Advertisment

ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସଂପର୍କ, ଏଣିକି ଅପରାଧ

ବୈବାହିକ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ । ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ଅପରାଧ ।

ଅଦ୍ୟତନ ହୋଇଛି
Sexual Assault

Sexual Assault

Advertisment

ଦିଲ୍ଲୀ ହାଇକେର୍ଟଙ୍କ ବଡ଼ ରାୟ । ବୈବାହିକ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟ ଭାରତୀୟ ପେନାଲ କୋଡରେ ଏକ ବଡ଼ ରାୟ ଶୁଣାଇଛନ୍ତି । ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ରାଜୀବ ଶାକଡର୍‌ ନିଜ ରାୟ ଶୁଣାଇ କହିଛନ୍ତି ଯେ, ଆଇପିସିର ଧାରା ୩୭୫(ଦୁଷ୍କର୍ମ) ଅନ୍ତର୍ଗତ ଧାରା ୨ରେ ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଲେ ସ୍ୱାମୀଙ୍କୁ ଅପରାଧ ମୁକ୍ତ କରିବା ପାଇଁ ରହିଥିବା ବ୍ୟବସ୍ଥା ଅସାମ୍ବିଧାନିକ । ଅର୍ଥାତ ଏହା ଏକପ୍ରକାର ଦୁଷ୍କର୍ମ ଓ ଅପରାଧ ବୋଲି ସେ କହିଛନ୍ତି ।

Advertisment

ତେବେ ଏହି ଶୁଣାଣି ସମୟରେ ଉପସ୍ଥିତ ଥିବା ଜଷ୍ଟିସ ହରିଶଙ୍କର ଏଥିରେ ଏକମତ ହୋଇ ନଥିବାର ଦେଖିବାକୁ ମିଳିଥିଲା । ହରିଶଙ୍କର କହିଛନ୍ତି ଯେ, ଆଇପିସିର ଧାରା ୩୭୫ ଅନ୍ତର୍ଗତ ଧାରା ୨ କୌଣସି ପ୍ରକାର ସାମ୍ବିଧାନିକ ନିୟମକୁ ଉଲ୍ଲଙ୍ଘନ କରୁନାହିଁ ।

ବୈବାହିକ ଦୁଷ୍କର୍ମ ପ୍ରସଙ୍ଗରେ ଡିଭିଜନ୍ ବେଞ୍ଚର ନେତୃତ୍ୱ ନେଉଥିବା ଜଷ୍ଟିସ୍ ଶାକଡର କହିଛନ୍ତି , ‘ବିବାହ ପରେ ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ କରିବା ସହ ସମାନ’ । ଦିଲ୍ଲୀ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରୁଥିଲେ।

Advertisment

ସେ ଆହୁରି କହିଛନ୍ତି ଯେ, ଯଦି ବି ସ୍ୱାମୀ ସ୍ତ୍ରୀ ବୈବାହିକ ସମ୍ପର୍କରେ ରହିଥାନ୍ତି, କିନ୍ତୁ ସ୍ତ୍ରୀ ସହିତ ଦୁଷ୍କର୍ମ କରିବା ସମାଜରେ କଦାପି ଗ୍ରହଣୀୟ ନୁହେଁ ଏବଂ ସମାଜର ସମସ୍ତ ଲୋକେ ଏହାକୁ ବିରୋଧ କରିବା ଦରକାର ବୋଲି ମାମଲାର ବିଚାର ପୃଷ୍ଠାର ୧୯୩ ପେଜ୍‌ରେ ଦର୍ଶାଇଛନ୍ତି ।

ତେବେ ଦେଶର ସବୁ ରାଜ୍ୟ ମହିଳାଙ୍କ ପ୍ରତି ହେଉଥିବା ଏହି ଅତ୍ୟାଚାରକୁ ବିରୋଧ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ କହିଛନ୍ତି । ଆଇପିସିର ଧାରା ୩୭୫ ରେ ପତ୍ନୀଙ୍କ ସହ ବାଧ୍ୟତାମୂଳକ ଭାବେ ଶାରୀରିକ ସମ୍ପର୍କ ରଖିବା ମାମଲାକୁ ଦୁଷ୍କର୍ମ ମାନିବା ଉଚିତ୍‌ । ଯାହାଦ୍ୱାରା ସମାଜରେ ଲୋକମାନେ ସଚେତନ ହେବା ସହ ଏହାକୁ ଦୃଢ଼ ବିରୋଧ କରିବେ । ଫଳରେ ପୀଡ଼ିତା ମହିଳାମାନେ ଏନେଇ ସ୍ୱର ଉଠାଇପାରିବେ ଏବଂ ଦୋଷୀ ମାନେ କଠୋର ଦଣ୍ତ ପାଇପାରିବେ ବେଲି ଜଷ୍ଟିସ୍‌ ଶାଡକର୍‌ କହିଛନ୍ତି ।

Advertisment
Sexual Assault Delhi HighCourt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ