Security guard
ବାପା ବନ୍ଧୁକରେ ଜୀବନ ହାରିଲା ପୁଅ । ଗୁଳି ଫୁଟାଇ କଲା ଆତ୍ମହତ୍ୟା । ଜଣେ ୧୯ ବର୍ଷର ଯୁବକ ଏପରି ଏକ କାଣ୍ଡ ଭିଆଇଛନ୍ତି । ତାଙ୍କ ନାଁ ହେଉଛି ବିଷ୍ଣୁ ଉଥାପ୍ପା । ସେ ପ୍ରଥମ ବର୍ଷ ଇଞ୍ଜିନିୟରିଂ ଛାତ୍ର ଭାବେ ପାଠପଢ଼ୁଥିଲେ । ରାଜା ରାଜେଶ୍ୱରୀ ଇଞ୍ଜିନିୟରିଂ କଲେଜରେ ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାରରେ ଦେଇଥିଲେ ବିଷ୍ଣୁ । ହେଲେ ହଠାତ୍ ନିଜର ସ୍ୱପ୍ନକୁ ପୂରା କରିବା ବଦଳରେ ବାଛିନେଲେ ମୃତ୍ୟୁର ବାଟ ।
ଏପରି ଏକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି । ମାଡିକେରି ଜିଲ୍ଲାର ମୁକୋଡାଲୁ ଗାଁର ୧୯ ବର୍ଷୀୟ ଯୁବକ ବିଷ୍ଣୁ ଉଥାପ୍ପା ନିଜ ବାପାଙ୍କ ବନ୍ଧୁକରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ନାବଳକ ଜଣକ ବାମ ଛାତିରେ ଗୁଳି ବାଜିବା ପରେ ସେ ଗୁରୁତର ହେବା ପରେ ତାଙ୍କ ଜୀବନ ଚାଲିଯାଇଛି ।
ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ରାତି ପ୍ରାୟ ୪ଟା ସମୟରେ କେହି ଘରେ ନଥିବା ବେଳେ ବିଷ୍ଣୁ ଉଥାପ୍ପା ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତାଙ୍କ ବାପା ଜଣେ ସୁରକ୍ଷାକର୍ମଚାରୀ ଭାବେ କାମ କରନ୍ତି । ତେଣୁ ତାଙ୍କ ନିକଟରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଥିଲା । ସେହି ବନ୍ଧୁକରୁ ତାଙ୍କ ପୁଅ ଆତ୍ମହତ୍ୟା କରିଛି ।
ବେଙ୍ଗାଲୁରୁ ଉତ୍ତର ଡିଭିଜନର ଡେପୁଟି କମିଶନର ଏନେଇ ପ୍ରେସ୍ ନୋଟ୍ ଜାରି କରିଛନ୍ତି । ପ୍ରେସ୍ ନୋଟ୍ରେ ଲେଖା ରହିଛି ୧୯ ବର୍ଷିୟ ବିଷ୍ଣୁଙ୍କ ବାମ ଛାତିରେ ଗୁଳି ବାଜିଛି । ତାଙ୍କ ବାପାଙ୍କ ନିକଟରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଥିଲା । ଅଧିକାରୀମାନେ ତଦନ୍ତ କରୁଛନ୍ତି । ଯୁବକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704375694.jpg)