Advertisment

ଓଡ଼ିଆ ପୁଅ ରଶ୍ମି ରଞ୍ଜନ ସ୍ୱାଇଁ ଜମ୍ମୁ ଓ କାଶ୍ମୀରର ନୂଆ ଡିଜିପି

ବରିଷ୍ଠ ଆଇପିଏସ୍‌ ଅଧିକାରୀ ରଶ୍ମି ରଞ୍ଜନ ସ୍ୱାଇଁ ଆଜି ଜମ୍ମୁ ଓ କାଶ୍ମୀରର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।

ଅଦ୍ୟତନ ହୋଇଛି
Senior IPS Officer Rashmi Ranjan Swain New DGP Of Jammu And Kashmir

Senior IPS Officer Rashmi Ranjan Swain New DGP Of Jammu And Kashmir

Advertisment

ଓଡ଼ିଆ ପୁଅ ହେଲେ ଜମ୍ମୁ ଓ କାଶ୍ମୀରର ନୂତନ ପୋଲିସ ମହାନିର୍ଦ୍ଦେଶକ । ବରିଷ୍ଠ ଆଇପିଏସ୍‌ ଅଧିକାରୀ ରଶ୍ମି ରଞ୍ଜନ ସ୍ୱାଇଁ ଆଜି ଜମ୍ମୁ ଓ କାଶ୍ମୀରର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।  ସେ ଜମ୍ମୁ ଓ କାଶ୍ମୀରର ୧୭ ତମ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ।

Advertisment

ଜମ୍ମୁ ଓ କାଶ୍ମୀରର ପୋଲିସ ଡିଜି ଦିଲ୍‌ବାଗ ସିଂ ଗତକାଲି ଅବସର ନେବା ପରେ ଆଜି ଶ୍ରୀନଗର ପୋଲିସ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଶ୍ମି ରଞ୍ଜନ ସ୍ୱାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । 

ଅରୁଣାଚଳ ପ୍ରଦେଶ, ଗୋଆ, ମିଜେରାମ ଓ କେନ୍ଦ୍ରଶାସିତ ଅଞ୍ଚଳ ୧୯୯୧ ବ୍ୟାଚ୍ ଅଫିସର ରଶ୍ମି ରଞ୍ଜନ ସ୍ୱାଇଁ ଏହା ପୂର୍ବରୁ ଜମ୍ମୁ ଓ କାଶ୍ମୀରର କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ ଥିଲେ ।

Advertisment
New DGP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ