Astrospeak
  • Live TV
  • Read In English

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଖମ୍ବରେ ମାଡ଼ ହୋଇ ଚୁରମାର ହୋଇଗଲା ଅଡି କାର୍, ସମସ୍ତ ୭ ଜଣ ମୃତ

ପ୍ରାଥମିକ ସୂଚନା ଅନୁସାରେ ଅଡି Q3 କାର୍ ରାସ୍ତା କଡ଼ରେ ଥିବା ଖମ୍ବକୁ ଜୋରରେ ଧକ୍କା ହୋଇଥିଲା । ବିଳମ୍ବିତ ରାତିରେ କୋରାମଙ୍ଗାଲାରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ଯୁଗ୍ମ କମିଶନର (ଟ୍ରାଫିକ୍) ଡକ୍ଟର ବି.ଆର. ରବିଚନ୍ଦଗୌଡ଼ା ସୂଚନା ଦେଇଛନ୍ତି

accident
accident

News Summary

ବେଙ୍ଗାଲୁରୁରେ ବଡ଼ ଧରଣର ସଡ଼କ ଦୁର୍ଘଟଣା

ଦୁର୍ଘଟଣାରେ ସମସ୍ତ ସାତ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି

ବେଙ୍ଗାଲୁରୁ : ଅଡି କାର୍ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୭ ଜଣଙ୍କ ଜୀବନ । ବେଙ୍ଗାଲୁରୁରେ କୋରାମଙ୍ଗାଲା ଅଞ୍ଚଳରେ ଏକ କାର ଦୁର୍ଘଟଣାରେ ସମସ୍ତ ସାତ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି ସ୍ଥାନୀୟ ପୋଲିସ । ମୃତ ଦେହ ଉଦ୍ଧାର କରି ପୋଷ୍ଟମୋଟମ ପାଇଁ ପଠାଇ ଦିଆଯାଇଛି । କାରର ଚିତ୍ର ଦେଖିଲେ ଦୁର୍ଘଟଣାର ଭୟାବହତା ସମ୍ପର୍କରେ ସ୍ପଷ୍ଟ ହେଉଛି ।

ପ୍ରାଥମିକ ସୂଚନା ଅନୁସାରେ ଅଡି Q3 କାର୍ ରାସ୍ତା କଡ଼ରେ ଥିବା ଖମ୍ବକୁ ଜୋରରେ ଧକ୍କା ହୋଇଥିଲା । ବିଳମ୍ବିତ ରାତିରେ କୋରାମଙ୍ଗାଲାରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ଯୁଗ୍ମ କମିଶନର (ଟ୍ରାଫିକ୍) ଡକ୍ଟର ବି.ଆର. ରବିଚନ୍ଦଗୌଡ଼ା ସୂଚନା ଦେଇଛନ୍ତି । କାରରେ ସବାର ଥିବା ସମସ୍ତ ୭ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସେ କହିଛନ୍ତି ।

ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ କାରଟି କେଉଁଠୁ ଆସୁଥିଲା, ଆଉ କାରରେ ସବାର ଥିବା ଲୋକେ କେଉଁଆଡ଼େ ଯାଉଥିଲେ ତାହା  ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ତେବେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ଗାଡ଼ି ଚଳାଇବା ସମୟରେ ଡ୍ରାଇଭର ମଦ୍ୟପାନ କରିଛି କି ନାହିଁ ତାହା ମଧ୍ୟ ତଦନ୍ତ କରାଯାଉଛି । ରାସ୍ତାଟି ସମ୍ପୂର୍ଣ୍ଣ ଖାଲି ଥିବାବେଳେ ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ବୋଲି ସୂଚନା ମିଳିଛି ।

ଦ୍ରୁତ ଗତିରେ ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣାର ହୋଇଥିବା କହିଛନ୍ତି ଡକ୍ଟର ବି.ଆର. ରବିଚନ୍ଦଗୌଡ଼ା । ବେପରୁଆ ହୋଇ ରାତିରେ ତିବ୍ର ବେଗରେ ଗାଡି ଚଳାଇବା ଯୋଗୁଁ ଏପରି ଘଟଣା ଘଟିଛି । କାରଟି ରାସ୍ତା କଡରେ ଥିବା ଖମ୍ବ ସହ ଧକ୍କା ହୋଇଛି । ତେବେ ଏହି ଦୁର୍ଘଟଣାରେ ସଂଲଗ୍ନ କୋଠାର କାନ୍ଥ ମଧ୍ୟ କ୍ଷତିଗ୍ରସ୍ତ ହୋଇଯାଇଛି ।