Advertisment

କୋର୍ଟକୁ ଜଣାଇଲେ ସମୀର ୱାଙ୍ଖଡେ, ‘ମୋତେ ଟାର୍ଗେଟ୍ କରାଯାଉଛି’

ମୁମ୍ବାଇରେ କ୍ରୁଜରେ ଡ୍ରଗ୍ସ ପାର୍ଟି ଘଟଣାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ୍। ଏନେଇ ସେ ସ୍ୱତନ୍ତ୍ର ଏନଡିପିଏସ୍‌ କୋର୍ଟଙ୍କୁ ଜଣାଇଛନ୍ତି।

ଅଦ୍ୟତନ ହୋଇଛି
sameer wankhede

sameer wankhede

Advertisment

ମୁମ୍ବାଇ: ମୁମ୍ବାଇରେ କ୍ରୁଜରେ ଡ୍ରଗ୍ସ ପାର୍ଟି ଘଟଣାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ୍। ଏନେଇ ସେ ସ୍ୱତନ୍ତ୍ର ଏନଡିପିଏସ୍‌ କୋର୍ଟଙ୍କୁ ଜଣାଇଛନ୍ତି। ଏଥିସହ ତାଙ୍କ ଭଉଣୀ ଓ ତାଙ୍କ ଦିବଙ୍ଗତ ମା’ଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି ବୋଲି ସେ କହିଛନ୍ତି। ଏନେଇ ସେ ସ୍ୱତନ୍ତ୍ର ଏନଡିପିଏସ୍‌ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।

Advertisment

ଯେକୌଣସି ତଦନ୍ତ ପାଇଁ ସେ ପ୍ରସ୍ତୁତ ଥିବା ସମୀର ୱାଙ୍ଖଡେ କୋର୍ଟଙ୍କୁ ଜଣାଇଛନ୍ତି। ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଇଣ୍ଟରନାଲ୍‌ ଇନ୍‌କ୍ୱାରି କରିବା ଲାଗି ଏନ୍‌ସିବି ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏବେ ସମୀର ୱାଙ୍ଖଡେଙ୍କ ବିରୋଧରେ ଏନ୍‌ସିବିର ଭିଜିଲାନ୍ସ ଟିମ୍‌ ତଦନ୍ତ କରିବ ବୋଲି ଜଣାପଡ଼ିଛି। ଏନ୍‌ସିବି ଜୋନାଲ ନିର୍ଦ୍ଦେଶକଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଏନସିବିର ଏକ ତିନି ଜଣିଆ ଟିମ୍ ଆସନ୍ତାକାଲି ଦିଲ୍ଲୀରୁ ମୁମ୍ବାଇ ଯିବେ। ଏହି ଟିମରେ ଏନ୍‌ସିବି ଡେପୁଟି ଡିଜି ଜ୍ଞାନେଶ୍ୱର ସିଂଙ୍କ ସହ ଦୁଇ ଜଣ ଇନସପେକ୍ଟର ରହିବେ।  

Advertisment

ଲକ୍‌ଡାଉନ୍ ବେଳେ ଏନ୍‌ସିବିର ବରିଷ୍ଠ ଅଧିକାରୀ ସମୀର ୱାଙ୍ଖଡେ ମାଲଦ୍ୱୀପରେ ଥିଲେ ବୋଲି ଏନ୍‌ସିପି ନେତା ନୱାବ ମଲ୍ଲିକ ଅଭିଯୋଗ କରିଥିଲେ। ଏଥିସହ ଜୋର ଜବରଦସ୍ତ ଟଙ୍କା ଆଦାୟ ପାଇଁ ସେ ଚେଷ୍ଟା କରୁଛନ୍ତି ବୋଲି ନୱାବ ଅଭିଯୋଗ କରିଥିଲେ। କ୍ରୁଜ୍‌ରେ ରେଡ୍ ଓ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଗିରଫରେ ମୁଖ୍ୟ ଭୂମିକା ତୁଲାଇଥିଲେ ସମୀର ୱାଙ୍ଖଡେ।

ବଲିଉଡ୍‌ କିଙ୍ଗ୍‌ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ମୁକ୍ତ କରିବାକୁ ଏକ ବଡ଼ ଡିଲ୍ ହୋଇଥିଲା ।  ଏଥିପାଇଁ ଶାହାରୁଖଙ୍କୁ ଏନ୍‌ସିବି ଅଧିକାରୀ ୨୫ କୋଟି ଟଙ୍କା ମାଗିଥିଲେ। କ୍ରୁଜ୍ ରେଭ୍ ପାର୍ଟି ମାମଲାର ସାକ୍ଷୀ ପ୍ରଭାକର ସେଲ୍ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।

Advertisment
Aryan Khan Mumbai Cruise Rave Party Mumbai Rave Party NCB Drugs Case Sameer Wankhede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ