Advertisment

ସ୍ମାର୍ଟ ୱାଚ୍‌ ପିନ୍ଧିବେ ସରକାରୀ କର୍ମଚାରୀ, ଲାଗୁ ହେବ ନୂଆ ନିୟମ

ସରକାରୀ ଅଫିସରଙ୍କର ଆଉ ଚଳିବ ନାହିଁ ମନମାନି। ଏଣିକି ସବୁ କର୍ମଚାରୀମାନେ ସ୍ମାର୍ଟ ୱାଚ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସରକାରୀ ବାବୁଙ୍କ ଉପରେ ନଜର ରଖାଯାଇପାରିବ ବୋଲି କୁହାଯାଇଛି

Smart Watch

Smart Watch

Advertisment

ନୂଆଦିଲ୍ଲୀ: ସରକାରୀ ଅଫିସରଙ୍କର ଆଉ ଚଳିବ ନାହିଁ ମନମାନି। ଏଣିକି ସବୁ କର୍ମଚାରୀମାନେ ସ୍ମାର୍ଟ ୱାଚ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସରକାରୀ ବାବୁଙ୍କ ଉପରେ ନଜର ରଖାଯାଇପାରିବ ବୋଲି କୁହାଯାଇଛି। କେବଳ ଏତିକି ନୁହେଁ ବରଂ କର୍ମଚାରୀଙ୍କ ଉପସ୍ଥାପନାକୁ ମଧ୍ୟ ସହଜରେ ଜାଣିହେବ ବୋଲି ସୂଚନା ଦିଆଯାଇଛି। ତେବେ ଏହି ନିୟମ ହରିୟାଣା ସରକାର ଲାଗୁ କରିବାକୁ ଯାଉଛନ୍ତି। ହରିୟାଣା ସରକାରଙ୍କ ବିକାଶ କାର୍ଯ୍ୟକ୍ରମରେ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର।

Advertisment

କିନ୍ତୁ ଏହି ଘଂଟା ପିନ୍ଧିବାକୁ ହେଲେ ଜଣକ ପିଛା ୭ ରୁ ୮ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ହେଲେ ଏହା ପିନ୍ଧିବା ଦ୍ୱାରା ସରକାରୀ କାର୍ଯ୍ୟଧାରାରେ ବଡ଼ ପରିବର୍ତ୍ତନ ହେବ ବୋଲି କୁହାଯାଇଛି। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନେକ ସମୟରେ ସାଧାରଣ ଲୋକମାନେ ସରକାରୀ ଅଫିସ ଆସୁଛନ୍ତି। କିନ୍ତୁ କାମ ହୋଇ ନପାରିବାରୁ ସେମାନେ ବିରକ୍ତ ହୁଅନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମଧ୍ୟ ଅନେକବାର ଅଭିଯୋଗ ଆସିଛି। ତେଣୁ ସବୁ ଦିଗକୁ ଚିନ୍ତା କରି ସରକାର ଏହି ପଦକ୍ଷେପ ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ପାଖକୁ ଅଭିଯୋଗ ଆସିଛି କି....ସରକାରୀ ବାବୁମାନେ ଅଫିସ୍‌ ସମୟରେ କାମ ନକରି ବାହାରେ ବୁଲାବୁଲି କରୁଛନ୍ତି। ଯାହାଦ୍ୱାରା ସରକାରୀ କାମରେ ବ୍ୟାଘାତ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ ସେମାନଙ୍କ ପାଇଁ ରାଜସ୍ୱ ବି ହାନି ହେଉଛି। ତେଣୁ ଏହି ସ୍ମାର୍ଟ ଘଂଟାକୁ ବାଧ୍ୟତାମୂଳକ କରାଗଲେ କେଉଁମାନେ କାମ କରୁଛନ୍ତି ଓ କେଉଁମାନେ କରୁନାହାନ୍ତି ତାହା ଅତ୍ୟନ୍ତ ସଠିକ୍‌ ଭାବରେ ଜାଣିହେବ।

ଏହାସହ ସେମାନେ ସରକାରୀ ସମୟରେ ନିଜସ୍ୱ କାମରେ ବାହାରକୁ ଗଲେ ଚଢାଉ ହେବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଘଂଟା ସାହାଯ୍ୟରେ ଅଫିସ୍‌ ଆସିବାର ସମୟ ଓ ଯିବାର ସମୟ ମଧ୍ୟ ରେକର୍ଡ଼ ହେବ। ତେଣୁ ଠକିବାର କୌଣସି ସମ୍ଭାବନା ନଥିବା ହରିୟାଣା ସରକାର କହିଛନ୍ତି। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ସ୍ୱାଗତ କରିଥିବା ବେଳେ ଅନେକ ବିରୋଧ ମଧ୍ୟ କରିଛନ୍ତି।

Advertisment
NCB Sameer Wankhede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ