Advertisment

ବାତ୍ୟା ମାଣ୍ଡୋସ୍ ତାଣ୍ଡବ, ରାତିଅଧରେ ଲ୍ୟାଣ୍ଡଫଲ୍ ପରେ ବ୍ୟାପକ କ୍ଷୟକ୍ଷତି

ବାତ୍ୟା ମାଣ୍ଡୋସ୍‌ର ପ୍ରଭାବ ଦେଖିବାକୁ ମିଳିଛି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ।

undefined

Cyclone Mandous

Advertisment

ଘୁ ଘୁ ପବନ... ତୁହାକୁ ତୁହା ବର୍ଷା। ତାମିଲନାଡୁର ମାମଲାପୁରମ ନିକଟରେ ବାତ୍ୟା ମାଣ୍ଡୋସ ସ୍ଥଳଭାଗ ଛୁଇଁବା ପରେ ଉପୁଡି ପଡିଛି ବର୍ଷ ବର୍ଷ ଧରି ଠିଆ ହୋଇଥିବା ବିରାଟ ଗଛ କେଉଁଠି ଗାଡି ଉପରେ ବିଶାଳ ଗଣ୍ଡି ମାଡି ବସିଛି ତ କେଉଁଠି ଗଛ ପଡି ରାସ୍ତା ବନ୍ଦ ଗାଡିମୋଟର। କାନ୍ଥ ଭୁଶୁଡି ମାଟି ତଳେ ଚାପି ହୋଇରହିଛି ଏକାଧିକ ଗାଡି ମୋଟର ପବନ ମାଡରେ ଉଡିଯାଇଛି। ପେଟ୍ରୋଲ ପମ୍ପର ଛାତ ବଡ ବଡ ବିଲଡିଂ ବି କ୍ଷତିଗ୍ରସ୍ତ ହୋଇଛି।

Advertisment

ତାମିଲନାଡୁରେ ତାଣ୍ଡବ ରଚିଛି ମାଣ୍ଡୋସ। ଚାରିଆଡେ ବାତ୍ୟା ଛାଡିଯାଇଛି କ୍ଷୟକ୍ଷତିର ଚିହ୍ନ ମେରାଇନ୍ ଡ୍ରାଇଭ। ଚେନ୍ନାଇ ମରିନା ବିଚ୍‌ର କୂଳକୁ ମାଡିଆସିଛି ଉଚ୍ଚ ଜୁଆର। ଲଗାଣ ବର୍ଷା ଯୋଗୁଁ ସହର ଭିତର ବି ଜଳମଗ୍ନ ଘର ଭିତରେ ପାଣି ଜମିଛି। ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତାମିଲନାଡୁ ଓ କେରଳ ଉପକୂଳ ସମେତ କର୍ଣ୍ଣାଟକର କିଛି ଅଂଚଳ ବି ପ୍ରଭାବିତ ହୋଇଛି। ବାତ୍ୟା ପ୍ରଭାବରେ ଆନ୍ଧ୍ରରେ ବି ଜାରି ରହିଛି ବର୍ଷା ରାଜ୍ୟର କେଭିବି ପୂରମ ଅଂଚଳରେ ଦେଖାଦେଇଛି ବନ୍ୟା ଆଶଙ୍କା ନଦୀ ବିପଦସଙ୍କେତ ଛୁଇଁଲାଣି। ଜାତୀୟ ରାଜପଥ ଉପରେ ପାଣି ଚାଲିଛି ଅନେକ ଅଂଚଳ ବୁଡି ରହିଛି।

ଏପଟେ ବାତ୍ୟା ମାଣ୍ଡୋସ୍‌ର ପ୍ରଭାବ ଦେଖିବାକୁ ମିଳିଛି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ। ଗଜପତି, ଗଂଜାମ ଓ ରାୟଗଡାରେ ଗତକାଲି ରାତିରୁ ଝିପ ଝିପ ବର୍ଷା ସହ କୋହଲା ପାଗ ଲାଗି ରହିଛି ଗଜପତି। ମୁଣ୍ଡ ଉପରେ ଘୋଡାଇ ହୋଇଛି କଳାହାଣ୍ଡିଆ ମେଘ ମଝିରେ ମଝିରେ ଝିପ୍ ଝିପ୍ ବର୍ଷା ବି ହେଉଛି। ତେଣୁ ବର୍ଷକର ପରିଶ୍ରମକୁ ସାଇତି ରଖିବାକୁ ଲାଗି ପଡିଛି ଚାଷୀକୂଳ ନୀଳଗିରି। ବିଲରୁ ଧାନ ବାନ୍ଧି କିଏ ସୁରକ୍ଷିତ ସ୍ଥାନକୁ ନେଉଛି ତ ଆଉ କିଏ ସମୟ ଅଭାବରୁ ରାସ୍ତାକଡରେ ରଖି ପାଲ ଢାଙ୍କି ଦେଉଛି ଅଦିନିଆ ବର୍ଷାରେ ପାଚିଲା ଧାନ ନଷ୍ଟ ହେବାର ଆଶଙ୍କା କରିଛି ଚାଷୀ।

Advertisment

(ନୀଳଗିରିରୁ ବିଶ୍ୱମ୍ବର ଦାସ, ପାରଳାଖେମୁଣ୍ଡିରୁ ଆଦର୍ଶ ଦାସଙ୍କ ସହ ବ୍ରହ୍ମପୁରରୁ ଅଶୋକ ବ୍ରହ୍ମାଙ୍କ ରିପୋର୍ଟ)

Cyclone Impact In Odisha Cyclone Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ