Advertisment

“ମହିଳାଙ୍କ ଜଙ୍ଘକୁ ସ୍ପର୍ଶ କରିବାର ଅର୍ଥ ଦୁଷ୍କର୍ମ”

ତେବେ ପୂର୍ବରୁ ଅଗଷ୍ଟ ୧ରେ ମୁମ୍ବାଇ POCSO କହିଥିଲେ, କୌଣସି ନାବାଳିକାଙ୍କ ହାତ ଧରିବା କିମ୍ବା ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୁହେଁ। କେବଳ ଏତିକି ନୁହେଁ ବରଂ ଏପରି ମାମଲାରେ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ ମଧ୍ୟ କରିଦେଇଥିଲେ କୋର୍ଟ। ତେବେ ମାମଲାଟି ଏବେ ର ନୁହେଁ ବରଂ ୨୦୧୭ ମସିହାରେ ହୋଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଜଣେ ଯୁବକ ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ ପରେ ଏହି ଘଟଣାକୁ ନେଇ ସମ୍ପୃକ୍ତ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ଦାୟର ହୋଇଥିଲା

ଅଦ୍ୟତନ ହୋଇଛି
“ମହିଳାଙ୍କ ଜଙ୍ଘକୁ ସ୍ପର୍ଶ କରିବାର ଅର୍ଥ ଦୁଷ୍କର୍ମ”

court

Advertisment

ଥିରୁଅନନ୍ତପୁରମ୍‌: କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। କହିଲେ, ଦୁଷ୍କର୍ମ ପ୍ରୟାସ ସମୟରେ ମହିଳା କିମ୍ବା ନାବାଳିକା କିମ୍ବା ଯୁବତୀଙ୍କ ଜଙ୍ଘଙ୍କୁ ସ୍ପର୍ଶ କରାଯାଇଥିଲେ ତାହାକୁ ଦୁଷ୍କର୍ମ ବୋଲି କୁହାଯିବ। ଏକ ଯୌନ ଉତ୍ପୀଡ଼ନ ମାମଲାର ରାୟ ଶୁଣାଇବା ବେଳେ ଏମିତି କହିଛନ୍ତି କୋର୍ଟ। ବିଚାରପତି ବିନୋଦ ଚନ୍ଦ୍ରନ୍ ଏବଂ ଜିୟାଦ ରହମନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ୨ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ହୋଇନଥିଲେ ମଧ୍ୟ ଜଂଘକୁ ଛୁଇଁଲେ ବି ତାହାକୁ ଦୁଷ୍କର୍ମ ଭାବେ ଅଦାଲତ ମାନିବ । ୨୦୧୫ ମସିହାରେ ଘଟିଥିବା ଏକ ଯୌନ ଶୋଷଣ ମାମଲାର ବିଚାର କରି ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସୂଚନା ଅନୁସାରେ, ଜଣେ ବ୍ୟକ୍ତି ୧୧ ବର୍ଷର ପଡ଼ୋଶୀ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଆଉ ସେହି ମାମଲାର ବିଚାର କରି ଏପରି ରାୟ ଦେଇଛନ୍ତି କୋର୍ଟ।

Advertisment

ତେବେ ପୂର୍ବରୁ ଅଗଷ୍ଟ ୧ରେ ମୁମ୍ବାଇ POCSO କହିଥିଲେ, କୌଣସି ନାବାଳିକାଙ୍କ ହାତ ଧରିବା କିମ୍ବା ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୁହେଁ। କେବଳ ଏତିକି ନୁହେଁ ବରଂ ଏପରି ମାମଲାରେ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ ମଧ୍ୟ କରିଦେଇଥିଲେ କୋର୍ଟ। ତେବେ ମାମଲାଟି ଏବେ ର ନୁହେଁ ବରଂ ୨୦୧୭ ମସିହାରେ ହୋଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଜଣେ ଯୁବକ ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ ପରେ ଏହି ଘଟଣାକୁ ନେଇ ସମ୍ପୃକ୍ତ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ଦାୟର ହୋଇଥିଲା। ଆଉ ଏହି ମାମଲାର ଶୁଣାଣି କରି କୋର୍ଟ ଏପରି ରାୟ ଦେଇଛନ୍ତି। ସୂଚନା ଦେଉଛୁ କି, ପ୍ରୋଟେକ୍ସନ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରାର୍ମ ସେକସୁଆଲ୍ ଅଫେନ୍ସ ଆକ୍ଟକୁ POCSO କୁହାଯାଏ। ଏହି କୋର୍ଟରେ ୧୮ ବର୍ଷରୁ କମ୍‌ ଅର୍ଥାତ୍‌ ନାବାଳିକାଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ିତ ମାମଲାର ଶୁଣାଣି କରାଯାଏ। ୨୦୧୨ ମସିହାରେ ଏହି ଆଇନର ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ମାମଲାରେ ଅପରାଧୀମାନଙ୍କୁ ସଜ୍ଜା ଦିଆଯାଇଥାଏ। ଆଉ ୨୦୧୮ ମସିହାରେ ସରକାର ଏହି ଆଇନରେ ବଡ଼ ଧରଣର ସଂଶୋଧନ ମଧ୍ୟ କରିଥିଲେ।

ସେପଟେ, ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ । ସ୍ତ୍ରୀର ମାନ ରଖିବା ସ୍ୱାମୀର ଧର୍ମ । ସ୍ୱାମୀ, ସ୍ତ୍ରୀକୁ ଉଚିତ୍ ସମ୍ମାନ ଦେବା ଆବଶ୍ୟକ । ସ୍ତ୍ରୀକୁ ଅସମ୍ମାନ କଲେ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଗତକାଲି କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼େ ମାମଲାର ଶୁଣାଣି କରିବା ସମୟରେ ସ୍ୱାମୀଙ୍କୁ କଡ଼ା ନିନ୍ଦା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସ୍ୱାମୀ ହଇରାଣ କରିଥିବା ନେଇ ଅଭିଯୋଗ କରିଥିଲେ ସ୍ତ୍ରୀ । କେବଳ ଏତିକି ନୁହେଁ ସ୍ୱାମୀ ତାଙ୍କର ସମ୍ମାନ କରନ୍ତି ନାହିଁ ଏବଂ ଠିକ୍ ଭଲ ବ୍ୟବହାର କରନ୍ତି ନାହିଁ ବୋଲି ମଧ୍ୟ ଅଭିଯୋଗ କରିଥିଲେ । ପ୍ରଧାନ ବିଚାରପତି ଏନ.ଭି ରମନା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଛି ।

Advertisment
India Kerala High Court Sexual Assault
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ