୫ ମହଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ତ; ଜିଅନ୍ତା ଜଳିଗଲେ ୭ ଜଣ, ୪୦ରୁ ଊର୍ଦ୍ଧ୍ୱ ଗୁରୁତର

ମୁମ୍ବାଇର ଗୁରଗାଁଓରେ ଆଜି ଭୋରରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି।

Fire Mishap

ମୁମ୍ବାଇର ଏକ କୋଠାରେ ନିଆଁ ଲାଗି ୭ ଜଣଙ୍କ ମୃତ୍ୟୁ ଘଟିଛି । ଗୋରେଗାଓଁ ଅଞ୍ଚଳର ଏକ ୫ ମହଲା କୋଠାର ପାର୍କିଂ ଓ ତଳ ମହଲାରେ ନିଆଁ ଲାଗିଯିବାରୁ ଘଟିଛି ଅଘଟଣ। ଆଜି ଭୋରରୁ ନିଆଁ ଲାଗି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ନିଆଁ ଓ ଧୂଆଁ ବ୍ୟାପି ଯାଇଥିଲା । ଫଳରେ ଶ୍ୱାସରୁଦ୍ଧ ହୋଇ ଅନେକ ଅସୁସ୍ଥ ହୋଇଥିଲୋ ୪୦ରୁ ଅଧିକ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । 

ତେବେ ଏତେ ବଡ଼ ଅଗ୍ନିକାଣ୍ଡ କେମିତି ହେଲା ? ନିଆଁ ଲାଗିବା ପରେ ଆୟତ୍ତ ହୋଇପାରିଲାନି କେମିତି ? ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ । ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି । ଭୋରୁ ଭୋରୁ ଏହି ଅଗ୍ନିକାଣ୍ଡ ଘଟିଥିଲା।  ଏହି ସମୟରେ ଲୋକେ ଶୋଇ ପଡ଼ିଥିବାରୁ ବାହାରକୁ ବାହାରି ପାରି ନ ଥିବା ଆଲୋଚନା ହେଉଛି ।