Advertisment

ଡ୍ୟୁଟି ସମୟରେ ଯିଏ ଶୋଇଲା ତାକୁ ହତ୍ୟା, ପୋଲିସ୍‌ ହାତରେ ଧରାପଡ଼ିଲା ସିରିଏଲ୍‌ କିଲର୍‌

ଗତ ମାସକ ମଧ୍ୟରେ ଷ୍ଟୋନ୍ ମ୍ୟାନ୍ ଭାବେ ଆତଙ୍କ ସୃଷ୍ଟି କରିଥିବା ଜଣେ ସିରିଏଲ୍ କିଲରକୁ ପୋଲିସ୍ ଧରିଛି। ଡ୍ୟୁଟି ସମୟରେ ଯେଉଁ ସିକ୍ୟୁରିଟି ଗାର୍ଡ ଶୋଇଥିବା ସେ ଦେଖୁଥିଲେ ତାକୁ ସେ ହତ୍ୟା କରୁଥିଲେ।

ଅଦ୍ୟତନ ହୋଇଛି
Serial Killer Arrested In Madhya Pradesh

Serial Killer Arrested In Madhya Pradesh

Advertisment

ଡ୍ୟୁଟି ସମୟରେ ଯିଏ ଶୋଇଲା ତାକୁ ହତ୍ୟା। ଡ୍ୟୁଟି ସମୟରେ ଶୋଇଥିବା ୪ ଜଣ ସିକ୍ୟୁରିଟି ଗାର୍ଡକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ ସାଗରରେ ଏଭଳି କିଛି ଚାଞ୍ଚଲ୍ୟକର ଓ ଲୋମହର୍ଷଣକାରୀ ଘଟଣା ଘଟିଛି। ସହରରେ ଗତ ମାସକ ମଧ୍ୟରେ ଷ୍ଟୋନ୍ ମ୍ୟାନ୍ ଭାବେ ଆତଙ୍କ ସୃଷ୍ଟି କରିଥିବା ଜଣେ ସିରିଏଲ୍ କିଲରକୁ ପୋଲିସ୍ ଧରିଛି। ୧୯ ବର୍ଷୀୟ ଅଭିଯୁକ୍ତ ଶିବପ୍ରସାଦ ଧ୍ରୁବକୁ ଗିରଫ କରିବା ପରେ ତା’ ପାଖରୁ ମିଳିଥିବା ତଥ୍ୟ ଏବେ ପୋଲିସ୍‌ର ହୋସ୍ ଉଡ଼ାଇ ଦେଇଛି।

Advertisment

ଗୋଆର ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ଶିବପ୍ରସାଦ ଚାକିରି ହରାଇବା ପରେ ଭୋପାଳ ଫେରିଥିଲା। ଆଉ ଭୋପାଳ ଷ୍ଟେସନରେ ପହଞ୍ଚିବା ପରେ ଏକ ମାର୍ବଲ ଗୋଦାମ ଉପରେ ତା’ର ଆଖି ପଡ଼ିଥିଲା। ଯେଉଁଠି କାମ କରୁଥିବା ସିକ୍ୟୁରିଟି ଗାର୍ଡ ଡ୍ୟୁଟି ସମୟରେ ଶୋଇଥିବା ଶିବ ଦେଖିଥିଲା। ଆଉ ଏହାକୁ ସେ ବରଦାସ୍ତ କରିପାରିନଥିଲା। ପାଖରେ ଥିବା ଏକ ଲୁହା ରଡ୍‌ରେ ପିଟିପିଟି ସିକ୍ୟୁରିଟି ଗାର୍ଡଙ୍କୁ ସେ ହତ୍ୟା କରିଥିଲା।

ଏତିକିରେ ଥମିନଥିଲା ଶିବର ଅପରାଧ। ସାଗର ସହରକୁ ଆସିବା ପରେ ସେଠି ଯେଉଁ ସିକ୍ୟୁରିଟି ଗାର୍ଡ ଶୋଇଥିବା ଦେଖୁଥିଲେ ତାକୁ ସେ ହତ୍ୟା କରୁଥିଲେ। ଏପରି ୪ଟି ହତ୍ୟାକାଣ୍ଡ ଘଟାଇବା ପରେ ପୋଲିସ୍ ଶେଷରେ ଅଭିଯୁକ୍ତ ଶିବ ପାଖରେ ପହଞ୍ଚି ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ଼ କରିଛି। ଖାଲି ଏତିକିରେ ଅଭିଯୁକ୍ତର କାହାଣୀ ସରିନି। କେଜିଏଫ୍-୨ ଦେଖିବା ପରେ ନିଜେ ବଡ଼ ଗ୍ୟାଙ୍ଗଷ୍ଟର ହେବ ବୋଲି ସେ ଭାବିଥିଲା। ଏଥିପାଇଁ ଅର୍ଥ ଓ ବାହୁବଳ ଯୋଗାଡ଼ କରିବାକୁ ବି ଶିବ ଲାଗି ପଡ଼ିଥିଲା। ଏହାପୂର୍ବରୁ ନାବାଳକ ଥିବା ବେଳେ ପୁଣେରେ ଏକ ହତ୍ୟାକାଣ୍ଡରେ ଅଭିଯୁକ୍ତ ଭାବେ ସେ ଗିରଫ ହୋଇଥିଲା। 

Advertisment
Serial Killer Arrested Serial Killer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ