Advertisment

କରୋନାର ନୂଆ ଭାରିଏଣ୍ଟ୍‌କୁ ଡର, ଖସିଲା Sensex...

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌କୁ ନେଇ ଏବେ ଚିନ୍ତା ବଢ଼ିଛି। ୟୁରୋପରେ ଏହାର ଦ୍ରୁତ ସଂକ୍ରମଣ ଖବର ପରେ ଶେଆର ମାର୍କେଟ କ୍ରାଶ୍‌ ହୋଇଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
sensex crashes

sensex crashes

Advertisment

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଚିହ୍ନଟ ଓ ୟୁରୋପରେ ଏହାର ଦ୍ରୁତ ସଂକ୍ରମଣ ଖବର ପରେ ଶେଆର ମାର୍କେଟ କ୍ରାଶ୍‌ ହୋଇଥିବା ଦେଖିବାକୁ ମିଳିଛି। Sensex ଆଜି ୧୪ ଶହ ପଏଣ୍ଟ ଖସିଛି। ୭ ମାସରେ ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ ହ୍ରାସ। ଏପରିକି Nifty ୧୭ ହଜାର ତଳକୁ ଖସି ଆସିଛି। ଏସିଆର ସବୁ ଶେଆର ମାର୍କେଟ କ୍ରାଶ୍‌ ହୋଇଥିବା ଜଣାପଡ଼ିଛି।

Advertisment

Sensexର ରିଲାଏନ୍ସ, ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା, ଇନ୍‌ଫୋସିସ୍‌, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ୟୁରୋପରେ କରୋନା ଭାଇରସର ନୂଆ ଭାରିଏଣ୍ଟ୍‌ ଏଣ୍ଟ୍‌ B.1.1529 ଚିହ୍ନଟ ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। 

ଏହି ନୂ‌ଆ ଭାରିଏଣ୍ଟ୍‌ ଉପରେ ଟିକାର କୌଣସି ପ୍ରଭାବ ପଡୁ ନଥିବାରୁ ଆହୁରି ଚିନ୍ତା ବଢ଼ିଛି। ଏହା ଦ୍ରୁତ ଗତିରେ ବ୍ୟାପିବା ସହ ସ୍ୱାସ୍ଥ୍ୟ ସମସ୍ୟାକୁ ଜଟିଳ କରୁଥିବା ଜଣାପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନୂଆ ଭାରିଏଣ୍ଟ୍‌ ଭାଇରସ୍ ଉପରେ ନଜର ରଖିଛି।

Advertisment

କରୋନା ଭାଇରସ୍‌ର ଏହି ନୂଆ ଭାରିଏଣ୍ଟ୍‌ ଦକ୍ଷିଣ ‌ଆଫ୍ରିକା, ହଂକଂ ଓ ବୋସ୍‌ଓ୍ୱାନାରେ ଚିହ୍ନଟ ପରେ ସେଠାରୁ ଆସୁଥିବା ଲୋକଙ୍କୁ କଡ଼ାକଡ଼ି ସ୍କ୍ରିନିଂ ଓ ଟେଷ୍ଟିଂ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।  ଯଦି ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ମଧ୍ୟରୁ କେହି ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତା’ହେଲେ ସେମାନଙ୍କର ସାମ୍ପଲକୁ INSACOG genome sequencing ଲାବୋରେଟୋରୀକୁ ପଠାଯିବା ଲାଗି କୁହାଯାଇଛି।

COVID19 Sensex Nifty New Covid Variant ShareMarket Trading
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ