ହିମାଚଳ ପ୍ରଦେଶରେ ପ୍ରକୃତିର ଦାଉ । ଆଖି ପିଛୁଳାକେ ୭ ମହଲା କୋଠା ଧସି ମାଟିରେ ମିଶିଲା । କୁଲ୍ଲୁ ଜିଲ୍ଲା ଅନି ବସଷ୍ଟାଣ୍ଡ ନିକଟରେ ଭୟଙ୍କର ଭୁସ୍ଖଳନରେ ଅନେକ ବହୁମହଲା କୋଠା ମାଟିରେ ମିଶିଛି । ଧସି ପଡିଥିବା କୋଠା ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । କୋଠା ଭୁଶୁଡିବା ନେଇ ପୋଲିସ ସ୍ପଷ୍ଟ କରିଛି । ଗତ କିଛି ଦିନ ଧରି ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ପାହାଡ଼ିଆ ଅଞ୍ଚଳର ଅନେକ ସ୍ଥାନରେ ଭୁସ୍ଖଳନ ସ୍ଥିତି ଉପୁଜିଥିଲା ।
Also Read
୩ ଦିନ ଧରି କୁଲୁ ଅଞ୍ଚଳର ଅନିରେ ବି ଲଗାଣ ବର୍ଷା ହୋଇଥିଲା । ଏଠାକାର ବସଷ୍ଟାଣ୍ଡରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅନେକ କୋଠା ଧସି ମାଟିରି ମିଶିଛି । ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାମ ଆରମ୍ଭ ହୋଇଛି ।
ସୋସିଆଲ୍ ମିଡିଆରେ ଏହି ସମୟର ଦୃଶ୍ୟ ଭାଇରାଲ୍ ହେଉଛି । ଅଟ୍ଟାଳିକା ଭୁଶୁଡି ସମଗ୍ର ଅଞ୍ଚଳ ଧୂଳିମୟ ହୋଇଯାଉଥିବା ଦେଖିବାକୁ ମିଳୁଛି । ଏନେଇ ଖବର ପାଇ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ପ୍ରବଳ ବର୍ଷା ଫଳରେ କୁଲ୍ଲୁ-ମଣ୍ଡିକୁ ସଂଯୋଗ କରୁଥିବା ରାଜପଥରେ ଶହ ଶହ ଗାଡି ଅଟକି ରହିଛି । ଏକ ବିକଳ୍ପ ମାର୍ଗ ପାଣ୍ଡୋହ ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି । ଫଳରେ ଏଠାରେ ଟ୍ରାଫିକ୍ ଚଳାଚଳ ସ୍ଥଗିତ ରହିଛି ।
ସେପଟେ ଆଜିଠାରୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ମୁଖ୍ୟମନ୍ତ୍ରୀ ସୁଖବେନ୍ଦର ସୁଖୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ୍ସ(ପୂର୍ବର ଟ୍ୱିଟର)ରେ ଲେଖିଛନ୍ତି ଯେ, କୁଲ୍ଲୁରେ ଅଥୟ କରିଦେବା ଭଳି ଦୃଶ୍ୟ ସାମ୍ୟାକୁ ଆସିଛି। ଅନେକ ବାଣିଜ୍ୟିକ କୋଠା ଭୁଶୁଡି ପଡିଛି। ଭୂସ୍ଖଳନ ନେଇ ଆଶଙ୍କା କରି ପୂର୍ବରୁ ପ୍ରଶାନ ବିଲ୍ଡିଂରେ ଥିବା ଆସବାବପତ୍ରକୁ ସଫଳତାର ସହ ସ୍ଥାନାନ୍ତର କରିଥିଲା।