Advertisment

ଆଉ ନାହାନ୍ତି ବରିଷ୍ଠ ଆଇନଜୀବୀ ଫାଲି ଏସ୍ ନରିମାନ; ୯୫ ବର୍ଷ ବୟସରେ ପରଲୋକ

ବରିଷ୍ଠ ଓକିଲ ନରିମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଅତିରିକ୍ତ ସଲିସିଟର ଜେନେରାଲ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଜାନୁଆରୀ ୧୯୯୧ରେ ପଦ୍ମ ଭୂଷଣ ଏବଂ ୨୦୦୭ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଅଦ୍ୟତନ ହୋଇଛି
Senior Supreme Court Lawyer Fali S Nariman Death

Fali Sam Nariman

Advertisment

ପ୍ରଖ୍ୟାତ ଆଇନଜୀବୀ ପଦ୍ମବିଭୂଷଣ ଫାଲି ଏସ୍ ନରିମାନଙ୍କ ପରଲୋକ। ଦିଲ୍ଲୀସ୍ଥିତ ବାସଭବନରେ ୯୫ ବର୍ଷ ବୟସରେ ସେ ଶେସ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଇନ ଜଗତରେ ବେଶ୍ ସୁନାମ ଅର୍ଜନ କରି ପାରିଥିଲେ ନରିମନ। ସେ ଦେଶର ଜଣେ ଆଗଧାଡ଼ିର ଆଇନଜୀବୀ ଭାବେ ବେଶ୍ ଜଣାଶୁଣା ଥିଲେ।

Advertisment

ଫାଲି ଏସ୍ ନରିମାନ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଥିଲେ। ନରିମାନ ୧୯୫୦ରେ ବମ୍ବେ ହାଇକୋର୍ଟରୁ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ୧୯୬୧ରେ ତାଙ୍କୁ ସିନିୟର ଆଡଭୋକେଟ ଭାବରେ ନାମିତ କରାଯାଇଥିଲା। ୧୯୭୨ରେ ସୁପ୍ରିମକୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ଦୀର୍ଘ ୭୦ ବର୍ଷ କାଳ ସେ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଓକିଲାତି କରିଥିଲେ।

ଏହା ପରେ ତାଙ୍କୁ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ଭାବରେ ନିଯୁକ୍ତ କରାଯାଇଥିଲା।୧୯୯୯ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ୧୯୯୧ରୁ ୨୦୧୦ ପର୍ଯ୍ୟନ୍ତ ସେ ‘ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆ’ର ସଭାପତି ଥିଲେ। ବରିଷ୍ଠ ଓକିଲ ନରିମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଅତିରିକ୍ତ ସଲିସିଟର ଜେନେରାଲ ପଦରୁ ଇସ୍ତଫା ଦେଇଥିଲେ ।

Advertisment

ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଜାନୁଆରୀ ୧୯୯୧ରେ ପଦ୍ମ ଭୂଷଣ ଏବଂ ୨୦୦୭ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ତାଙ୍କ ଆତ୍ମଜୀବନୀ ‘ହ୍ୱେନ ମେମୋରୀ ଫେଡସ୍’ ପ୍ରକାଶ କରିଥିଲେ। ଏଥିରେ ସେ ଭୋପାଳ ଗ୍ୟାସ ଟ୍ରାଜେଡି ସଂପର୍କରେ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ସେ ବରିଷ୍ଠ ପରାମର୍ଶ ଦାତା ଭାବେ ୟୁନିୟନ କାର୍ବାଇଡ୍ କର୍ପୋରେସନର ପ୍ରତିନିଧିତ୍ୱ କରିଥିଲେ।

Supreme Court Passes Away
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ