Advertisment

ଫେକ୍‌ ୱେବସାଇଟ୍‌ରେ ସେକ୍ସ ରାକେଟ୍‌, ପ୍ରୋଫାଇଲ୍‌ କରୁ କରୁ ୩୦୦ Friend Request...

ରେଜିଷ୍ଟ୍ରେସନ ଫି’ ଓ ଆଡ୍‌ଭାନ୍ସ ହୋଟେଲ ଚାର୍ଜ ନାଁରେ ଯୁବକଙ୍କ ଠାରୁ ଠକେଇ କରୁଥିବା ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବିହାର ପାଟନାର ପତ୍ରକାରନଗର ପୋଲିସ୍‌।

ଅଦ୍ୟତନ ହୋଇଛି
Sex Racket Busted In Bihar

Sex Racket Was Running From Fake Website

Advertisment

ଫେକ୍‌ ୱେବସାଇଟ୍‌ ବନାଇ ଯୁବକଙ୍କୁ ପ୍ଲେ ବୟ କରି ଠକୁଥିବା ଏକ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ରେଜିଷ୍ଟ୍ରେସନ ଫି’ ଓ ଆଡ୍‌ଭାନ୍ସ ହୋଟେଲ ଚାର୍ଜ ନାଁରେ ଯୁବକଙ୍କ ଠାରୁ ଠକେଇ କରୁଥିବା ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବିହାର ପାଟନାର ପତ୍ରକାରନଗର ପୋଲିସ୍‌। ଏହି ଘଟଣାରେ ୨ ଯୁବକ ଗିରଫ ହେବାପରେ ପୁରା ଘଟଣା ସାମ୍ନାକୁ ଆସିଛି। ପୋଲିସ୍‌ କହିବା ଅନୁସାରେ, ଅର୍ପିତ କୁମାର ଏହି ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟର ବୋଲି ଜଣାପଡ଼ିଛି। ଅର୍ପିତ ଫେକ୍‌ ୱେବସାଇଟ୍‌ କରି ଏଥିରେ ଝିଅମାନଙ୍କ ଫଟୋ ଦେଇ ଏକ ଫେକ୍‌ ପ୍ରୋଫାଇଲ କରୁଥିଲେ। ଏହାପରେ ଅନ୍ୟଜଣେ ଯୁବକ ବିହାର ସମେତ ଅନ୍ୟ ରାଜ୍ୟରେ ଯୁବକଙ୍କୁ ପ୍ଲେ ବୟ କରିବା ପାଇଁ ସେମାନଙ୍କ ସହ ଯୋଗାଯୋଗ କରୁଥିଲେ। 

Advertisment

ମଙ୍ଗଳବାର ଦିନ ପତ୍ରକାରନଗର ପୋଲିସ୍‌ ୱାରିସାଲିଗଞ୍ଜରେ ରହୁଥିବା ଅର୍ପିତଙ୍କ ୨ ସହଯୋଗୀ-  ନିଶାନ୍ତ କୁମାର ଓ ଅଭିନାଶ କୁମାରଙ୍କୁ ଗାଡ଼ି ଚେକିଂ ବେଳେ ଗିରଫ କରିଥିଲା। ଏହାପରେ ସେମାନଙ୍କୁ ପଚରାଉଚରା ପରେ ଅର୍ପିତଙ୍କ ପାଖରେ ପୋଲିସ୍‌ ପହଞ୍ଚିଥିଲା। କୁହାଯାଉଛି ଯେ, ଗତ ୨ ବର୍ଷ ହେବ ଅର୍ପିତ ଓ ତାଙ୍କ ଗ୍ୟାଙ୍ଗ ୨୦୦ରୁ ଅଧିକ ଯୁବକଙ୍କୁ ଠକେଇ ଜାଲରେ ଫସାଇଛନ୍ତି। ଏମାନଙ୍କ ନିକଟର ଜବତ ହୋଇଥିବା ମୋବାଇଲ୍‌ରୁ ପ୍ରତ୍ୟେକ ମାସରେ ୩୦ରୁ ୪୦ ହଜାର ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡ଼ିଛି। ଏଥିରୁ ଜଣାପଡ଼ୁଛି ଯେ, ପ୍ରତି ମାସରେ ଜଣେ ଯୁବକଙ୍କ ଠାରୁ ସେମାନେ ୩୦ରୁ ୪୦ ହଜାର ଟଙ୍କା ଠକେଇ କରୁଥିଲେ।

୧୦ରୁ ଅଧିକ ମୋବାଇଲ୍‌ ନମ୍ବରରୁ ଠକେଇ...

ପଚରାଉଚରା ବେଳେ ଜଣାପଡ଼ିଛି ଯେ, ଅଭିନାଶ ଓ ନିଶାନ୍ତ ଉଭୟ ସ୍ନାତକ ହାସଲ କରିଛନ୍ତି। ଏମାନେ ଅର୍ପିତଙ୍କ ସହ ଗତ ୨ ବର୍ଷ ହେବ ଯୋଗାଯୋଗରେ ଅଛନ୍ତି। ଉଭୟ ଜେରା ବେଳେ କହିଛନ୍ତି ଯେ, ଅର୍ପିତ ପ୍ରୋଫାଇଲ୍‌ କରିବା ପାଇଁ ୧୦ରୁ ଅଧିକ ମୋବାଇଲ୍‌ ଫୋନ୍‌ ନିଜ ପାଖରେ ରଖିଥିଲେ। ଝିଅମାନଙ୍କ ଫଟୋ ଦେଇ ପ୍ରୋଫାଇଲ କରିବାର କିଛି ସମୟ ପରେ ୨୦୦ରୁ ୩୦୦ଶହ Friend Request ଆସୁଥିଲା। 

Advertisment

ବ୍ଲଡ୍‌ ଗ୍ରୁପ୍‌, ଫଟୋ ଓ ଆଧାରକାର୍ଡର ଡିମାଣ୍ଡ୍‌...

ଦିଆଯାଇଥିବା ଫୋନ୍‌ ନମ୍ବରରେ ଯେତେବେଳେ କେହି ଯୋଗାଯୋଗ କରୁଥିଲେ, ସେତେବେଳେ ସେମାନଙ୍କୁ ପ୍ରଥମେ ପ୍ରଲୋଭନ ଦେଖାଉଥିଲେ। ଏହାପରେ ଦିଲ୍ଲୀ, ମୁମ୍ବାଇ ସମେତ ଅନ୍ୟ ସହରର ମହିଳାମାନଙ୍କ ସହ ସେମାନଙ୍କର କଥାବାର୍ତ୍ତା କରାଇ ଦେବେ ବୋଲି କୁହାଯାଉଥିଲା। ଶେଷରେ ଯେଉଁମାନେ ଏହି ଠକେଇ ଜାଲରେ ପଡ଼ୁଥିଲେ, ସେମାନଙ୍କୁ ଧନୀ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରିବା ପାଇଁ କୁହାଯାଉଥିଲା। ଏଥିପାଇଁ ସେମାନଙ୍କୁ ବ୍ଲଡ୍‌ ଗ୍ରୁପ୍‌, ଫଟୋ ଓ ଆଧାରକାର୍ଡ ଦେବା ପାଇଁ କୁହାଯାଉଥିଲା। ପ୍ରଥମେ ରେଜିଷ୍ଟ୍ରେସନ ଫି’ ଓ ହୋଟେଲ୍‌ ଚାର୍ଜ ଦେବା ପାଇଁ ଯୁବକଙ୍କୁ କୁହାଯାଉଥିଲା। ପରେ ସେମାନଙ୍କଠାରୁ ଆଉ କୌଣସି ଟଙ୍କା ନିଆଯିବ ନାହିଁ ବୋଲି ମଧ୍ୟ ଆଶ୍ୱାସନା ଦିଆଯାଉଥିଲା। 

କୋରିୟରରେ ଆସୁଥିଲା ସିମ୍‌କାର୍ଡ...

ଫେକ୍‌ ସିମ୍‌ରେ ଠକେଇ ଜାଲରେ ଫସିଥିବା ଯୁବକମାନଙ୍କ ସହ କଥାବାର୍ତ୍ତା କରାଯାଉଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଫେକ୍‌ ଆଇଡି ମାଧ୍ୟମରେ ପଶ୍ଚିମବଙ୍ଗରୁ ଫେକ୍‌ ସିମ୍‌ ସବୁ ଆସୁଥିଲା। କୋରିୟରରେ ଏହିସବୁ ସିମ୍‌କାର୍ଡ ଆସୁଥିଲା। ୨ରୁ ୩ ଜଣ ଯୁବକଙ୍କ ସହ ଠକେଇ କରିବା ପରେ ସେହିସବୁ ସିମ୍‌କୁ ଭାଙ୍ଗି ଫିଙ୍ଗି ଦିଆଯାଉଥିଲା। ପୋଲିସ୍‌ ଏବେ ଏହି ବ୍ୟାଙ୍କ୍‌ ଆକାଉଣ୍ଟ ଗୁଡ଼ିକର ଖୋଳତାଡ଼ ଜାରି ରଖିଛି। 

Advertisment
Fake Website Sex Racket Busted
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ