Advertisment

ଡାଲ ଲେକ୍‌ରେ ହୁତୁହୁତୁ ହୋଇ ଜଳିଗଳା ଅନେକ ହାଉସ୍‌ବୋଟ୍‌, ଦେଖନ୍ତୁ ଭିଡିଓ...

ଶ୍ରୀନଗରର ଏକ ବୃହତ୍ ଶିଳ୍ପ ଡାଲ୍ ହ୍ରଦ ଉପରେ ନିର୍ଭର କରେ । ଏହି ଅଗ୍ନିକାଣ୍ଡ ଯୋଗୁଁ ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଥିବା କହିଛନ୍ତି ସ୍ଥାନୀୟ ବ୍ୟବସାୟୀ ।

Dal Lake Firemishap

Dal Lake Firemishap

Advertisment

ହ୍ରଦରେ ନିଆଁ । ଜମ୍ମୁ କଶ୍ମୀର ଶ୍ରୀନଗରରେ ଚାହୁଁ ଚାହୁଁ ଜଳିଗଲା ଏକାଧିକ ବୋଟ୍ । ଗତକାଲି ରାତିରେ ଡାଲ୍ ହଦ୍ରରେ ଥିବା ଅନେକ ବୋଟ୍‌ରେ ନିଆଁ ଲାଗିଯାଇଥିଲା । ଫଳରେ ୫ ରୁ ଅଧିକ ହାଉସ ବୋଟ୍ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । ଶ୍ରୀନଗରରେ ଡାଲ୍ ହ୍ରଦ ଏକ ପ୍ରମୁଖ ପର୍ଯ୍ୟଟନ ଓ ବ୍ୟବସାୟିକ ସ୍ଥଳ । ଯେଉଁଠି ଖାଇବାଠୁ ଆରମ୍ଭ କରି ପିନ୍ଧିବା ସାମଗ୍ରୀ ଭଳି ବହୁ ମୂଲ୍ୟବାନ ସାମଗ୍ରୀ ମିଳିଥାଏ । ଶ୍ରୀନଗରର ଏକ ବୃହତ୍ ଶିଳ୍ପ ଡାଲ୍ ହ୍ରଦ ଉପରେ ନିର୍ଭର କରେ । ଏହି ଅଗ୍ନିକାଣ୍ଡ ଯୋଗୁଁ ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଥିବା କହିଛନ୍ତି ସ୍ଥାନୀୟ ବ୍ୟବସାୟୀ ।

Advertisment

ତେବେ ନିଆଁ ଲାଗିଥିବା ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଅନ୍ୟପଟେ ଅଗ୍ନିକାଣ୍ଡର ମୂଳ କାରଣ ଜଣାପଡ଼ିନଥିବା କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ । ଅଗ୍ନିକାଣ୍ଡରେ କୌଣସି ପର୍ଯ୍ୟଟକ ଆହତ ହୋଇନଥିବା ସ୍ପଷ୍ଟ ହୋଇଛି ।

Advertisment

ପ୍ରଥମେ ଗୋଟିଏ ବୋଟରେ ନିଆଁ ଲାଗିବା ପରେ ହଠାତ ଏହା ଅନ୍ୟ ହାଉସ ବୋଟକୁ ବ୍ୟାପୀ ଯାଇଥିଲା । ପୋଲିସ ଏହାକୁ ନେଇ ମାମଲା ଦାୟର କରିବା ସହିତ ନିଆଁ ଲାଗିବାର କାରଣ ଖୋଜୁଛି ।

Advertisment


— Kashmir Convener (@KashConvener) November 11, 2023

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ