Advertisment

ବରିଷ୍ଠ ମାଓ ନେତା ଆର୍‌କେ ମୃତ

ଲାଲ୍‌ବାହିନୀକୁ ଶକ୍ତ ଧକ୍କା। ବରିଷ୍ଠ ମାଓ ନେତା ଆକ୍କିରାଜୁ ହରଗୋପାଲ୍ ଓରଫ୍ ରାମକ୍ରିଷ୍ଣା ଓରଫ୍ ଆର୍‌କେଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ଧରି ଅଜଣା ରୋଗରେ ଆକ୍ରାନ୍ତ ହୋଇ ସେ ଅସୁସ୍ଥ ଥିଲେ।

ଅଦ୍ୟତନ ହୋଇଛି
Senior Maoist leader RK Dead

Senior Maoist leader RK Dead

Advertisment

ରାଇପୁର: ଲାଲ୍‌ବାହିନୀକୁ ଶକ୍ତ ଧକ୍କା। ବରିଷ୍ଠ ମାଓ ନେତା ଆକ୍କିରାଜୁ ହରଗୋପାଲ୍ ଓରଫ୍ ରାମକ୍ରିଷ୍ଣା ଓରଫ୍ ଆର୍‌କେଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସେଣ୍ଟ୍ରାଲ କମିଟି ସଦସ୍ୟ ଆର୍‌କେ ଦୀର୍ଘ ଦିନ ଧରି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ।

Advertisment

ଛତିଶଗଡ଼ ଦକ୍ଷିଣ ବସ୍ତର ଜଙ୍ଗଲରେ ଆର୍‌କେଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏନେଇ ମାଓ ସଂଗଠନ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ଅସୁସ୍ଥତା ହେତୁ ୧୪ ତାରିଖ ସକାଳ ୬ଟାରେ ଆର୍‌କେଙ୍କ ମୃତ୍ୟୁ ହୋଇଥିଲା। କିଡ୍‌ନୀ ନଷ୍ଟ ହୋଇଯିବା କାରଣରୁ ମୃତ୍ୟୁ ଘଟିଥିବା ମାଓ ସଂଗଠନ ପକ୍ଷରୁ କୁହାଯାଇଛି। ୬୩ ବର୍ଷୀୟ ଆର୍‌କେଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବା ସୂଚନା ମିଳିଛି। ତେବେ କେଉଁଠି ମୃତ୍ୟୁ ଘଟିଛି ସେନେଇ ପ୍ରେସ ରିଲିଜ୍‌ରେ ସୂଚନା ଦିଆଯାଇ ନାହିଁ।

୧୯୭୦ରେ ମାଓ ସଂଗଠନରେ ଆର୍‌କେ ସାମିଲ ହୋଇଥିଲେ।  ସେ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ। ଏହାସହ ଆନ୍ଧ୍ର-ଓଡ଼ିଶା ସୀମା ଜୋନାଲ୍ କମିଟିର ସମ୍ପାଦକ ମଧ୍ୟ ଥିଲେ। ରାମାଗୁଡ଼ା ଏନ୍‌କାଉଣ୍ଟର ପରେ ସମ୍ପାଦକ ପଦରୁ ଆର୍‌କେ ଓହରି ଯାଇଥିଲେ। ଓଡ଼ିଶାରେ ତାଙ୍କ ନାଁରେ ୨ଶହରୁ ଅଧିକ ମାମଲା ଥିଲା ଓ ତାଙ୍କ ନାଁରେ ଦେଢ଼ କୋଟିରୁ ଅଧିକ ଟଙ୍କାର ପୁରସ୍କାର ଥିଲା।

Advertisment
Maoist Leader RK Dead Maoist Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ