Advertisment

କୋଲକାତା ଅଭୟାକାଣ୍ଡ: ସସପେନ୍ସ ବଢ଼ାଇଲା ସେମିନାର ହଲର ସତ !

କ୍ରାଇମସ୍ପଟକୁ ନେଇ ବଢ଼ିଲା ସହପାଠୀଙ୍କ ସନ୍ଦେହ । ସେମିନାଲ ହଲକୁ କ୍ରାଇମ ସ୍ପଟର ରୂପ ଦିଆଯାଇଥିବା ଆଶଙ୍କା ।

undefined

Kolkata Crime Case

Advertisment

ସସ୍ପେନ୍ସରେ ସେମିନାର ହଲର ସତ । ପ୍ରକୃତରେ ସେଇଠି ଅପରାଧ ଘଟିଥିଲା ନା ଦିଆଯାଇଥିଲା କ୍ରାଇମ୍ ସ୍ପଟ୍‌ର ରୂପ । ଛାତ୍ରଛାତ୍ରୀଙ୍କ ସନ୍ଦେହ, ଏହି ରହସ୍ୟକୁ ଆହୁରି ବଢାଇ ଦେଇଛି। ପିଲାଙ୍କ ଅଭିଯୋଗ, ମେଡିକାଲ କଲେଜର ତୃତୀୟ ମହଲାରେ ଥିବା ସେମିନାର୍ ହଲ୍ ପ୍ରକୃତରେ କ୍ରାଇମ ସ୍ପଟ୍ ନୁହେଁ। ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପରେ ସେଠି ମୃତଦେହ ଆଣି ରଖାଯାଇ ଥାଇପାରେ। କାରଣ, ଘଟଣା ଦିନ ସକାଳେ ସେମିନାର୍ ହଲ୍‌ର ଦୃଶ୍ୟ, ସେଠି ଅପରାଧ ଘଟିଲା ଭଳି ନଥିଲା। ଏକଦମ୍ ସଫା ସୁତୁରା, ବ୍ୟବସ୍ଥିତ ଥିଲା ହଲ୍।

Advertisment

ଅନ୍ୟପଟେ ଘଟଣାର କିଛି ସମୟ ପରେ ହିଁ ସେମିନାର୍ ହଲ୍ ସାମ୍ନାରେ ଆରମ୍ଭ ହୋଇଯାଇଥିଲା ଭଙ୍ଗାରୁଜା। ପ୍ରଶ୍ନ ଉଠୁଛି, ସେଠି ଅପରାଧ ଘଟାଇ ମୃତଦେହକୁ ପାଖ ସେମିନାର ହଲରେ ରଖାଯାଇନଥିଲା ତ ? ଜାଣିଶୁଣି ପ୍ରମାଣ ନଷ୍ଟ କରାଯାଇନି ତ ?

କ୍ରାଇମ୍ ସ୍ପଟ୍‌କୁ ସୁରକ୍ଷିତ କରିନଥିଲା କି କୋଲକାତା ପୋଲିସ୍ ? ସୂଚନା ଅନୁସାରେ, ତତ୍କାଳୀନ ଅଧ୍ୟଷ ସନ୍ଦୀପ ଘୋଷଙ୍କ ଅତି ନିକଟତର କୁହାଯାଉଥିବା ଫରେନସିକ୍ ଡାକ୍ତର ଦେବାଶିଷ ସୋମ ଓ ସଞ୍ଜୟ ବଶିଷ୍ଠ ଘଟଣା ପରେ ସେମିନାର ହଲକୁ ଯାଇଥିଲେ। ତାଙ୍କୁ ସେଠାକୁ ଯିବାକୁ ଅନୁମତି ଦେଲା କିଏ ? କେଉଁ ଉଦ୍ଦେଶ୍ୟ ରଖି ଏହି ଦୁଇଜଣ କ୍ରାଇମ ସ୍ପଟକୁ ଯାଇଥିଲେ ? ଖାଲି ସେତିକି ନୁହେଁ, ଘଟଣାର କିଛି ଘଣ୍ଟା ପର୍ବରୁ ଏକାସଙ୍ଗେ ପୀଡ଼ିତାଙ୍କ ସହ ୪ ଜଣ ଡାକ୍ତର ଓ ହାଉସ୍ ଷ୍ଟାଫ୍ ଡିନର କଲେ। ପରେ ସମସ୍ତେ ଅନ୍ୟ ରୁମକୁ ବିଶ୍ରାମ ନେବାକୁ ଗଲେ, ହେଲେ କାହିଁକି ଅଭୟାଙ୍କୁ ସେହି ସେମିନାର ରୁମରେ ଛାଡି ଦିଆଗଲା ?

Advertisment

ଏହାରି ଭିତରେ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ମାରାଥନ୍ ଜେରା କରୁଛି ସିବିଆଇ। ଗତକାଲି ସନ୍ଦୀପଙ୍କ ଘରେ ସିବିଆଇ ୧୨ ଘଣ୍ଟା ଧରି ଡେରା ପକାଇଥିବା ବେଳେ ଆଜି ପୁଣି ତାଙ୍କୁ ଘାଣ୍ଟିଛି। ସନ୍ଦୀପଙ୍କ ୨ ଘନିଷ୍ଠ ଫରେନସିକ୍ ଡାକ୍ତର ଦେବାଶିଷ ସୋମ ଓ ସଞ୍ଜୟ ବଶିଷ୍ଠଙ୍କୁ ମଧ୍ୟ ପଚରାଉଚୁରା କରିଛି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍।

ଗତକାଲି ଅଭିଯୁକ୍ତ ସଞ୍ଜୟ ରାୟ ଏବଂ ପୀଡିତାଙ୍କ ୪ ସହଯୋଗୀଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିବା ବେଳେ ଆଜି ସଞ୍ଜୟର ବନ୍ଧୁ ତଥା ସେଦିନ ରାତିରେ ତାସହ ଥିବା ସିଭିକ୍ ଭଲ୍ୟୁଣ୍ଟିଅରର ହୋଇଛି ପଲିଗ୍ରାଫ ଟେଷ୍ଟ। ସିବିଆଇର ସୂଚନା ଅନୁସାରେ, ୯ ତାରିଖ ଦିନ ଆରଜି କର ମେଡିକାଲ ଯିବାକୁ ଜିଦ୍ ଧରିଥିଲା ସଞ୍ଜୟ। ଏପରିକି ଏତେ ବଡ ଜଘନ୍ୟ କାଣ୍ଡ ପରେ ବି ସଞ୍ଜୟ ମନରେ ଟିକିଏ ବି ଅବଶୋଷ ନଥିଲା।

Advertisment

ଘଟଣା ପରେ ଦୁଇଟି ମାମଲା କରି ତଦନ୍ତ କରୁଛି ସିବିଆଇ। ଗୋଟିଏ ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବଂ ଅନ୍ୟଟି RG କର ମେଡିକାଲ୍ କଲେଜରେ ଘଟିଥିବା ପାହାଡ଼ ସଦୃଶ୍ୟ ଦୁର୍ନୀତି।

Kolkata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ