Advertisment

SBI ଗ୍ରାହକ ସାବଧାନ : ଏହି ୨ଟି ମୋବାଇଲ ନମ୍ବରରୁ କଲ୍ ଆସିଲେ ଫୋନ ଉଠାନ୍ତୁ ନାହିଁ

ଆପଣଙ୍କ ମୋବାଇଲ ଚେକ କରନ୍ତୁ। ଏହି ୨ଟି ମୋବାଇଲ ନମ୍ବରରୁ ଆପଣଙ୍କ ପାଖକୁ ଫୋନ କଲ୍ ଆସିନାହିଁ ତ! ଯଦି ଆସିଥାଏ, ତେବେ ହୋଇଯାଆନ୍ତୁ ସାବଧାନ। ନଚେତ୍ ଆପଣଙ୍କ ଆକାଉଣ୍ଟ ସାଙ୍ଗେ ସାଙ୍ଗେ ଖାଲି ହୋଇଯିବ...

ଅଦ୍ୟତନ ହୋଇଛି
sbi

sbi

Advertisment

ସାବଧାନ ଷ୍ଟେଟ ବ୍ୟାଙ୍କ ଗ୍ରାହକ । ୨ଟି ମୋବାଇଲ ନମ୍ବର କରୁଛି ଟଙ୍କା ଚୋରି । ୮୨୯୪୭୧୦୯୪୬ ଓ ୭୩୬୨୯୫୧୯୭୩ ମୋବାଇଲ ନମ୍ୱରରୁ କଲ ଆସୁଥିଲେ ସତର୍କ ହୋଇଯାଆନ୍ତୁ । ତେଣୁ ମୋବାଇଲକୁ ଯଦି ଏହି ଦୁଇଟି ନମ୍ବରରୁ କଲ ଆସୁଥାଏ, ତେବେ କେବେହେଲେ ଉଠାନ୍ତୁ ନାହିଁ। ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକମାନଙ୍କ ପାଇଁ ଏମିତି ଏକ ଆଡ଼ଭାଇଜାରି ଜାରି କରିଛି। ଏହି ନମ୍ବରରୁ ଆସୁଥିବା କଲ୍ ରିସିଭ କଲେ ଆପଣ ଅସୁବିଧାରେ ପଡିପାରନ୍ତି।

Advertisment

ଇମେଲ ସମେତ ଏସଏମଏସ, ଟ୍ୱିଟ୍ ମାଧ୍ୟମରେ ଏସବିଆଇ ଲୋକଙ୍କୁ ସଚେତନ କରିଛି । ବ୍ୟାଙ୍କର ନାମ ବ୍ୟବହାର କରି ‘୮୨୯୪୭୧୦୯୪୬’ ଏବଂ ‘୭୩୬୨୯୫୧୯୭୩’ ମୋବାଇଲ ନମ୍ୱରରୁ ଆସୁଥିଲା କଲ ମାଧ୍ୟମରେ ଲୋକଙ୍କୁ ଠକିବା ପାଇଁ ଉଦ୍ୟମ ହେଉଥିବା ସତର୍କତା ଜାରି କରାଯାଇ ଏସବିଆଇ ପକ୍ଷରୁ କୁହାଯାଇଛି । ଏହି ଦୁଇଟି ନମ୍ବରରୁ ଆସୁଥିବା ଫୋନ କଲ ମାଧ୍ୟମରେ ସାଇବର ଠକମାନେ ବ୍ୟାଙ୍କର ନାମ ବ୍ୟବହାର କରି ଠକେଇ କରିଥାନ୍ତି।

ଆସାମ ସିଆଇଡି ପ୍ରଥମେ ଏହି ଦୁଇଟି ନମ୍ବର ବାବଦରେ ସତର୍କ କରାଇଥିଲା । ଟୁଇଟ କରି ଲେଖିଛି, “ଏସବିଆଇ ଗ୍ରାହକଙ୍କୁ କେୱାଇସିକୁ ଅପଡେଟ୍ କରିବା ପାଇଁ ଏହି ଦୁଇଟି ନମ୍ବରରୁ କଲ ଆସିଥାଏ । କଲ ଆସିବା ପରେ ଏକ ଲିଙ୍କ ଆସିଥାଏ। ଗ୍ରାହକ ଯଦି ଲିଙ୍କ ଉପରେ କ୍ଲିକ କରନ୍ତି, ତେବେ ତାଙ୍କ ଆକାଉଣ୍ଟରୁ ଟଙ୍କା ମୂଳପୋଛ ହୋଇଯାଇଥାଏ ।

Advertisment

ସମସ୍ତ ଗ୍ରାହକମାନଙ୍କୁ କୌଣସି ସନ୍ଦେହଜନକ ଲିଙ୍କରେ କ୍ଲିକ୍ ନ କରିବାକୁ ଏସବିଆଇ ଅନୁରୋଧ କରିଛି। ଏମିତିକି ଏହି ଦୁଇ ନମ୍ୱରରେ ଗ୍ରାହକଙ୍କ ପାଖକୁ ଆସୁଥିବା ଫୋନ ନ ଉଠାଇବାକୁ କୁହାଯାଇଛି। ଏହା ସହ କେୱାଇସି ଅପଡେଟ୍ ଲିଙ୍କରେ କେବେ ହେଲେ କ୍ଲିକ୍ କରନ୍ତୁ ନାହିଁ।

ଏମିତିକି ଆପଣଙ୍କ ପାଖକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନାଁରେ ଆସୁଥିବା ଏସଏମଏସ, ଇମେଲ ପ୍ରତି ସତର୍କ ରହିବାକୁ ଏସବିଆଇ କହିଛି। ଯଦି ଆପଣ କୌଣସି ଲିଙ୍କରେ କ୍ଲିକ କରି ଦିଅନ୍ତି, ତେବେ ଏଟିଏମ୍ ପିନ, ସିଭିଭି ନମ୍ବର ବା ଓଟିପି ତଥ୍ୟ ଦେବା ମାତ୍ରେ ଆକାଉଣ୍ଟ ଖାଲି ହୋଇଯାଇଥାଏ। ସେଥି ପାଇଁ ୮୨୯୪୭୧୦୯୪୬ ଓ ୭୩୬୨୯୫୧୯୭୩ ମୋବାଇଲ ନମ୍ୱରଠାରୁ ଦୂରରେ ରୁହନ୍ତୁ।

Advertisment
SBI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ