Sanjay Bangar
ପଞ୍ଜାବ କିଙ୍ଗ୍ସକୁ ଫେରିଲେ ସଞ୍ଜୟ ବାଙ୍ଗର। ୭ ବର୍ଷ ବ୍ୟବଧାନ ପରେ ପୁଣି ଥରେ ଟିମ୍କୁ ଫେରିଲେ ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର । ଏହା ପୂର୍ବରୁ ସେ ୨୦୧୪ ମସିହାରୁ ଆଇପିଏଲରେ ପଞ୍ଜାବ ଟିମ୍ ସହ ଜଡ଼ିତ ଥିଲେ । ୨୦୧୪ରେ ସେ ସହାୟକ କୋଚ୍ ଭାବେ ଦାୟିତ୍ୱ ତୁଲାଇଥିଲେ। ସେହି ବର୍ଷ ପ୍ରଥମ ଥର ପାଇଁ ଆଇପିଏଲ ଫାଇନାଲରେ ପ୍ରବେଶ କରିଥିଲା ଦଳ। ଏହା ପରେ ୨୦୧୫ ଓ ୨୦୧୬ରେ ସେ ପଞ୍ଜାବର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇଥିଲେ। ୭ ବର୍ଷ ପରେ ପୁଣି ଥରେ ସଞ୍ଜୟଙ୍କୁ ଗୁରୁ ଦାୟିତ୍ୱ ଦେଇଛି ପଞ୍ଜାବ। ପଞ୍ଜାବ କ୍ରିକେଟ ବିକାଶର ମୁଖ୍ୟ ଭାବେ ସେ ଏବେ ଦାୟିତ୍ୱ ତୁଲାଇବେ। ‘ପଞ୍ଜାବ କିଙ୍ଗ୍ସ ସହ ପୁଣି ଥରେ ରହିବା ମୋ ପାଇଁ ସମ୍ମାନର କଥା ବୋଲି କହିଛନ୍ତି ସଞ୍ଜୟ ବାଙ୍ଗର ।
୨୦୧୫ ଓ ୨୦୧୬ରେ ପଞ୍ଜାବ ଦଳର ମୁଖ୍ୟ କୋଚ୍ ରହିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଯୋଗ ଦେଇଥିଲେ। ସେ ବ୍ୟାଟିଂ ପ୍ରଶିକ୍ଷକ ଭାବେ ଆରସିବି ସହ ଯୋଡ଼ି ହୋଇଥିଲେ। ଏହା ପରେ ଦୁଇ ବର୍ଷ ପାଇଁ ସେ ଆରସିବିର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ତୁଲାଇଥିଲେ।
ସୂଚନା ଅନୁସାରେ ଆଇପିଏଲ ୨୦୨୪ ସିଜିନ୍ ପାଇଁ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ ମିନି ଅକ୍ସନ। ପ୍ରଥମ ଥର ପାଇଁ ଆଇପିଏଲ ଇତିହାସରେ ଅକ୍ସନ ଭାରତ ବାହାରେ ଅନୁଷ୍ଠିତ ହେବ। ସମସ୍ତ ଫ୍ରାଞ୍ଚାଇଜ୍ ସହ ପ୍ରଶଂସକମାନେ ଉତ୍ସାହର ସହ ଏହି ମିନି ଅକ୍ସନକୁ ଅପେକ୍ଷା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702112786.jpg)