Samajwadi Party Leader Devendra Singh Yadav Car Accident
ସମାଜବାଦୀ ପାର୍ଟି (Samajwadi Party) ନେତାଙ୍କ କାର୍କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍। ଗତକାଲି ରାତିରେ ସମାଜବାଦୀ ପାର୍ଟି ନେତା ଦେବେନ୍ଦ୍ର ସିଂ ଯାଦବ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ତାଙ୍କ କାର୍କୁ ଧକ୍କା ଦେବା ସହ ଗାଡ଼ିକୁ ୫୦୦ ମିଟର ଯାଏ ଘୋଷାଡ଼ି ନେଇଥିଲା।
ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁର୍ଘଟଣା ସମୟର ପୁରା ଦୃଶ୍ୟ କଏଦ ହୋଇଛି। ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଭିଡିଓରେ ଦେଖିବାକୁ ମିଳିଛି। ଆଶ୍ୱସ୍ତିକର କଥା, ଦୁର୍ଘଟଣାରେ ଦେବେନ୍ଦ୍ର ସିଂ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେପଟେ ପୋଲିସ୍ ଅଭିଯୁକ୍ତ ଟ୍ରକ୍ ଚାଳକଙ୍କୁ ଗିରଫ କରି ପଚରାଉଚରା ଚଳାଇଛି। ତେବେ ଏହା ଦୁର୍ଘଟଣା ଥିଲା ନା ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା, ସେନେଇ ପୋଲିସ୍ ଖୋଳତାଡ଼ କରୁଛି।
ପୋଲିସ୍ ସୂଚନା ଅନୁସାରେ, ଦେବେନ୍ଦ୍ର ସିଂଙ୍କ କାର୍କୁ ୫୦୦ ମିଟରରୁ ଅଧିକ ବାଟ ଯାଏ ଟ୍ରକ୍ ଘୋଷାଡ଼ି ନେଇଥିଲା। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ଟି ପ୍ରଥମେ ଦେବେନ୍ଦ୍ର ସିଂଙ୍କ କାର୍କୁ ଧକ୍କା ଦେଇଥିଲା। ଏହାପରେ ଗାଡ଼ିକୁ ୫୦୦ ମିଟର ଯାଏ ଘୋଷାଡ଼ି ନେଇଥିଲା। ଅଭିଯୁକ୍ତ ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରାଯାଇ ଘଟଣାର ତଦନ୍ତ ଜାରି ରହିଛି।
ସୂଚନା ଅନୁସାରେ, ଦେବେନ୍ଦ୍ର ସିଂ ପାର୍ଟି କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ସମୟରେ ସେଠାରେ ଉପସ୍ଥିତ ଲୋକ କାର୍ରୁ ତାଙ୍କୁ ବାହାର କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659936839.jpg)