Advertisment

ମୋଦିଙ୍କୁ ଆଡଭାନ୍ସ ହାପି ବାର୍ଥ ଡେ’ କାହିଁକି କହିଲେନି ପୁଟିନ୍‌ ?

ଋଷ୍‌ ରାଷ୍ଟ୍ରପତି ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ସମ୍ପର୍କରେ ଜାଣିଥିଲେ ମଧ୍ୟ ସେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ। ପୁଟିନ୍‌ ଜାଣିଥିଲେ ଯେ, ଶନିବାର ମୋଦିଙ୍କ ଜନ୍ମଦିନ। ହେଲେ ସେ ସାକ୍ଷାତ ବେଳେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ।

ଅଦ୍ୟତନ ହୋଇଛି
Know Why Russian President Vladimir Putin not wish PM Modi for his birthday

Know Why Russian President Vladimir Putin not wish PM Modi for his birthday

Advertisment

ମୋଦିଙ୍କୁ ଆଡଭାନ୍ସ ହାପି ବାର୍ଥ ଡେ’ କହିଲେନି ପୁଟିନ୍‌। ଜନ୍ମଦିନର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହ ଏକ ବୈଠକ କରିଥିଲେ। ଉଜ୍‌ବେକିସ୍ତାନରେ SCO(Shanghai Cooperation Organisation) ସମ୍ମିଳନୀରେ ଏହି ବୈଠକ ହୋଇଥିଲା। ଏହି ସମୟରେ ଋଷ୍‌ ରାଷ୍ଟ୍ରପତି ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ସମ୍ପର୍କରେ ଜାଣିଥିଲେ ମଧ୍ୟ ସେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ। ପୁଟିନ୍‌ ଜାଣିଥିଲେ ଯେ, ଶନିବାର ମୋଦିଙ୍କ ଜନ୍ମଦିନ। ହେଲେ ସେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ। କାରଣ ପୁଟିନ୍‌ ଋଷ୍‌ ପରମ୍ପରାକୁ ଭାଙ୍ଗିବାକୁ ଚାହୁଁ ନଥିଲେ। 

Advertisment

ଏନେଇ ପୁଟିନ୍‌ କହିଥିଲେ ଯେ, ସେ ତାଙ୍କ ପ୍ରିୟ ବନ୍ଧୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇପାରିଲେନି। ପୁଟିନ୍‌ କହିଥିଲେ, ‘ମୁଁ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ମୁଁ ଜାଣିଛି ଯେ, ଆସନ୍ତାକାଲି ମୋ ପ୍ରିୟ ବନ୍ଧୁ(ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) ତାଙ୍କ ଜନ୍ମଦିନ ପାଳନ କରିବେ। ତେବେ ଋଷ୍‌ ପରମ୍ପରା ଅନୁସାରେ, ଆମେ ଜନ୍ମଦିନର ଆଗୁଆ ଶୁଭେଚ୍ଛା ଜଣାଇ ନଥାଉ। ତେଣୁ ବର୍ତ୍ତମାନ ମୁଁ ଏହା କରିପାରିବି ନାହିଁ।’ ପୁଟିନ୍ ଆହୁରି କହିଥିଲେ, ‘ବନ୍ଧୁତ୍ୱପୂର୍ଣ୍ଣ ଭାରତୀୟ ରାଷ୍ଟ୍ର ପାଇଁ ଶୁଭେଚ୍ଛା ଜଣାଇବା ସହ ଆପଣଙ୍କ ନେତୃତ୍ୱରେ ଭାରତର ସମୃଦ୍ଧି ଆମେ କାମନା କରୁଛୁ।’

Advertisment


— Narendra Modi (@narendramodi) September 16, 2022

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୨ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରି ପ୍ରଧାନମନ୍ତ୍ରୀ ପଦରେ ବସିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋଦି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ।

Advertisment

SCO ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଉଜ୍‌ବେକିସ୍ତାନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରୁଷ, ଭାରତ, ଚୀନ୍, ପାକିସ୍ତାନ, ଉଜ୍‌ବେକିସ୍ତାନ, କାଜାକସ୍ତାନ, ତାଜିକସ୍ତାନ ଓ କିର୍ଗିସ୍ତାନ ରାଷ୍ଟ୍ରକୁ ନେଇ SCO ଗଠନ ହୋଇଛି। ଏହି ସମସ୍ତ ଦେଶର ପ୍ରମୁଖମାନେ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି।

ଆସନ୍ତା ବର୍ଷ ଭାରତ ସାଂଘାଇ ସହଯୋଗ ସଂଗଠନ SCOର ସଭାପତି ପଦ ଗ୍ରହଣ କରିବ। ଏହାସହ ଆସନ୍ତା ବର୍ଷ ଭାରତ ଏହି ସଂଗଠନର ସମ୍ମିଳନୀ ଆୟୋଜନ କରିବ। ଉଜ୍‌ବେକିସ୍ତାନରେ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ସଂଗଠନର ସବୁ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ଭରସାକୁ ଭାରତ ସମର୍ଥନ କରୁଛି। ଆଜି ଭାରତରେ ୭୦ ହଜାରରୁ ଅଧିକ ଷ୍ଟାର୍ଟ-ଅପ୍ ଏବଂ ୧୦୦ରୁ ଅଧିକ ୟୁନିକର୍ଣ୍ଣ ହୋଇଗଲାଣି। SCO ଦେଶମାନଙ୍କ ସହ ଭାରତ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ମୋଦି କହିଥିଲେ।

PM Modi Russian President Vladimir Putin PM Modi Birthday SCO Meet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ