Advertisment

SBI ଗ୍ରାହକଙ୍କ ପାଇଁ ଖୁସି ଖବର: ଏଣିକି WhatsAppରେ ଚେକ୍‌ କରିପାରିବେ ଆକାଉଣ୍ଟ ବାଲାନ୍ସ...

Yono App ଲଗ୍‌ଇନ୍‌ କିମ୍ବା ଏଟିଏମ୍‌ ନଯାଇ ମଧ୍ୟ SBI ଗ୍ରାହକ ମିନି ଷ୍ଟେଟମେଣ୍ଟ୍‌ ସମ୍ପର୍କରେ ତଥ୍ୟ ପାଇପାରିବେ। ମିନି ଷ୍ଟେଟମେଣ୍ଟରେ ବ୍ୟାଙ୍କ ପକ୍ଷରୁ ଶେଷ ୫ ଟ୍ରାଞ୍ଜାକ୍ସନ୍‌(ନେଣଦେଣ)ଆପଣଙ୍କୁ ମିଳିପାରିବ।

ଅଦ୍ୟତନ ହୋଇଛି
SBI WhatsApp service launched

SBI WhatsApp service launched

Advertisment

ନିକଟରେ SBI(State Bank of India) ଏହାର ଗ୍ରାହକଙ୍କ ପାଇଁ ହ୍ୱାଟ୍ସଆପ୍WhatsApp) ବ୍ୟାଙ୍କିଙ୍ଗ୍‌ ସେବା ଲଞ୍ଚ୍‌ କରିଛି। ଏହାଦ୍ୱାରା ଗ୍ରାହକମାନେ ହ୍ୱାଟ୍ସଆପ୍‌ରେ ଆକାଉଣ୍ଟ୍‌ ବାଲାନ୍ସ ଓ ମିନି ଷ୍ଟେଟମେଣ୍ଟ୍‌ ଚେକ୍‌ କରିପାରିବେ। ମିନି ଷ୍ଟେଟମେଣ୍ଟରେ ବ୍ୟାଙ୍କ ପକ୍ଷରୁ ଶେଷ ୫ ଟ୍ରାଞ୍ଜାକ୍ସନ୍‌(ନେଣଦେଣ)ଆପଣଙ୍କୁ ମିଳିପାରିବ। 

Advertisment

Yono App ଲଗ୍‌ଇନ୍‌ କିମ୍ବା ଏଟିଏମ୍‌ ନଯାଇ ମଧ୍ୟ SBI ଗ୍ରାହକ ମିନି ଷ୍ଟେଟେମେଣ୍ଟ୍‌ ସମ୍ପର୍କରେ ତଥ୍ୟ ପାଇପାରିବେ। ଯଦି SBIରେ ଆପଣଙ୍କର ଆକାଉଣ୍ଟ ଅଛି ଓ ଆପଣ SBIର ନୂଆ ହ୍ୱାଟ୍ସଆପ୍ ବ୍ୟାଙ୍କିଙ୍ଗ୍‌ ସେବା ଜାଣିବା ପାଇଁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କୁ ଏଥିପାଇଁ ଆପଣଙ୍କ SBI ଆକାଉଣ୍ଟକୁ ରେଜିଷ୍ଟର କରିବାକୁ ପଡ଼ିବ। 

ଜାଣନ୍ତୁ, କେମିତି ରେଜିଷ୍ଟର କରିବେ SBI ହ୍ୱାଟ୍ସଆପ୍ ବ୍ୟାଙ୍କିଙ୍ଗ୍‌ ସେବା(SBI WhatsApp Banking Service)...

Advertisment

Step 1: ବ୍ୟାଙ୍କରେ ରେଜିଷ୍ଟର ଥିବା ମୋବାଇଲ୍‌ ନମ୍ବରରୁ ‘WAREG A/c No ଦେଇ 917208933148’ ନମ୍ବରକୁ ପଠାନ୍ତୁ

Step 2: ରେଜିଷ୍ଟର ହୋଇଗଲା ପରେ ‘Hi’ ଲେଖି +919022690226 ନମ୍ବରରେ ପଠାନ୍ତୁ

Step 3: କିମ୍ବା ଆପଣଙ୍କ ପାଖକୁ ଆସିଥିବା ହ୍ୱାଟ୍ସଆପ୍‌ ମେସେଜ୍‌ରେ ରିପ୍ଲାଏ ଦେଇପାରିବେ

Advertisment

Step 4: ଏହାପରେ ହ୍ୱାଟ୍ସଆପ୍‌ରେ ଆପଣଙ୍କ ପାଖକୁ କିଛି ଅପସନ୍‌ ଯିବ, ଯେପରିକି...

  • ଆକାଉଣ୍ଟ୍‌ ବାଲାନ୍ସ
  • ମିନି ଷ୍ଟେଟମେଣ୍ଟ୍‌
  • ହ୍ୱାଟ୍ସଆପ୍‌ ବ୍ୟାଙ୍କିଙ୍ଗ୍‌ରୁ Deregister ଇତ୍ୟାଦି

Step 5: କିମ୍ବା ଆପଣ କିଛି ପ୍ରଶ୍ନ ଟାଇପ୍‌ କରି ପଠାଇପାରିବେ

Step 6: ଆପଣଙ୍କ ପ୍ରଶ୍ନ ଅନୁସାରେ SBI WhatsApp bot ରେ ଆପଣ ଆକାଉଣ୍ଟ୍‌ ବାଲାନ୍ସ ଓ ମିନି ଷ୍ଟେଟମେଣ୍ଟ୍‌ ପାଇପାରିବେ

ଯଦି ଆପଣ SBI ହ୍ୱାଟ୍ସଆପ୍‌ ବ୍ୟାଙ୍କିଙ୍ଗ ସେବାରୁ ଡିରେଜିଷ୍ଟର କରିବାକୁ ଚାହୁଁଛନ୍ତି, ତା’ହେଲେ ଅପସନ୍‌ ୩ ଚୟନ କରିପାରିବେ। 

State Bank Of India SBI SBI WhatsApp Service
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ