Scorching heatwave continues in Delhi as maximum temperature breaches 49-degree mark
ଜଳୁଛି ରାଜଧାନୀ ଦିଲ୍ଲୀ । ରୌଦ୍ରତାପରେ ଲୋକେ ହନ୍ତସନ୍ତ। ଆସାମରେ ପ୍ରବଳ ବର୍ଷା ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି । ଗତକାଲି ଦିଲ୍ଲୀରେ ଦିନର ସର୍ବାଧିକ ତାପମାତ୍ରା ୪୯ ଡିଗ୍ରୀ ସେଲସିୟସ ପାର କରିଛି ।
ଉତ୍ତର-ପଶ୍ଚିମ ଦିଲ୍ଲୀର ମୁଙ୍ଗେସପୁରରେ ତାପମାତ୍ରା ୪୯ ଦଶମିକ ୨ ଡିଗ୍ରୀ ଛୁଇଁଥିବା ବେଳେ ନଜଫଗଡ଼ରେ ୪୯.୧ ଡିଗ୍ରୀ ରେକର୍ଡ କରାଯାଇଥିଲା । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବାରୁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି ।
ସୂଚନା ଅନୁସାରେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୯ ଡିଗ୍ରୀ ଛୁଇଁଥିବା ଜଣାପଡିଛି । ଗୁରୁଗ୍ରାମର ତାପମାତ୍ରା ୪୮ ଦଶମିକ ୧ ଡିଗ୍ରୀ ଥିଲା । ତେବେ ୧୯୬୬ ପରେ ଏହା ଗୁରୁଗ୍ରାମର ସର୍ବାଧିକ ତାପମାତ୍ରା ଆଜି କାଳବୈଶାଖୀର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଫଳରେ ଦିଲ୍ଲୀବାସୀଙ୍କୁ ତାତିରୁ ସାମାନ୍ୟ ତ୍ରାହି ମିଳିପାରିବ ବୋଲି ଆଶା କରାଯାଉଛି ।
ଅନ୍ୟପକ୍ଷେ, ଓଡ଼ିଶା ଉପରେ ବାତ୍ୟା ‘ଅସାନି’ର ଭୟ ଟଳି ଥିଲେ ମଧ୍ୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652667692.jpeg)