Advertisment

ନୱାବ୍‌ଙ୍କ ସାଂଘାତିକ ଅଭିଯୋଗ; ଧର୍ମ ପରିବର୍ତ୍ତନ କରିଛନ୍ତି ସମୀର ୱାଙ୍ଖଡେ!

ସମୀର ୱାଙ୍ଖଡେଙ୍କ ଥମୁନି ଚର୍ଚ୍ଚା । ଦୁଇଟି ବିବାହ କରି ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସମୀର । କେବଳ ବିବାହ ନୁହେଁ ବରଂ ନିଜ ଧର୍ମ ପରିବର୍ତ୍ତନ କରିଥିବାର ଖବର ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି ।

ଅଦ୍ୟତନ ହୋଇଛି
Sameer Wankhade

Sameer Wankhade

Advertisment

ନୂଆଦିଲ୍ଲୀ: ସମୀର ୱାଙ୍ଖଡେଙ୍କ ଥମୁନି ଚର୍ଚ୍ଚା । ଦୁଇଟି ବିବାହ କରି ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସମୀର । କେବଳ ବିବାହ ନୁହେଁ ବରଂ ନିଜ ଧର୍ମ ପରିବର୍ତ୍ତନ କରିଥିବାର ଖବର ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି । ନିକଟରେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ୍ ମଲିକ୍ ମଧ୍ୟ ସମୀରଙ୍କ ଫର୍ଜୀ ବାର୍ଥ ସାର୍ଟିଫିକେଟ୍ ସେୟାର କରିବା ସହ ଧର୍ମ ପରିବର୍ତ୍ତନ କରି ଚାକିରି କରିଥିବାର ଅଭିଯୋଗ କରିଛନ୍ତି । ଏସବୁ ଅଭିଯୋଗର ଖଣ୍ତନ କରି ସମୀର ୱାଙ୍ଖଡେଙ୍କ ସ୍ତ୍ରୀ କ୍ରାନ୍ତି ରେଡକର୍ ପ୍ରତିକ୍ରିୟା ରଖିଛନ୍ତି ।

Advertisment

ସମୀର ୱାଙ୍ଖଡେଙ୍କ ପତ୍ନୀ କ୍ରାନ୍ତି ରେଡକର୍‌ ସ୍ୱାମୀଙ୍କ ନାମରେ ରହିଥିବା ଅଭିଯୋଗକୁ ଭିତ୍ତିହୀନ କହିବା ସହ ସମୀର ଜଣେ ହିନ୍ଦୁ ବୋଲି ସ୍ପଷ୍ଟ କରିଛନ୍ତି । ସେ ଏହି ବାର୍ତ୍ତାଟି ଟ୍ୱିଟ ମାଧମରେ ଲୋକଙ୍କୁ ଜଣାଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ବିବାହ ସମ୍ପୂର୍ଣ୍ଣ ଭାବେ ହିନ୍ଦୁ ରିତିନୀତି ସହ ହୋଇଛି । ସେ ସମସ୍ତ ଧର୍ମକୁ ଆଦର କରୁଥିବାର ମଧ୍ୟ କହିଛନ୍ତି । ସେ ଟ୍ୱିଟରରେ ନିଜ ବିବାହର ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି । ତାଙ୍କ କହିବା ଆନୁଯାୟୀ ସମୀରଙ୍କ ବାପା ହିନ୍ଦୁ ଅଟନ୍ତି, କିନ୍ତୁ ତାଙ୍କ ଶାଶୁ ଅର୍ଥାତ ସମୀରଙ୍କ ମା’ ମୁସଲିମ ଥିଲେ । ଯିଏ କି ବର୍ତ୍ତମାନ ଏ ଦୁନିଆରେ ନାହାନ୍ତି । ସମୀରଙ୍କ ପୂର୍ବ ବିବାହ ସ୍ୱତନ୍ତ୍ର ବିବାହ ନିୟମ ଅଧିନରେ ହୋଇଥିବା କଥା ମଧ୍ୟ କ୍ରାନ୍ତି ଟ୍ୱିଟ ମାଧ୍ୟମରେ କହିଛନ୍ତି । ସମୀର ତାଙ୍କ ପୂର୍ବ ପତ୍ନୀଙ୍କୁ ୨୦୧୬ ରେ ଛାଡପତ୍ର ଦେଇଥିଲେ । ଏହାପରେ ୨୦୧୭ ରେ ହିନ୍ଦୁ ରିତିନୀତି ଅନୁଯାୟୀ ତାଙ୍କର ସମୀରଙ୍କ ସହ ବିବାହ ହୋଇଥିବା ମଧ୍ୟ କହିଛନ୍ତି ।

sameer wankhade and kranti redkarsameer wankhade and kranti redkar
Advertisment

ନିକଟରେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ଅଭିଯୋଗ କରିଥିଲେ କି ସମୀର ଫର୍ଜୀ ସାର୍ଟିଫିକେଟ ବନାଇ ଚାକିରି କରିଛନ୍ତି । ଏନେଇ ସେ ଏକ ଫଟୋ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ସମୀରଙ୍କ ବାପାଙ୍କ ନାମ ‘ଦାଉଦ କେ ୱାଙ୍ଖଡେ’ ଲେଖା ହୋଇଛି ଏବଂ ତାଙ୍କ ଧର୍ମ ଜାଗାରେ ମୁସଲିମ ଲେଖା ହୋଇଛି । ଏହି ଟ୍ୱିଟ ପରେ କମାଲ ଆର୍ ଖାନ୍ ମଧ୍ୟ ଏକ ଟ୍ୱିଟରେ ସମୀରଙ୍କ ଠଟା ଉଡାଇଛନ୍ତି । ସେ କହିଛନ୍ତି ଯେ ସମୀର ପିଲା ବେଳୁ ହିଁ ଠକେଇର ସରଦାର ରହିଛନ୍ତି । ସମୀରଙ୍କ ନାମରେ ଦାଉଦ ରହିଥିବା ହେତୁ ସେ ଏଭଳି ଫର୍ଜୀ କରିବା ସ୍ୱାଭାବିକ ବୋଲି କମାଲ ଖାନ୍ କହିଛନ୍ତି ।

sameer wankhade birth certificatesameer wankhade birth certificate

ସମୀର ଏହି ଅଭିଯୋଗ ବିପକ୍ଷରେ ପ୍ରେସମିଟ୍‌ରେ କହିଛନ୍ତି ଯେ, ‘ମୁଁ ବହୁ ଧାର୍ମିକ ପରିବାରରୁ ଆସିଛି, ମୋ ବାପା ଜ୍ଞାନଦେବ ୱାଙ୍କଡେ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଏବଂ ମୋ ମୃତ ମା’ ଜାହିଦା ମୁସଲମାନ ପରିବାରର ଅଟନ୍ତି’ । ସେ ସମସ୍ତ ଧର୍ମକୁ ଆଦର କରନ୍ତି ବୋଲି ମଧ୍ୟ କହିଛନ୍ତି । ସେ ତାଙ୍କ ପୂର୍ବ ପତ୍ନୀଙ୍କ ବିଷୟରେ ମଧ୍ୟ କହିଥିଲେ କି ୨୦୧୬ ରେ ସେ ସବାନା ଖୁରେସିଙ୍କୁ ଛାଡପତ୍ର ଦେଇ ସାରିଛନ୍ତି । ଏହା ପରେ ସେ କ୍ରାନ୍ତି ଦିନାନାଥ ରେଡକର୍‌ଙ୍କୁ ବିବାହ କରିଥିଲେ । ତାଙ୍କ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ବୋଲି ସେ କହିଛନ୍ତି ।

Advertisment

ଗତକାଲି ସମୀରଙ୍କ ନାମରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି ପ୍ରଭାକର, ଯିଏକି କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ସା‍କ୍ଷୀ ରହିଛନ୍ତି । ସେ କହିଛନ୍ତି ଯେ ଶାହାରୁଖଙ୍କ ପୁଅ ଆର୍ୟନଙ୍କୁ ଛାଡିବା ପାଇଁ ଏନସିବି ସମୀର ୨୫ କୋଟି ଟଙ୍କା ଡିମାଣ୍ତ କରିଛି । ଯେଉଁଥିରେ ସମୀରଙ୍କୁ ୮ କୋଟି ଟଙ୍କା ମିଳିଥାନ୍ତା । ତେବେ ଏହି ସବୁ ଅଭିଯୋଗ ପରେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସମୀର ୱାଙ୍କଡେ ।

Sameer Wankhede Double Marriage Religion Change
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ