Advertisment

Video: ପାଣି ମୁନ୍ଦେ ପାଇଁ ଜଙ୍ଗଲରେ ଯବାନଙ୍କ କୁଛ୍ର ସାଧନା; ତାଜୁବ କଲା ସଂଘର୍ଷର ଚିତ୍ର...

ତାଜୁବ କଲା ଛତିଶଗଡ଼ ଆବୁଝମାଡ଼ ଜଙ୍ଗଲରେ ମାଓ ବିରୋଧୀ ଅପରେସନରେ ସାମିଲ ସୁରକ୍ଷାକର୍ମୀଙ୍କ ସଂଘର୍ଷର ଚିତ୍ର। ଝିପି ଝିପି ବର୍ଷାରେ ପଲିଥିନ୍ ଘେରେଇ ସଂଗ୍ରହ କରୁଛନ୍ତି ପିଇବା ପାଣି ।

ଅଦ୍ୟତନ ହୋଇଛି
Jawan Collect Rainwater for Drinking

Security Forces

Advertisment

ପାଣି ମୁନ୍ଦେ ପାଇଁ ଜଙ୍ଗଲରେ ଯବାନଙ୍କ କୁଛ୍ର ସାଧନା। ତାଜୁବ କଲା ଛତିଶଗଡ଼ ଆବୁଝମାଡ଼ ଜଙ୍ଗଲରେ ମାଓ ବିରୋଧୀ ଅପରେସନରେ ସାମିଲ ସୁରକ୍ଷାକର୍ମୀଙ୍କ ସଂଘର୍ଷର ଚିତ୍ର। ଝିପି ଝିପି ବର୍ଷାରେ ପଲିଥିନ୍ ଘେରେଇ ସଂଗ୍ରହ କରୁଛନ୍ତି ପିଇବା ପାଣି। ଏହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଛତିଶଗଡ଼ର ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ସହ ସଂଘର୍ଷ ଭିତରେ ପିଇବା ପାଣିର ଅଭାବ ପୂରଣ ପାଇଁ ସଂଗ୍ରହ କରୁଛନ୍ତି ବର୍ଷା ଜଳ। ଏକ ପଲିଥିନକୁ ଧରି ବର୍ଷା ଜଳ ସଂଗ୍ରହ କରିବା ପରେ ତାକୁ ସଂଚୟ ରଖୁଛନ୍ତି ଯବାନ। ଛତିଶଗଡ଼ର ଆବୁଝମାଡ଼ ଜଙ୍ଗଲରେ କମ୍ବିଂ ଅପରେସନରେ ସାମିଲ ହୋଇଥିବା ଯବାନଙ୍କ ପାଣି ପାଇଁ ସଂଘର୍ଷ ଚିତ୍ର ସାମ୍ନାକୁ ଆସିବା ପରେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଅଧିକ ପଢ଼ନ୍ତୁ: ଯବାନ ପିନ୍ଧିବେ ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍; ଭେଦ କରିପାରିବନି ଗୁଳି

Advertisment

ପ୍ରତିକୂଳ ପରିସ୍ଥିତିରେ ଦେଶ ମାତୃକାର ସେବା ବେଳେ ଯବାନ ମାନେ କିଭଳି ପରିବେଶ ଓ ପରିସ୍ଥିତି ସହ ଖାପ ଖୁଆଇ ନିଜର ଆବଶ୍ୟକତାକୁ ପୂରଣ କରିପାରନ୍ତି, ତାର ଜ୍ବଳନ୍ତ ଦୃଷ୍ଟାନ୍ତ ଚିତ୍ର ହିଁ ବୟାନ କରୁଛି।

ଛତିଶଗଡ଼ରେ ମୁତୟନ ଥିବା  BSF, CRPF ଓ ITBP ଙ୍କ ସମେତ ରାଜ୍ୟ ସୁରକ୍ଷା ବହିନୀ DRG, STF ଓ ପୋଲିସଙ୍କ ମିଳିତ ଅପରେସନରେ ମାଓ ସଂଗଠନର ମେରୁଦଣ୍ଡ ଭାଙ୍ଗିବାରେ ଲାଗିଛି। 

Advertisment

Drinking Water Drinking Water Crisis Army Jawan Water Scarcity Security Forces
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ