Advertisment

ଫେବୃଆରୀରୁ ବଦଳିଯିବ ଏସବୁ ନିୟମ... ଏସ୍‌ବିଆଇ, ପିଏନ୍‌ବି, ବିଓବି ବ୍ୟାଙ୍କ ଗ୍ରାହକ ନିହାତି ଜାଣନ୍ତୁ...

ଆସୁଛି ନୂଆ ମାସ। ଆସୁଛି ନୂଆ ନିୟମ। ଫେବୃଆରୀ ୧ ତାରିଖରୁ ବଦଳିବାକୁ ଯାଉଛି ଟଙ୍କା କାରବାର ସଂପର୍କିତ ଏସବୁ ନିୟମ। ଯଦି ଆପଣ ଏସ୍‌ବିଆଇ, ପିଏନ୍‌ବି କି ବିଓବି ଗ୍ରାହକ ହୋଇଥିବେ, ତେବେ ଜାଣନ୍ତୁ ଏସବୁ ନିୟମ

ଅଦ୍ୟତନ ହୋଇଛି
february

february

Advertisment

ସରିବାକୁ ଯାଉଛି ନୂଆବର୍ଷର ପ୍ରଥମ ମାସ। ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହୋଇଯିବ ଫେବୃଆରୀ। ନୂଆ ମାସ ଆରମ୍ଭ ହେଉ ହେଉ ବ୍ୟାଙ୍କ କାରବାର ନିୟମରେ ହେଉଛି ବଡ଼ ପରିବର୍ତ୍ତନ। ଫେବୃଆରୀ ୧ ତାରିଖରୁ ବଦଳିଯିବ ଟଙ୍କା କାରବାର ନିୟମ। ଯଦି ଆପଣ ଏସ୍‌ବିଆଇ, ପିଏନ୍‌ବି, ବିଓବି ବ୍ୟାଙ୍କର ଗ୍ରାହକ ହୋଇଥିବେ ତେବେ ଏହି ନୂଆ ନିୟମ ନିହାତି ଜାଣିବା ଜରୁରୀ ।

Advertisment

ଫେବୃଆରୀ ମାସ ୧ ତାରିଖରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏସ୍‌ବିଆଇ, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ପିଏନ୍‌ବି, ବ୍ୟାଙ୍କ ଅଫ୍‌ ବରୋଦା ବିଓବି ସେମାନଙ୍କ ନିୟମରେ କିଛିଟା ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବ୍ୟାଙ୍କ ଅଫ୍‌ ବରୋଦାର ଗ୍ରାହକଙ୍କ ପାଇଁ ଚେକ୍‌ରେ ପେମେଣ୍ଟ୍‌ କରିବା ସମ୍ବନ୍ଧିତ ନିୟମ ବଦଳିବାକୁ ଯାଉଥିବା ବେଳେ ଏସ୍‌ବିଆଇ ଏବଂ ପିଏନ୍‌ବି ଟଙ୍କା ନେଣଦେଣ ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ କରୁଛନ୍ତି। ତେବେ ପ୍ରଥମେ ଜାଣନ୍ତୁ, ବ୍ୟାଙ୍କ ଅଫ୍‌ ବରୋଦାର ନୂଆ ନିୟମ ବିଷୟରେ ଜାଣନ୍ତୁ । 

ଆଗାମୀ ମାସ ପହିଲାରୁ ଚେକ୍‌ କ୍ଲିୟରାନ୍ସ ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି ବ୍ୟାଙ୍କ ଅଫ୍‌ ବରୋଦା। ବିଓବି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଫେବୃଆରୀ ୧ରୁ ଚେକ୍‌ ପେମେଣ୍ଟ ପାଇଁ କନଫର୍‌ମେସନ୍‌ ଅନିବାର୍ଯ୍ୟ ହେବ। କନ୍‌ଫର୍‌ମେସନ୍‌ ନ ମିଳିଲେ ଚେକ୍‌କୁ ଫେରାଇ ଦିଆଯାଇ ପାରିବ ବୋଲି କୁହାଯାଇଛି।

Advertisment

ଦ୍ୱିତୀୟରେ ରହିଛି ଏସ୍‌ବିଆଇ ନିୟମ। ଫେବୃଆରୀ ପହିଲାରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକଙ୍କୁ ଟଙ୍କା ଟ୍ରାନ୍ସଫର କରିବା ମହଙ୍ଗା ହୋଇପାରେ। ଏସ୍‌ବିଆଇର ୱେବ୍‌ସାଇଟ୍‌ ଅନୁସାରେ ବ୍ୟାଙ୍କ ୧ ଫେବୃଆରୀରୁ ଆଇଏମ୍‌ପିଏସ ଟ୍ରାଞ୍ଜାକ୍ସନରେ ଏକ ନୂଆ ସ୍ଲାବ୍‌ ଯୋଡ଼ିବାକୁ ଯାଉଛି। ଯାହାକି ୨ ଲକ୍ଷରୁ ୫ ଲକ୍ଷ ଟଙ୍କାର ସ୍ଲାବ୍‌ ରହିବ। ଫେବୃଆରୀ ମାସରୁ ୨ରୁ ୫ ଲକ୍ଷ ଟଙ୍କା ଆଇଏମ୍‌ପିଏସ କଲେ ଗ୍ରାହକଙ୍କୁ ୨୦ ଟଙ୍କା ଶୁଳ୍କ ସହ ଜିଏସ୍‌ଟି ଦେବାକୁ ପଡ଼ିବ।

ତୃତୀୟ ନିୟମଟି ପିଏନ୍‌ବି ଗ୍ରାହକଙ୍କ ପାଇଁ। ଆଗାମୀ ମାସରୁ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ କିଛି ନିୟମ ବଦଳାଇବାକୁ ଯାଉଛି। ପିଏନ୍‌ବି ମୁତାବିକ ୧ ଫେବୃଆରୀରୁ କିସ୍ତି ବା ଡେବିଟ୍‌ ଆକାଉଣ୍ଟରେ ଟଙ୍କା ନ ରଖିଲେ ଆପଣଙ୍କୁ ୨୫୦ ଟଙ୍କା ଦେବାକୁ ପଡ଼ିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏଥିପାଇଁ କେବଳ ୧୦୦ ଟଙ୍କା ଦେବାକୁ ପଡ଼ୁଥିଲା। ଆଉ ଡିମାଣ୍ଡ ଡ୍ରାଫ୍ଟ ପାଇଁ ୧୦୦ ଟଙ୍କା ଚାର୍ଜ ହେଉଥିଲା। ତେବେ ଫେବୃଆରୀରୁ ୧୦୦ ଟଙ୍କା ବଦଳରେ ୧୫୦ ଟଙ୍କା ଦେବାକୁ ହେବ।

Advertisment

ନୂଆ ମାସ ଆସିଲେ ଦେଶରେ କିଛି ନା କିଛି ନିୟମ ପରିବର୍ତ୍ତନ ହେଉଛି। ଯାହାକୁ ଆପଣମାନେ ନିହାତି ଜାଣିବା ଦରକାର। ନଚେତ୍ ନିୟମର ଖିଲାପ କରି ଅସୁବିଧାରେ ପଡି ପାରନ୍ତି।

SpecialStory
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ