Advertisment

ଖୋଲିଲା ସ୍କୁଲ: ଗେଟ୍‌ରେ ଫୁଲ ଓ ଚନ୍ଦନ ଦେଇ ପିଲାଙ୍କୁ କରାଗଲା ସ୍ୱାଗତ, ଗିଫ୍ଟ ଆକାରରେ ମିଳିଲା ସାନିଟାଇଜର୍‌

କରୋନା ସଂକ୍ରମଣ ଥିବାରୁ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ଶୈଳୀ ମଧ୍ୟ ବଦଳିଯାଇଛି। ସରକାରୀ ନିୟମ ଅନୁସାରେ, ପ୍ରତ୍ୟେକ ସ୍କୁଲ୍ ଗେଟ ଗୁଡ଼ିକରେ ପିଲାମାନଙ୍କର ଶରୀରର ତାପମାତ୍ରା ମପାଯାଉଛି। ପରେ ପିଲଙ୍କ ହାତରେ ସାନିଟାଇଜ୍‌ର ଦିଆଯାଉଛି। ଏହାପରେ ଦୀର୍ଘଦିନ ବ୍ୟବଧାନ ପରେ ସ୍କୁଲ ଆସିଥିବା ପିଲାଙ୍କୁ ସ୍ୱାଗତ ଆକାରରେ ମୁଣ୍ଡରେ ଚନ୍ଦନ ଟିପା ଦେବା ସହ ମଥାରେ ପୁଷ୍ପ ବୃଷ୍ଚି ମଧ୍ୟ କରାଯାଉଛି

ଅଦ୍ୟତନ ହୋଇଛି
ଖୋଲିଲା ସ୍କୁଲ: ଗେଟ୍‌ରେ ଫୁଲ ଓ ଚନ୍ଦନ ଦେଇ ପିଲାଙ୍କୁ କରାଗଲା ସ୍ୱାଗତ, ଗିଫ୍ଟ ଆକାରରେ ମିଳିଲା ସାନିଟାଇଜର୍‌

school-reopen

Advertisment

ସୁରତ୍‌: ଦେଶରେ ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବା ଆରମ୍ଭ କରିଛି। ସଂପୂର୍ଣ୍ଣ କରୋନା ଗାଇଡ୍‌ଲାଇନ୍‌ ମଧ୍ୟରେ ରାଜ୍ୟରେ ସ୍କୁଲ ଖୋଲିଥିବା ନେଇ ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଓଡ଼ିଶା, ପଞ୍ଜାବ, ହିମାଚଳ ପ୍ରଦେଶ,ଗୁଜୁରାଟ ଓ ମଧ୍ୟପ୍ରଦେଶରେ ଆଜି ସ୍କୁଲ ଖୋଲିଛି। କେବଳ ଦଶମ ଓ ଏକାଦଶ ଶ୍ରେଣୀର ପିଲାମାନେ ଆଜି ସ୍କୁଲ ଯାଇଛନ୍ତି। କରୋନା ସଂକ୍ରମଣ ଥିବାରୁ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ଶୈଳୀ ମଧ୍ୟ ବଦଳିଯାଇଛି। ସରକାରୀ ନିୟମ ଅନୁସାରେ, ପ୍ରତ୍ୟେକ ସ୍କୁଲ୍ ଗେଟ ଗୁଡ଼ିକରେ ପିଲାମାନଙ୍କର ଶରୀରର ତାପମାତ୍ରା ମପାଯାଉଛି। ପରେ ପିଲଙ୍କ ହାତରେ ସାନିଟାଇଜ୍‌ର ଦିଆଯାଉଛି। ଏହାପରେ ଦୀର୍ଘଦିନ ବ୍ୟବଧାନ ପରେ ସ୍କୁଲ ଆସିଥିବା ପିଲାଙ୍କୁ ସ୍ୱାଗତ ଆକାରରେ ମୁଣ୍ଡରେ ଚନ୍ଦନ ଟିପା ଦେବା ସହ ମଥାରେ ପୁଷ୍ପ ବୃଷ୍ଚି ମଧ୍ୟ କରାଯାଉଛି। ଯାହାକୁ ଦେଖି ପିଲା ଓ ଅଭିଭାବକ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ମଧ୍ୟପ୍ରଦେଶର ସ୍କୁଲ ଆସୁଥିବା ପିଲାମାନଙ୍କୁ ମାଗଣାରେ ସାନିଟାଇଜର ମଧ୍ୟ ଦିଆଯାଉଥିବା ନେଇ ଜଣାପଡ଼ିଛି। କିନ୍ତୁ କରୋମା ମହାମାରୀ ପାଇଁ କୌଣସି ସ୍କୁଲରେ ପ୍ରାର୍ଥନା ସଭାର ଆୟୋଜନ କରାଯାଉନାହିଁ। ତେଣୁ ପିଲାମାନେ ଘରୁ ଆସି ସିଧା ଶ୍ରେଣୀ ଗୃହରେ ପ୍ରବେଶ କରୁଛନ୍ତି।

Advertisment

ଆଉ ସାମାଜିକ ଦୂରତା ରକ୍ଷା କରି ପାଠ ପଢାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ। ଏମିତିକି ପିଲାମାନେ ଗୋଟିଏ ବେଂଚ୍‌ରେ ମାତ୍ର ୨ ଜଣ ପିଲା ବସିଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ ବରଂ ପ୍ରତ୍ୟେକ ପିଲାମାନେ ମୁହଁରେ ସର୍ଜିକାଲ ମାସ୍କ ମଧ୍ୟ ପିନ୍ଧିଥିବାର ଚିତ୍ର ଦେଖିବାକୁ ମିଳିଛି। ସ୍କୁଲର ଅଧ୍ୟକ୍ଷଙ୍କ କହିବା ଅନୁସାରେ, ବର୍ତ୍ତମାନ ସଂକ୍ରମଣର ଡର ରହିଛି। ତେଣୁ ମଧ୍ୟାହ୍ନ ଛୁଟି ଅର୍ଥାତ୍‌ ଖେଳଛୁଟି ମଧ୍ୟ ହେଉନାହିଁ କିନ୍ତୁ ପିଲାଙ୍କୁ କିଛି ସମୟ ବିରତ ମିଳୁଛି। ଅଳ୍ପ ସଂଖ୍ୟାରେ ଘରୁ ଆଣିଥିବା ଖାଦ୍ୟ ପିଲାମାନେ ଖାଉଛନ୍ତି। ଏମିତିକି ମାତ୍ର ୫୦ ପ୍ରତିଶତରେ ହିଁ ବର୍ତ୍ତମାନ ସ୍କୁଲରେ ପାଠ ପଢା ହେଉଥିବା ନେଇ ଜଣାପଡ଼ିଛି। ଆଗାମୀ ସ୍ଥିତି ଦେଖି ପିଲାଙ୍କ ଉପସ୍ଥାନ ଧୀରେ ଧୀରେ ବଢ଼ାଯିବ ବୋଲି ସୂଚନା ମିଳିଛି।

Advertisment

ଏଠାରେ କହିରଖୁଛୁ, ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମଣ ସଂଖ୍ୟା ୪୦ ହଜାରରୁ କମି ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୫ ଶହରୁ କମ୍ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୯,୩୬୧ ଜଣ ସଂକ୍ରମଣରେ ଶିକାର ହୋଇଥିବା ବେଳେ ଓ ୪୧୬ ମୃତ୍ୟୁ ରେକର୍ଡ କରାଯାଇଛି।

Coronavirus COVID-19 School Reopen Odisha School Opening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ