାହରୁଖ..?

ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟକ୍ତିତ୍ୱ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଅଦ୍ୟତନ ହୋଇଛି
Shah Rukh Khan- Modi

Shah Rukh Khan- Modi

Advertisment

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମ ଦିନ । ସାରା ଦେଶରେ ମୋଦିଙ୍କ ଜନ୍ମ ଦିନକୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳୁଛନ୍ତି ଜନତା । କିଏ ନିଜ ଚା ଦୋକାନରେ ମାଗଣା ଚା ଓ ରସଗୋଲା ବାଣ୍ଟି ମନାଉଛନ୍ତି ତ ଆଉ କିଏ ପୂଜା ପାଠ କରି ମୋଦିଙ୍କ ଦୀର୍ଘାୟୁ କାମନା କରୁଛନ୍ତି । ଦେଶର କୋଣ ଅନୁକୋଣରୁ ଆଜି ସକାଳୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । କେବଳ ଦେଶ କାହିଁକି ବିଦେଶରୁ ମଧ୍ୟ ମୋଦିଙ୍କୁ ଜନ୍ମ ଦିନର ଢେର୍ ସାରା ଶୁଭେଚ୍ଛା ଆସୁଛି । ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟକ୍ତିତ୍ୱ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

Advertisment

ଏହାରି ଭିତରେ ଅନେକ ସେଲିବ୍ରିଟି ମଧ୍ୟ ତାଙ୍କୁ ନିଆରା ଢ଼ଙ୍ଗରେ ନିଜ ନିଜ ଷ୍ଟାଇଲ୍‌ରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ସେଥିମଧ୍ୟରୁ ବଲିଉଡ୍‌ର କିଙ୍ଗ୍‌ଖାନ୍‌ ଶାହାରୁଖ ଖାନ୍‌ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ କିଙ୍ଗ୍‌ ଖାନ୍‌ ଏକ ସୁନ୍ଦର ପୋଷ୍ଟ ଲେଖିଛନ୍ତି । ଯାହା କି ଚର୍ଚ୍ଚାର ବିଷୟ ପାଲଟିଛି । ଶାହାରୁଖ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କାର୍ଯ୍ୟରୁ ଗୋଟିଏ ଦିନର ଛୁଟି ନେଇ ଜନ୍ମ ଦିନ ପାଳନ କରନ୍ତୁ ଏବଂ ଏନ୍‌ଜଏ କରନ୍ତୁ ।

ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଅନେକ ସେଲିବ୍ରିଟି ସୋସିଆଲ ମିଡିଆର ସାହାରା ନେଇଛନ୍ତି । ଶାହାରୁଖ ଖାନ୍‌ ମଧ୍ୟ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ବ୍ୟବହାର କରିଛନ୍ତି । ସେ ମୋଦିଙ୍କ ପାଇଁ ଲେଖିଛନ୍ତି, ‘ଦେଶ ଏବଂ ଦେଶବାସୀଙ୍କ ପାଇଁ ଆପଣ ଯେଉଁଭଳି ଅହରହ କାମ କରୁଛନ୍ତି  ତାହା ନିହାତି ଭାବେ ସ୍ୱାଗତ ଯୋଗ୍ୟ । ଆପଣଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସେତିକି ସାମର୍ଥ୍ୟ ଓ ଶକ୍ତି ମିଳୁ । ଗୋଟିଏ ଦିନର ଛୁଟି ନିଅନ୍ତୁ ଏବଂ ଜନ୍ମ ଦିନକୁ ପାଳନ କରି ଉପଭୋଗ କରନ୍ତୁ ।’

Advertisment

ଅନ୍ୟପଟେ ଆଜି ଜନ୍ମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମିବ୍ୟାରୁ ଆସିଥିବା ଚିତା ବାଘ ଗୁଡିକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଛନ୍ତି । ଯାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା । ତେବେ କୁନୋ ଜାତୀୟ ଉଦ୍ୟାନରେ ଚିତା ଛାଡ଼ିବା ଅବସରରେ ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟ ରଖିଛନ୍ତି ।

Advertisment

ସେ କହିଛନ୍ତି, ‘ବର୍ଷ ବର୍ଷ ଧରି ଚିତାଙ୍କ ପାଇଁ କିଛି ପଦକ୍ଷେପ ନିଆଯାଇନି । ଦୁର୍ଭାଗ୍ୟର କଥା ୧୯୫୨ରେ ଚିତା ଅବଲୁପ୍ତ ବୋଲି ଆମେ ଘୋଷଣା କରିଥିଲୁ । ହେଲେ ଦେଶରେ ପୁଣି ଥରେ ଚିତାଙ୍କ ଥଇଥାନ ପାଇଁ ୧୯୫୨ରୁ ଏପର୍ଯ୍ୟନ୍ତ ଦଶନ୍ଧି ଦଶନ୍ଧି ଧରି କିଛି ପଦକ୍ଷେପ ନିଆଗଲାନି । ବଡ଼ କଥା ହେଲା ଆଜାଦୀ କା ଅମୃତ ମହୋତ୍ସବ ବେଳେ ଚିତା ପୁଣି ଫେରିଛନ୍ତି । ସୁନେଲୀ ଭବିଷ୍ୟତ ପାଇଁ ଅତୀତ ମଉକା ଦେଇଛି । ତେବେ ଚିତାଙ୍କୁ ଦେଖିବାକୁ ଲୋକଙ୍କୁ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ । ସେମାନେ ଆମର ଅତିଥି, ଏଠାକୁ ନୂଆକରି ଆସିଛନ୍ତି, ଏଠାକାର ପାଣିପବନ ଜାଣନ୍ତିନି । ଏଠାକାର ପରିବେଶ ସହ ମିଶିଗଲେ, ଆମେ ସେମାନଙ୍କୁ ଦେଖିପାରିବା ବୋଲି ସେ କହିଛନ୍ତି ।’

Narendra Modi Shah Rukh Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ