Advertisment

ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍‌ ଚିଟ୍‌

ଏହି ମାମଲାରେ SIT ତଦନ୍ତକୁ ମନା କରିଛନ୍ତି କୋର୍ଟ। ତଦନ୍ତକୁ SEBI ଠାରୁ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (SIT)କୁ ନେବାର କୌଣସି କାରଣ ନାହିଁ।

ଅଦ୍ୟତନ ହୋଇଛି
Goutam Adani

Goutam Adani

Advertisment

ହିଣ୍ଡେନବର୍ଗ-ଆଦାନୀ ଗ୍ରୁପ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ । ଏହି ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍‌ ଚିଟ୍‌ ମିଳିଛି । ସେବି(SEBI)ର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସେବିର ତଦନ୍ତରେ କୌଣସି ତ୍ରୁଟି ନାହିଁ ବୋଲି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି କହିଛନ୍ତି।

Advertisment

ସେହିପରି ଏହି ମାମଲରେ SIT ତଦନ୍ତକୁ ମନା କରିଛନ୍ତି କୋର୍ଟ। ତଦନ୍ତକୁ SEBI ଠାରୁ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (SIT)କୁ ନେବାର କୌଣସି କାରଣ ନାହିଁ। ନିୟମ ଅନୁଯାୟୀ SEBI ତଦନ୍ତ କରିଛି। SEBI ର ତଦନ୍ତ ଉପଯୁକ୍ତ। ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ଏହା ଏକ ଦକ୍ଷ ଏଜେନ୍ସି ଅଟେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ସୁପ୍ରିମ୍‌କୋର୍ଟଙ୍କ ରାୟ ଆସିବା ପରେ ଖୁସିବ୍ୟକ୍ତ କରିଛନ୍ତି ଆଦିନୀ ଗ୍ରୁପ୍‌ ଚେୟାରମ୍ୟାନ୍‌ ଗୌତମ ଆଦାନୀ। ସେ ସୋସିଆଲ ମିଡିଆ ପ୍ଲାଟର୍ଫମ ‘X’ରେ କହିଛନ୍ତି, ‘ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଦର୍ଶାଉଛି କି ସତ୍ୟର ଜୟ ହୋଇଛି, ସତ୍ୟମେବ ଜୟତେ...। ଯେଉଁମାନେ ଆମ ସହ ଛିଡ଼ା ହୋଇଥିଲେ ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ଭାରତର ବିକାଶ ସହ ଆମର ବିନମ୍ର ଯୋଗଦାନ ଜାରି ରହିବ। ଜୟ ହିନ୍ଦ...’।

India News Supreme Court Goutam Adani Adani Group
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ