Advertisment

ମୁଁ କେବେ ବି ଜୁଆ କି ତମାଖୁ ବିଜ୍ଞାପନ କରିନି, ମୋ ଫଟୋକୁ ଦୁରୁପୋଯୋଗ କରାଯାଉଛି

ସଚିନ ତେନ୍ଦୁଲକରଙ୍କ ଫଟୋକୁ ଦୁରୁପୋଯୋଗ କରାଯାଉଥିବା ସେ କହିଛନ୍ତି। ସେ କେତେ ମଦ, ତମାଖୁ କିମ୍ବା ଜୁଆକୁ ସମର୍ଥନ କରିନାହାନ୍ତି ବୋଲି କହିବା ସହ ଯିଏ ତାଙ୍କ ଫଟୋକୁ ବିଜ୍ଞାପନରେ ବ୍ୟବହାର କରିଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Sachin Tendulkar said never endorsed gambling, tobacco or alcohol; misuse of my photo

Sachin Tendulkar said never endorsed gambling, tobacco or alcohol; misuse of my photo

Advertisment

ନୂଆଦିଲ୍ଲୀ: କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର୍ ଆଜିକାଲି ଜାଲ ବିଜ୍ଞାପନ କରୁଥିବା ଲୋକଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କାସିନୋ ବିଜ୍ଞାପନ କରୁଥିବା ଦେଖାଯାଆନ୍ତି। ସଚିନ ଏହି ପ୍ରସଙ୍ଗରେ କହିଛନ୍ତି ଯେ ସେ ଏପରି ଜିନିଷକୁ କଦାପି ସମର୍ଥନ କରିନାହାଁନ୍ତି ଏବଂ ଏହି ବିଜ୍ଞାପନଗୁଡ଼ିକ ନକଲି ଅଟେ ବୋଲି କହିବା ସହିତ ଏହି ବିଜ୍ଞାପନ ଦେଇଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Advertisment

ସଚୀନ କହିଛନ୍ତି ଯେ ସେ ବ୍ୟକ୍ତିଭାବେ ଭାବେ କେବେ ବି ମଦ୍ୟ ପାନ କରି ନାହାନ୍ତି, ଜୁଆ ଖେଳି ନାହାନ୍ତି କି ତମାଖୁର ସମର୍ଥନ କରି ନାହାନ୍ତି। ତାଙ୍କ ଫଟୋକୁ ନେଇ ଦୁରୁପୋଯୋଗ କରାଯାଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି।

କ୍ୟାସିନୋର ବିଜ୍ଞାପନରେ ସଫେଇ ଦେଇ ସଚିନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ “ଏହା ମୋ ନଜରକୁ ଆସିଛି ଯେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଅନେକ ବିଜ୍ଞାପନ ଦେଖାଯାଉଛି, ଯେଉଁଥିରେ ମୋର୍ଫିଙ୍ଗ୍ ମାଧ୍ୟମରେ ମୋର ଚେହେରାକୁ କ୍ୟାସିନୋର ବିଜ୍ଞାପନ କରୁଥିବା ଅବସ୍ଥାରେ ଦେଖାଯାଇଛି। ପ୍ରତ୍ୟେକ୍ଷ ହେଉ କି ପରୋକ୍ଷ ହେଉ ମୁଁ କେବେବି ଜୁଆ ଖେଳ, ମଦ୍ୟପାନ ଏବଂ ତମାଖୁର ବିଜ୍ଞାପନ କରି ନାହିଁ। ଲୋକଙ୍କୁ ଭ୍ରମରେ ପକେଇବା ନେଇ ମୋର ଫଟୋକୁ ବ୍ୟବହୃତ କରାଯାଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ।”

Advertisment
Sachin Tendulkar said never endorsed gambling, tobacco or alcohol; misuse of my photoମୁଁ କେବେ ବି ଜୁଆ କି ତମାଖୁ ବିଜ୍ଞାପନ କରିନି - ସଚିନ୍

ପ୍ରକାଶଥାଉ ଯେ ସଚିନ ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ସେ ଟେଷ୍ଟ୍‌ ଏବଂ ୱାଣ୍ଡେ କ୍ରିକେଟ୍‌ରେ ସର୍ବାଧିକ ରନ୍ କରିଛନ୍ତି। ଅଦ୍ୟାବଧି କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇ ନାହାଁନ୍ତି। ତାଙ୍କ ନାମରେ ସବୁଠାରୁ ଅଧିକ ଶତକ କରିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରେକର୍ଡ ରହିଛି। ସେ ୱାଣ୍ଡେରେ ୪୯ ଶତକ ଏବଂ ଟେଷ୍ଟ୍‌ରେ ୫୧ ଶତକ ହାସଲ କରିଛନ୍ତି।

୨୦୧୯ମସିହାରେ, ସଚିନଙ୍କୁ ଆଇସିସି ହଲ୍ ଅଫ୍ ଫେମ୍‌ରେ ଭର୍ତ୍ତି କରାଯାଇଥିଲା। ସେ ଏହି ସମ୍ମାନ ପାଇଥିବା ଷଷ୍ଠ ଭାରତୀୟ ଖେଳାଳି। କ୍ରିକେଟ୍ ଜଗତରେ ସଚିନଙ୍କ ଅଭୁତପୂର୍ବ ଅବଦାନ ପାଇଁ ତାଙ୍କୁ ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଛି।

Advertisment

ସଚିନ ୧୬ ବର୍ଷ ବୟସରେ ଭାରତ ପାଇଁ ପ୍ରଥମ ମ୍ୟାଚ୍ ଖେଳିଥିଲେ ଏବଂ ପରେ ଦେଶର ପ୍ରିୟ କ୍ରିକେଟର ହୋଇଯାଇଥିଲେ। ସେ ଦୁଇ ଦଶନ୍ଧି ଧରି ବିଶ୍ୱ କ୍ରିକେଟ୍ ଉପରେ ଦଖଲ ରଖିଥିଲେ। ସେ ସମସ୍ତ ଫର୍ମାଟ୍‌ରେ ମୋଟ୍ ୩୪,୩୫୭ ରନ୍ କରିଛନ୍ତି। ଏହି ମାମଲାରେ ଶ୍ରୀଲଙ୍କାର କୁମାର ସାଙ୍ଗାକାର ଦୁଇ ନମ୍ବର ସ୍ଥାନରେ ଅଛନ୍ତି। ସେ ପାଖାପାଖି ୨୮ ହଜାର ରନ୍ ସଂଗ୍ରହ କରିଛନ୍ତି।

Sachin Tendulkar National News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ