two arrest
ଗାନ୍ଧୀନଗର: ସରପଂଚଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। କାରଖାନା ଚାଲୁ କରିବା ଲାଗି ମାଗୁଥିଲେ ଦେଢ ଲକ୍ଷ ଲାଂଚ। ତେବେ ଗୁଜରାଟ୍ର ଦୁର୍ନୀତି ନିବାରଣ ବ୍ୟୁରୋ ଘଟଣାର ପର୍ଦ୍ଦାଫାସ କରିବା ସହ ସରପଂଚକୁ ଗିରଫ କରିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଦୁର୍ନୀତି ନିବାରଣ ବ୍ୟୁରୋ ଏକ ବିଜ୍ଞପ୍ତିରେ ସୂଚନା ଦେଇ କହିଛି ଯେ, ହିମାତ୍ନଗର ତାଲୁକା ଅନ୍ତର୍ଗତ ବାଭସର ଗୋଷ୍ଠୀ ଗ୍ରାମ ପଞ୍ଚାୟତର ସରପଞ୍ଚ ମୁକେଶ ପରମାର ଗତକାଲି ଲାଂଚ ନେଉଥିବା ବେଳେ ଧରାପଡ଼ିଛନ୍ତି।
ସୂଚନା ଅନୁସାରେ, ଅଭିଯୋଗକାରୀ ବାଭସର ଗୋଷ୍ଠୀ ପଞ୍ଚାୟତ ଅଧୀନରେ ଥିବା ଏକ ପ୍ଲଟରେ କାରଖାନା ସ୍ଥାପନ କରିଥିଲେ। ନିର୍ମାଣ ପାଇଁ ସରପଞ୍ଚଙ୍କ ଅନୁମୋଦନ ଆବଶ୍ୟକ ଥିବାରୁ କାରଖାନା ମାଲିକ ପାରମାରଙ୍କୁ କିଛି ମାସ ପୂର୍ବରୁ ଲିଖିତ ଆକାରରେ ଜଣାଇଥିଲେ ଏବଂ କ୍ଲିୟରାନ୍ସ ଦେବାକୁ ଅନୁରୋଧ କରିଥିଲେ। ଏବଂ ସରପଂଚଙ୍କ ଅନୁମତି ପରେ କାର୍ଯ୍ୟ ଆରମ୍ଭ କରିବାକୁ ସେ ଅପେକ୍ଷା କରିଥିଲେ। କିନ୍ତୁ ସରପଂଚ ସେହି କାମକୁ ଅନୁମୋଦନ ଦେବା ପୂର୍ବରୁ ବାରମ୍ବାର ଲାଂଚ ମାଗୁଥିବା ନେଇ ଜଣାପଡ଼ିଥିଲା। କେବଳ ଏତିକି ନୁହେଁ ବରଂ ଯଦି କାରଖାନାର ମାଲିକ ଶୀଘ୍ର ଟଙ୍କା ନଦିଅନ୍ତି ତେବେ କାରଖାନା ଚଳାଇବା ଲାଗି ଅନୁମତି ମିଳିବ ନାହିଁ ବରଂ ଭୁଲ ରିପୋର୍ଟ ଦେବେ ବୋଲି ସରପଂଚ ଧମକ ଦେଇଥିବା ନେଇ ସୂଚନା ମିଳିଛି।
Also Read
ତେବେ ଏହି ଘଟଣା ସମ୍ପର୍କରେ କାରଖାନାର ମାଲିକ ଏସିବି ଅଧିକାରୀଙ୍କ ପାଖକୁ ଯାଇ ପୂରା ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପରେ ସରପଂଚଙ୍କୁ ଟଙ୍କା ଦେବା କହି ଡାକିବା ସହ ଧରାପକେଇ ଦେଲେ। କିନ୍ତୁ ଏନେଇ ମୁହଁ ଖୋଲିନାହାନ୍ତି ସରପଂଚ। ସେପଟେ ଘଟଣାର ତଦନ୍ତ କରାଯିବା ସହ ସେ ପୂର୍ବରୁ କେତେ ଜଣଙ୍କ ଠାରୁ ଲାଚଂ ନେଇଛନ୍ତି ଏବଂ ଘଟଣାରେ କୌଣସି ପ୍ରମାଣ ଅଛି କି ନାହିଁ ତାହାର ଅନୁସନ୍ଧାନ କରାଯିବା ସହ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ସେପଟେ କାରଖାନା ଖୁବଶୀଘ୍ର ଚାଲୁହେବ ବୋଲି ମାଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us
