Advertisment

ପଞ୍ଚଭୂତରେ ବିଲୀନ ହେଲେ ମୁଲାୟମ୍‌ ! ଓଦା ଆଖିରେ ବାପାଙ୍କୁ ମୁଖାଗ୍ନି ଦେଲେ ଅଖିଲେଶ

ଲୋକମାନେ ‘ଧରତୀ ପୁତ୍ର ଅମର ରହେ’ର ସ୍ଲୋଗାନ ଦେଇ ମୁଲାୟମଙ୍କୁ ଶେଷ ବିଦାୟ ଦେଇଛନ୍ତି ।

ଅଦ୍ୟତନ ହୋଇଛି
Mulayam Singh Yadav Funeral

Mulayam Singh Yadav Funeral

Advertisment

ଜନ୍ମମାଟିରେ ପଞ୍ଚଭୂତରେ ବିଲୀନ ହେଲେ ମୁଲାୟମ୍‌ । ଆଜି ଅପରାହ୍ନରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ ତାଙ୍କ ଗାଁ ସୈଫାଇ ଗାଁରେ ଅନ୍ତିମ ସଂସ୍କାର କରାଯାଇଛି । ପୁଅ ଅଖିଳେଶ ଯାଦବ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ଏହି ସମୟରେ ସାଧାରଣ ଜନତା 'ଧରତୀ ପୁତ୍ର ଅମର ରହେ'ର ସ୍ଲୋଗାନ ଦେଇଥିଲେ । ତାଙ୍କ ପାର୍ଥିବ ଶରୀରକୁ ସକାଳ ୧୦ ଟାରୁ ଅନ୍ତିମ ଦର୍ଶନ ପାଇଁ ସୈଫାଇର ମେଳା ପଡ଼ିଆରେ ରଖାଯାଇଥିଲା । ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ମୁଲାୟମଙ୍କ ଦେହାନ୍ତ ପରେ ଭାବୁକ ହେଲେ ପୁଅ ଅଖିଲେଶ

ଗତକାଲି ମୁଲାୟମ ସିଂ ଯାଦବଙ୍କର ସକାଳ ସାଢ଼େ ୮ଟାରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌ରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ଇଟୱା ଜିଲ୍ଲା ସ୍ଥିତ ତାଙ୍କର ପୈତୃକ ଗ୍ରାମ ସୈଫାଇକୁ ନିଆଯାଇଥିଲା ।  ୧୦ ଥରର ବିଧାୟକ, ୭ ଥର ସାଂସଦ ଓ ୩ ଥର ମୁଖ୍ୟମନ୍ତ୍ରୀ ଥିବା ମୁଲାୟମଙ୍କ ବିୟୋଗରେ ନିରବୀ ଯାଇଛି ସମଗ୍ର ଉତ୍ତରପ୍ରଦେଶ । ଏପଟେ ତାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । 

Advertisment

୧୯୩୯ ମସିହା ୨୨ ନଭେମ୍ବରରେ ମୁଲାୟମ ସିଂ ଯାଦବଙ୍କ ଜନ୍ମ ସୈଫାଇ ଗ୍ରାମରେ ହୋଇଥିଲା । ନିଜ ଗାଁରେ ମୁଲାୟମ ପ୍ରତିବର୍ଷ ସୈଫାଇ ମହୋତ୍ସବ କରୁଥିବା ବେଳେ ଏଠାରେ ବହୁ ବଡ଼ ବଡ଼ କଳାକାର ଯୋଗ ଦେଉଥିଲେ। ସୈଫାଇ ଏପରି ଏକ ଏପରି ଗାଁ ଯେଉଁଠାରେ ଏକ ବଡ଼ ହସ୍ପିଟାଲ, ମେଡିକାଲ ୟୁନିଭରସିଟି, ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ସ୍କୁଲ, କଲେଜ, ଶପିଂ ମଲ୍‌ ଆଦି ଛିଡ଼ା ଯାଇଛି । ଭାରତ ମାନଚିତ୍ରରେ ଏପରି ଗାଁ ବିରଳ ପରି ଲାଗୁଥିବା ବେଳେ ଏହା କିନ୍ତୁ ସମ୍ଭବ ହୋଇପାରିଛି ମୁଲାୟମଙ୍କ ଗାଁ ସୈଫାଇରେ ସମାଜବାଦୀ ପାର୍ଟିର ବିକାଶ କେବଳ ସୈଫାଇ ଗାଁରେ ହିଁ ସୀମିତ ରହି ଯାଇଛି ବୋଲି ବିରୋଧୀ କଡ଼ା ସମାଲୋଚନା କରୁଥିବା ବେଳେ ମୁଲାୟମ ତଥା ତାଙ୍କ ପୁଅ ଅଖିଳେଶ ସିଂ ଯାଦବ କିନ୍ତୁ ଏହାକୁ ଖାତିର କରୁ ନ ଥିଲେ ।

ନଜର ପକାନ୍ତୁ ସେହି ନେତାଜୀଙ୍କ ସଂପର୍କରେ ୯ଟି ରୋଚକ କଥା ଉପରେ ...

୧- ରାଜନୀତିରେ ପ୍ରବେଶ ପୂର୍ବରୁ କୁସ୍ତି ଲଢ଼ିବା ମୁଲାୟମଙ୍କ ସବୁଠୁ ପସନ୍ଦ ଥିଲା । ଏପରିକି ପରୀକ୍ଷା ନଦେଇ ସେ ବିଭିନ୍ନ ସ୍ଥାନକୁ କୁସ୍ତି ଲଢ଼ିବାକୁ ପଳାଉଥିଲେ ।

Advertisment

୨- ଏକ କବି ସମ୍ମିଳନୀରେ ସରକାର ବିରୋଧୀ କବିତା ପଢ଼ିବା ଯୋଗୁଁ ଜଣେ ପ୍ରଖ୍ୟାତ କବିଙ୍କୁ ପୋଲିସ ଦୁର୍ବବ୍ୟବହାର କରିବାରୁ, ୨୧ ବର୍ଷୀୟ ପହିଲମାନ ମୁଲାୟମ ମଞ୍ଚ ଉପରକୁ ଯାଇ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଉଠାଇ କଚାଡ଼ି ଦେଇଥିଲେ ।

୩- ମୁଲାୟମଙ୍କୁ ପହିଲମାନୀରୁ ରାଜନୀତିକୁ ଆଣିଥିବା ନଥୁ ସିଂ ତାଙ୍କୁ ଏକ କୁସ୍ତି ପ୍ରତିଯୋଗିତାରେ ଭେଟିଥିଲେ । ନିଜଠୁ ଲମ୍ବାଚଉଡ଼ା ପ୍ରତିଯୋଗୀଙ୍କୁ ମୁଲାୟମ ହରାଇଦେବାରୁ ଅତିଥି ହୋଇ ଯାଇଥିବା ନଥୁ ସିଂ ତାଙ୍କୁ ନିଜ ଶିଷ୍ୟ କରିଥିଲେ ।

୪- ମାତ୍ର ୧୮ ବର୍ଷ ବୟସରେ ମାଳତୀ ଦେବୀଙ୍କୁ ବାହା ହେବାକୁ ଶଗଡ଼ରେ ବସି ଯାଇଥିଲେ ମୁଲାୟମ । ସେତେବେଳେ ସେ ଦଶମ ଶ୍ରେଣୀରେ ପଢ଼ୁଥିଲେ । ବରଯାତ୍ରୀରେ ଯାଇଥିଲା ମୋଟ ୫ଟି ଶଗଡ଼ ।

୫- ପ୍ରଥମ ପତ୍ନୀ ଥାଉ ଥାଉ ନିଜଠୁ ୨୦ ବର୍ଷ ସାନ ସାଧନା ଗୁପ୍ତାଙ୍କ ସହ ପ୍ରେମ ସଂପର୍କ ପାଇଁ ବିବାଦୀୟ ହୋଇପଡ଼ିଥିଲେ ମୁଲାୟମ । ପରେ ତାଙ୍କୁ ଦ୍ୱିତୀୟ ପତ୍ନୀର ମର୍ଯାଦା ଦେଇଥିଲେ ।

୬- ମୁଲାୟମ ସିଂ ଯାଦବ ରାଜନୀତି ବିଜ୍ଞାନରେ ୩ଟି ଡିଗ୍ରୀର ଅଧିକାରୀ । ଇଟାଓ୍ୱାରୁ ବିଏ, ଶିକୋହାବାଦରୁ ବିଟି ଏବଂ ଆଗ୍ରା ୟୁନିଭର୍ସିଟିରୁ ଏମ୍ଏ ।

୭- ବିଧାୟକ ଭାବେ ପ୍ରଥମ ୬ ଥର ସେ ୬ଟି ଭିନ୍ନ ଭିନ୍ନ ଦଳରୁ ଜିତିଥିଲେ । ହେଲେ ଗୋଟିଏ ଥର ବି ୫ ବର୍ଷ କାର୍ଯ୍ୟକାଳ ଶେଷ କରିପାରିନଥିଲେ ।

୮- କୁହାଯାଏ, ହେଲିକପ୍ଟରରେ ଉଡ଼ିବା ବେଳେ ଉପରୁ ବିଭିନ୍ନ ଗାଁକୁ ଦେଖି ତାର ନାଁ ଏବଂ ସେଠି କେଉଁ ଜାତିର କେତେ ଭୋଟବ୍ୟାଙ୍କ୍ ଅଛି କହିପାରୁଥିଲେ ମୁଲାୟମ ।

୯- ଥରେ ତାଙ୍କୁ ହତ୍ୟା କରିବା ପାଇଁ ଗାଡ଼ି ଉପରକୁ ଗୁଳିବର୍ଷା ହୋଇଥିଲା । ଆଉ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିବା ପାଇଁ ମୁଲାୟମ ନିଜ ସମର୍ଥକଙ୍କୁ କହିଲେ ଯେ, ଜୋରରେ ଚିତ୍କାର କରଯେ ଗୁଳିବାଜି ମୁଲାୟମ୍‌ ମରିଗଲେ । ସତକୁ ସତ ଏଭଳି ଚିତ୍କାର ଶୁଣି ମୁଲାୟମ ମରିଯାଇଛନ୍ତି ଭାବି ସେଠୁ ପଳାଇଥିଲେ ଦୁର୍ବୃତ୍ତ ।

Samajwadi Party Mulayam Singh Yadav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ