Advertisment

ଦିଲ୍ଲୀରେ ଭର୍ଚୁଆଲ ମୋଡ୍‌ରେ ରାଲି: ସ୍କୁଲ, ଧାର୍ମିକ ଅନୁଷ୍ଠାନ ନିକଟରେ ମଦ ଦୋକାନ ବନ୍ଦ ପାଇଁ ଦାବି

ସ୍କୁଲ, କଲେଜ ପରି ଶିକ୍ଷାନୁଷ୍ଠାନ, ମନ୍ଦିର ଓ ଅନ୍ୟ ଧାର୍ମିକ ପୀଠ ନିକଟରେ ଥିବା ମଦ ଦୋକାନକୁ ସିଲ୍ କରିବାକୁ ଦାବି କରିଛି ଦିଲ୍ଲୀ ବିଜେପି ଦଳ ।

ଅଦ୍ୟତନ ହୋଇଛି
Baijayant Panda and Smruti Irani

Baijayant Panda and Smruti Irani

Advertisment

ଦିଲ୍ଲୀରେ ବିଜେପିର ବିରାଟ ଭର୍ଜୁଆଲ ରାଲି । କେଜରିଓ୍ୱାଲ ସରକାରଙ୍କ ଅବକାରୀ ନୀତିକୁ ବିରୋଧ କରି ଏହି ରାଲି କରାଯାଉଥିବାର ସୂଚନା ମିଳିଛି । ଏଥିରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Advertisment

ସ୍କୁଲ, କଲେଜ ପରି ଶିକ୍ଷାନୁଷ୍ଠାନ, ମନ୍ଦିର ଓ ଅନ୍ୟ ଧାର୍ମିକ ପୀଠ ନିକଟରେ ଥିବା ମଦ ଦୋକାନକୁ ସିଲ୍ କରିବାକୁ ଦାବି କରିଛି ବିଜେପି ଦଳ । ଭର୍ଚୁଆଲ ରାଲି ପାଇଁ ଦିଲ୍ଲୀ ବିଜେପି ୫ ଶହରୁ ଅଧିକ ସ୍ଥାନରେ ଏଲ୍ଇଡି(LED) ସ୍କ୍ରିନ୍ ମଧ୍ୟ ଲଗାଇଛି । ପ୍ରତ୍ୟେକ ସ୍ଥାନରେ ଅତି କମ୍‌ରେ ୨୫୦ରୁ ଅଧିକ ଲୋକେ ଯୋଗ ଦେଇଛନ୍ତି ।

ଦିଲ୍ଲୀ ସରକାରଙ୍କ ମଦ ନୀତି ହେଉଛି ଦିଲ୍ଲୀକୁ ବୁଡାଇବା ନୀତି। ଦିଲ୍ଲୀରେ ପ୍ରତିଟି ୱାର୍ଡରେ ତିନି ତିନିଟି ମଦ ଦୋକାନ ଖୋଲାଯାଇଛି। ଯେଉଁଠି ମଦ ଦୋକାନ ଖୋଲିବାକୁ ବାରଣ ହୋଇଛି ସେଠିବି ଖୋଲା ରହିଛି। ମନ୍ଦିର ତଥା ଧାର୍ମିକ ସ୍ଥାନ, ସ୍କୁଲ ଆଦି ସ୍ଥାନରେ ମଦ ଦୋକାନ ଖୋଲିଛନ୍ତି ଦିଲ୍ଲୀ ସରକାର। କେବଳ ସେତିକି ନୁହେଁ ନିୟମ ଅନୁଯାୟୀ ପ୍ରତିବନ୍ଧକ ଥିବା ସ୍ଥାନଗୁଡିକରେ ମଧ୍ୟ ବେଧଡକ ମଦ ଦୋକାନ ଖୋଲା ଅଛି ବୋଲି କହି ଭର୍ଚୁଆଲ ରଲିରେ କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Advertisment

ଶ୍ରୀ ପଣ୍ଡା ଆହୁରି କହିଛନ୍ତି, ‘ସାଢ଼େ ୮ଶହଟି ମଦ ଦୋକାନ ଖୋଲିବାକୁ କେଜ୍ରିୱାଲ ସରକାର ଆଗ୍ରହ କରିଥିଲେ। କିନ୍ତୁ ବିରୋଧ ଯୋଗୁଁ ୩ଶହଟି ଖୋଲିପାରିନି ତଥା ଖୋଲି ବନ୍ଦ ହୋଇଯାଇଛି। ଏବେ ବି ଆହୁରି ସାଢ଼େ ୫ଶହଟି ମଦ ଦୋକାନ ରହିଛି। ସ୍କୁଲ ଓ ହସ୍ପିଟାଲ ତିଆରି ବିଷୟରେ କହୁଥିବା ଦିଲ୍ଲୀ ସରକାର ମଦ ଦୋକାନ ଖୋଲୁଛନ୍ତି।

୮ ବର୍ଷ ଭିତରେ ଦିଲ୍ଲୀ ସରକାର ଗୋଟିଏ ବି ନୂଆ ହସ୍ପିଟାଲ କାମ ଆରମ୍ଭ କରିନାହାନ୍ତି, କିନ୍ତୁ ସାଢ଼େ ୮ଶହ ମଦ ଦୋକାନ ଖୋଲିବା ପାଇଁ ଚେଷ୍ଟା କରିଛନ୍ତି। କେବଳ ଦିଲ୍ଲୀରେ ହିଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଦିଲ୍ଲୀ ୟୁନିର୍ଭସିଟିର ୧୨ଟି କଲେଜ ଅଧ୍ୟାପକ ତଥା ନନ୍‌ ଅଧ୍ୟାପକଙ୍କ ଷ୍ଟାଫ୍‌ଙ୍କୁ ଦରମା ଦେଉନାହାନ୍ତି ଦିଲ୍ଲୀ ସରକାର, କିନ୍ତୁ ମଦ ଦୋକାନ ଖୋଲି ଦିଲ୍ଲୀକୁ ନଷ୍ଟ କରୁଛନ୍ତି।’

Advertisment
BJP Protest Seal Liquor Shop
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ