Advertisment

ଘର ଆଲମାରୀରେ ଆତଙ୍କବାଦୀଙ୍କ ବଙ୍କର; ୨୪ ଘଣ୍ଟାର ଅପରେସନ, ୪ ଆତଙ୍କବାଦୀ ନିପାତ

ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରର ବଙ୍କର..ଲୁଚି ଲୁଚି ରଚୁଥିଲେ ଦେଶ ବିରୋଧୀ ଷଡ଼ଯନ୍ତ୍ର। ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଚକମା ମାରୁଥିଲେ।

undefined

Terrorist Attack

Advertisment

କାଶ୍ମୀରରେ ଆତଙ୍କବାଦୀଙ୍କ କଳା କାହାଣୀର ଆଉ ଏକ ଫର୍ଦ୍ଦ। ଘର ଆଲମାରୀ ଭିତରେ ସୁଡ଼ଙ୍ଗ ବନାଇ ଲୁଚି ରହୁଥିଲେ ଆତଙ୍କବାଦୀ। ମାସ ମାସ ଧରି ଏହି ବଙ୍କର ପାଲଟିଥିଲା ସେଫ୍ ହେଭେନ୍। ପ୍ରଥମ ଥର ପାଇଁ ଉପତ୍ୟକାରୁ ଏତେ ବଡ଼ ବଙ୍କର ଧରାପଡ଼ିବା ପରେ ଅନେକ କିଛି ରହସ୍ୟ ଉପରୁ ପରଦା ହଟୁଛି।

Advertisment

ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରର ବଙ୍କର..ଲୁଚି ଲୁଚି ରଚୁଥିଲେ ଦେଶ ବିରୋଧୀ ଷଡ଼ଯନ୍ତ୍ର। ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଚକମା ମାରୁଥିଲେ। ବାହାରୁ ଦେଖିଲେ ଆଲମିରା କିନ୍ତୁ ଭିତରେ ଆତଙ୍କୀଙ୍କ ଷୁଡ଼ଙ୍ଗ। ନା କାହାକୁ ସନ୍ଦେହ ନା କେହି ଟିକିଏ ବି ଜାଣି ପାରିବେ ଯେ, ଭିତରେ ଏତେ ବଡ଼ କାରନାମା ରଚାଯାଉଥିଲା। ଜମ୍ମୁକଶ୍ମୀରରେ ଆତଙ୍କୀଙ୍କ ଏଭଳି କିଛି ଠିକଣାକୁ ଖୋଜି ପାଇଛନ୍ତି ସୁରକ୍ଷାକର୍ମୀ। ଏମିତି ଆଲମାରୀ ଭିତରେ ଷୁଡ଼ଙ୍ଗ କରି ସେଠି ଆତ୍ମଗୋପନ କରିଥିଲେ ୪ ହିଜବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ।

କୁଲଗାମର ଚିନିଗାମ୍‌ରେ ଆତଙ୍କବାଦୀ ମାନେ ଜଣେ ବ୍ୟକ୍ତିଙ୍କ ଘରକୁ ଭଡ଼ାରେ ନେଇ ସେଠି ବଙ୍କର ବନାଇ ଥିଲେ। ମାସ ମାସ ଧରି ଲୁଚି ରହୁଥିଲେ ଏହାରି ଭିତରେ। ୪ରୁ ୫ ଜଣ ରହିବା ଭଳି ବ୍ୟବସ୍ଥା ବଙ୍କର ଭିତରେ ରହିଛି। ଆଲମିରାର କବଡ୍ ଭିତରେ ଥରେ ପଶିଗଲା ପରେ ବାହାରୁ କାହାକୁ ସନ୍ଦେହ ବି ହେବନି କି ଭିତରେ କଣ ଚାଲିଛି ଆଉ କେତେ ଜଣ ଅଛନ୍ତି। ବାୟୁ ଚଳାଚଳ ହେବା ବ୍ୟବସ୍ଥା ଥିଲା, ଖାଇବା ପହଞ୍ଚାଇବାକୁ ସୁବିଧା ବି ଏଠି ଥିଲା। ଏହାର କାନ୍ଥ ଓ ଚଟାଣ ଏତେ ମଜବୁତ ଥିଲା କି ଗୁଳି ବି ଏହାକୁ ସହଜରେ ଭେଦ କରିପାରିବନି। ଆକ୍କାଙ୍କ ହୁକୁମ୍ ପରେ ଆତଙ୍କବାଦୀ ମାନେ ଏଠୁ ବାହାରି ଆତଙ୍କ ମଚାଉଥିଲେ।

Advertisment

ଭାରତୀୟ ସେନା, ଜମ୍ମୁକଶ୍ମୀର ପୋଲିସ୍ ଏବଂ ଗୁଇନ୍ଦା ବିଭାଗ ପକ୍ଷରୁ ବହୁ ଦିନ ଧରି ଏହି ଘର ସନ୍ଦେହ ରାଡାରରେ ଥିଲା। ଠୋସ୍ ପ୍ରମାଣ ପାଇବା ପରେ ଦୁଇ ଦିନ ତଳୁ ଆରମ୍ଭ ହୋଇଥିଲା ଅପରେସନ୍। ଲଗାତାର ୨୪ ଘଣ୍ଟାରୁ ଅଧିକ ସମୟ ଧରି ସୁରକ୍ଷାକର୍ମୀ ୪ ଆତଙ୍କବାଦୀ ଲୁଚି ରହିଥିବା ଘର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଆତଙ୍କୀଙ୍କ ଆଖି ବୁଜା ଗୁଳିକୁ କାଉଣ୍ଟର କରି, ଆଖପାଖ ଲୋକଙ୍କୁ ସୁରକ୍ଷା ଦେଇ ସବୁ ଆତଙ୍କବାଦୀଙ୍କୁ ନିହତ କରିଥିଲେ ଯବାନ। ନିହତ ହୋଇଥିବା ସବୁ ଆତଙ୍କବାଦୀ ଗ୍ରେଡ୍-A କାଟାଗୋରୀର ଅର୍ଥାତ ସବୁଠୁ ଅଧିକ ଦୁର୍ଦ୍ଦାନ୍ତ।

କାଶ୍ମୀରର କୁଲଗାମ ଓ ସୋପିୟାନ୍‌ରେ ଦୁଇଟି ଅପରେସନ୍ ରେ ୬ ଆତଙ୍କବାଦୀ ନିହତ ହୋଇଛନ୍ତି। ଦେଶ ପାଇଁ ଲଢ଼ି ସହିଦ ହୋଇଛନ୍ତି ୨ ଯବାନ। ଆତଙ୍କବାଦୀଙ୍କ ଆଡ୍ଡାରୁ ମେସିନ୍ ଗନ୍, ୬ କେଜିର IED ସହ ବିପୁଳ ପରିମାଣର ଗୁଳି ଜବତ ହୋଇଛି। ଉପତ୍ୟକାରୁ ଆତଙ୍କୀଙ୍କ ମୂଳପୋଛ ପାଇଁ ସୁରକ୍ଷାକର୍ମୀଙ୍କ ଅପରେସନ୍ ଅଲ୍ ଆଉଟ୍ ସଫଳ ହୋଇଥିଲା। ହେଲେ ଏହାରି ଭିତରେ ଏଭଳି ଘର ଭିତରେ ବଙ୍କର୍ ଅଧିକ ଚିନ୍ତା ବଢ଼ାଇଛି।

Advertisment
Terrorist Attack Jammu Kashmir Bunker
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ