Advertisment

ଅଦମ୍ୟ ସାହସ : ବନ୍ୟାରେ ଡଙ୍ଗା ଧରି ସ୍କୁଲ ଯାଉଛନ୍ତି ଏହି ଛାତ୍ରୀ

କୁହାଯାଏ କୌଣସି କାମ ପାଇଁ ଯଦି ଇଛା ଅଛି ତେବେ କୌଣସି ସମସ୍ୟା ବି ଆପଣଙ୍କୁ ରୋକି ପାରିବ ନାହିଁ। ଗୋରଖପୁରର ସନ୍ଧ୍ୟା ସାହାଣୀ ଏହି କଥାକୁ ସତ କରି ଦେଖେଇଛନ୍ତି। ସନ୍ଧ୍ୟାଙ୍କୁ ପାଠ ପଢିବାର ଆଗ୍ରହ ଅଛି। ହେଲେ ସ୍କୁଲ୍ ଯିବାକୁ ରାସ୍ତା ନାହିଁ, ଅନ୍‌ଲାଇନ କ୍ଲାସ୍ ପାଇଁ ପାଖରେ ଫୋନ୍ ନାହିଁ। କିନ୍ତୁ ଏହା ବାଦ ବି ସେ ଯେଉଁଭଳି ଭାବେ ପାଠ ପଢୁଛନ୍ତି ତାହା ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ତାଙ୍କର ଏହି କାମକୁ ପ୍ରଶଂସା କରିଛନ୍ତି।

Sandhya Sahani

Sandhya Sahani

Advertisment

ଗୋରଖପୁର : କୁହାଯାଏ କୌଣସି କାମ ପାଇଁ ଯଦି ଇଛା ଅଛି ତେବେ କୌଣସି ସମସ୍ୟା ବି ଆପଣଙ୍କୁ ରୋକି ପାରିବ ନାହିଁ। ଗୋରଖପୁରର ସନ୍ଧ୍ୟା ସାହାଣୀ ଏହି କଥାକୁ ସତ କରି ଦେଖେଇଛନ୍ତି। ସନ୍ଧ୍ୟାଙ୍କୁ ପାଠ ପଢିବାର ଆଗ୍ରହ ଅଛି। ହେଲେ ସ୍କୁଲ୍ ଯିବାକୁ ରାସ୍ତା ନାହିଁ, ଅନ୍‌ଲାଇନ କ୍ଲାସ୍ ପାଇଁ ପାଖରେ ଫୋନ୍ ନାହିଁ। କିନ୍ତୁ ଏହା ବାଦ ବି ସେ ଯେଉଁଭଳି ଭାବେ ପାଠ ପଢୁଛନ୍ତି ତାହା ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ତାଙ୍କର ଏହି କାମକୁ ପ୍ରଶଂସା କରିଛନ୍ତି।

Advertisment
Sandhya Sahaniସନ୍ଧ୍ୟା ସାହାଣୀ

ଏକାଦଶ ଶ୍ରେଣୀରେ ପଢୁଥିବା ସନ୍ଧ୍ୟା ସାହାଣୀ ଗୋରଖପୁରର ବହରାମପୁରରେ ଥିବା ସ୍କୁଲକୁ ଯିବା ନେଇ ଡଙ୍ଗାର ସାହାରା ନେଇଥାନ୍ତି। ନା ସେ ନାଉରିଆର ସାହାଯ୍ୟ ନିଅନ୍ତି ନା ଆଉ କାହାର। ସେ ନିଜେ ଏହି ଡଙ୍ଗା ଚଲେଇ ସ୍କୁଲ ପର୍ଯ୍ୟନ୍ତ ଚାଲିଯାଆନ୍ତି।

Sandhya Sahaniସନ୍ଧ୍ୟା ସାହାଣୀ
Advertisment

କରୋନା କାଳରେ ଦେଶରେ ଲକଡାଉନ କାରଣରୁ ସବୁ ସ୍କୁଲ ବନ୍ଦ ଥିଲା। ବର୍ତ୍ତମାନ ଧୀରେ ଧୀରେ ସ୍କୁଲ୍ ଖୋଲୁଛି। ୟୁପି ଓ ଅନ୍ୟ କିଛି ରାଜ୍ୟରେ ସ୍କୁଲ ଖୋଲିଥିଲେ ବି ଅନ୍‌ଲାଇନ କ୍ଲାସର ମଧ୍ୟ ବିକଳ୍ପ ରହିଛି। କିନ୍ତୁ ଘରେ ରହି ସନ୍ଧ୍ୟା ପାଠ ପଢି ପାରିବେ ନାହିଁ, କାରଣ ତାଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ।

Sandhya Sahaniସନ୍ଧ୍ୟା ସାହାଣୀ

ସନ୍ଧ୍ୟା ସାହାଣୀ କୁହନ୍ତି ଯେ “ମୁଁ ଅନଲାଇନ୍ କ୍ଲାସ୍‌ କରି ପାରିବି ନାହିଁ। କାରଣ ମୋ ପାଖରେ ସ୍ମାର୍ଟ ଫୋନ୍ ନାହିଁ। ଯେତେବେଳେ ସ୍କୁଲ ଖୋଲିଲା ଆମ ଅଞ୍ଚଳରେ ବନ୍ୟା ହୋଇଗଲା। ସେତେବେଳେ ମୁଁ ଠିକ୍ କଲି ଯେ ଡଙ୍ଗାରେ ସ୍କୁଲ୍ ଯିବି।”

Advertisment
Sandhya Sahaniସନ୍ଧ୍ୟା ସାହାଣୀ

ଭରା ପାଣିରେ ସନ୍ଧ୍ୟା ସ୍କୁଲ ଯିବାର ଫଟୋ ଗୁରୁ ଦିବସରେ ସାମ୍ନାକୁ ଆସିଥିଲା। ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଫଟୋକୁ ସେୟାର କରି ଲେଖିଥିଲେ ଯେ “ଗମ୍ଭୀର ସମସ୍ୟା, ବିଫଳ ପ୍ରଶାସନ ଏବଂ ଅନିଶ୍ଚିତ ଭବିଷ୍ୟତ ସତ୍ୱେ ବାଳିକାଟି ନିଜର ସାହସ ହରେଇ ନାହିଁ। ସନ୍ଧ୍ୟାଙ୍କ ସାହସ ଆମକୁ ଅନେକ କିଛି ଶିକ୍ଷା ଦେଉଛି।”

Uttar Pradesh Gorakhpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ