Advertisment

ମହାବଳୀ ବେଶରେ ଗ୍ରାହକଙ୍କୁ ସେବା ଯୋଗାଇଲେ ବ୍ୟାଙ୍କ କର୍ମଚାରୀ

କର୍ମଚାରୀଙ୍କ ଏଭଳି ଲୁକ୍‌ ଗ୍ରାହକ ଓ ସୋସିଆଲ ମିଡିଆ ଭ୍ୟୁୟର୍ସଙ୍କ ହୃଦୟ ଜିତି ନେଇଛି।

ଅଦ୍ୟତନ ହୋଇଛି
SBI employee

SBI employee

Advertisment

ଓନମ୍‌କୁ ନେଇ ଚଳଚଞ୍ଚଳ ହୋଇ ଉଠିଛି କେରଳ। ଏହି ପର୍ବକୁ ଆନନ୍ଦ, ଉଲ୍ଲାସରେ ପାଳୁଛନ୍ତି କେରଳବାସୀ। କିନ୍ତୁ ଏହି ପର୍ବକୁ ନିଆରା ଢଙ୍ଗରେ ସେଲିବ୍ରେସନ୍ କରିଛନ୍ତି ଜଣେ ବ୍ୟାଙ୍କ୍‌ କର୍ମଚାରୀ। ଯେଉଁ ଅଫିସ୍‌କୁ ଜଣେ କର୍ମଚାରୀ ସାଧାରଣତଃ ଫର୍ମାଲ୍‌ ଡ୍ରେସ୍‌ରେ ଆସିବା କଥା, କିନ୍ତୁ ଆଜି ସେଠି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଷ୍ଟେଟ୍‌ ବ୍ୟାଙ୍କ୍‌ର ଜଣେ କର୍ମଚାରୀ ସାଜିଛନ୍ତି କିଙ୍ଗ୍ ମହାବଳୀ। 

Advertisment

ଏଭଳି ବେଶରେ ନିଜ୍‌ ସିଟ୍‌ରେ ବସି ସେ SBI ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି। ସତରେ ଦେଖିଲେ ଲାଗିବ, ନିଜର ବ୍ୟସ୍ତବହୁଳ କର୍ମକ୍ଷେତ୍ରରେ ଥାଇବି ଏ ବ୍ୟକ୍ତି ଜଣକ ଖୁବ୍‌ ଉପଭୋଗ କରିବା ସହ ଓନମ୍‌ ପର୍ବ ପାଇଁ ମେସେଜ୍‌ ଦେଉଛନ୍ତି। ବିଶ୍ୱାସ କରାଯାଏ, ବର୍ଷକୁ ଗୋଟିଏ ଥର ଅର୍ଥାତ୍ ଏହି ଦିନରେ ରାକ୍ଷସ ରାଜା ମହାବଳୀ ଆସନ୍ତି। ଏହି ପରୀପ୍ରେକ୍ଷୀରେ ଓନମ୍‌ ପର୍ବର ପ୍ରତୀକ ଭାବେ ମହାବଳୀ ରାଜା ବେଶରେ ଅଛନ୍ତି ଏହି ବ୍ୟାଙ୍କ କର୍ମଚାରୀ। ଏହା ହେଉଛି କେରଳ ଥାଲାସେରି ଏସବିଆଇ ଶାଖାର ଦୃଶ୍ୟ।

Advertisment

ତେବେ ଏହି କର୍ମଚାରୀଙ୍କ ଏଭଳି ଲୁକ୍‌ ଗ୍ରାହକ ଓ ସୋସିଆଲ ମିଡିଆ ଭ୍ୟୁୟର୍ସଙ୍କ ହୃଦୟ ଜିତି ନେଇଛି।  ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକ୍ସନ୍ ଜୋସେଫ୍ ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ୱିଟର ପେଜ୍‌ରେ ଏହା ସେୟାର କରିଛନ୍ତି। ଏହି ଭିଡିଓରେ ୩୧ ହଜାର ଭ୍ୟୁଜ୍‌ ହୋଇସାରିଛି।  

Advertisment

SBI Employee King Mahabali Onam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ