Advertisment

SAARC ସମ୍ମିଳନୀ ବାତିଲ୍‌: ତାଲିବାନକୁ ମୋହରା କରି ଭାରତକୁ ଘେରିବା ପାଇଁ ଚାଲ୍‌ କରିଥିଲା ପାକିସ୍ତାନ

ଆଫଗାନିସ୍ତାନରେ ତାଲିବାନର ନୂଆ ସରକାରକୁ SAARC ସମ୍ମିଳନୀରେ ସାମିଲ କରାଯାଉ ବୋଲି ପାକିସ୍ତାନ ଚାହୁଁଥିଲା। ଫଳରେ ପାକିସ୍ତାନକୁ ତାଲିବାନର ସହଯୋଗ ମିଳିପାରିବ। ହେଲେ ପାକିସ୍ତାନର ଏହି ଚାଲ୍‌ ଶେଷରେ ଫସର ଫାଟିଛି।

ଅଦ୍ୟତନ ହୋଇଛି
SAARC Meet Cancelled

SAARC Meet Cancelled

Advertisment

ନୂଆଦିଲ୍ଲୀ: ଫେଲ୍‌ ମାରିଲା ତାଲିବାନକୁ ମୋହରା କରି ଭାରତକୁ ଘେରିବା ପାଇଁ ପାକିସ୍ତାନର ଚାଲ୍‌। ମିଳିଥିବା ସୂଚନା ଅନୁସାରେ, ଆଫଗାନିସ୍ତାନରେ ତାଲିବାନର ନୂଆ ସରକାରକୁ SAARC ସମ୍ମିଳନୀରେ ସାମିଲ କରାଯାଉ ବୋଲି ପାକିସ୍ତାନ ଚାହୁଁଥିଲା। ଫଳରେ ପାକିସ୍ତାନକୁ ତାଲିବାନର ସହଯୋଗ ମିଳିପାରିବ ଓ ଭାରତକୁ ଘେରିବା ପାଇଁ ଏହା ସହାୟକ ହେବ। ହେଲେ ପାକିସ୍ତାନର ଏହି ଚାଲ୍‌ ଶେଷରେ ଫସର ଫାଟିଛି। ଭାରତ ସମେତ ଅନେକ ଦେଶ ପାକିସ୍ତାନର ଏହି ପ୍ରସ୍ତାବକୁ ବିରୋଧ କରିବା ସହ ସମ୍ମିଳନୀକୁ ବାତିଲ୍‌ କରି ଦିଆଯାଇଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ତାଲିବାନର ନୂଆ ସରକାରକୁ ଭାରତ ସମେତ ବିଶ୍ୱର ଅନେକ ଦେଶ ମାନ୍ୟତା ପ୍ରଦାନ କରି ନାହାନ୍ତି। 

Advertisment

ସୂଚନା ଅନୁସାରେ, ଶନିବାର ନ୍ୟୁୟର୍କରେ SAARC(South Asian Association for Regional Cooperation) ସମ୍ମିଳନୀ ହେବାର କାର୍ଯ୍ୟକ୍ରମ ଥିଲା। ହେଲେ ଏବେ ଏହି ସମ୍ମିଳନୀକୁ ବାତିଲ୍‌ କରାଯାଇଛି। ସମ୍ମିଳନୀରେ ତାଲିବାନ ପ୍ରତିନିଧିତ୍ୱ କରୁ ବୋଲି ପାକିସ୍ତାନ ଚାହୁଁଥିଲା। ହେଲେ ଭାରତ ସମେତ ଅନ୍ୟ SAARC ଦେଶ ଗୁଡ଼ିକ ଏନେଇ କଡ଼ା ଆପତ୍ତି ଉଠାଇଥିଲେ। ଏପରିକି ଅନେକ ଦେଶ ଏହି ପ୍ରସ୍ତାବକୁ ସହମତି ପ୍ରଦାନ ନ କରିବାରୁ ସମ୍ମିଳନୀକୁ ବାତିଲ୍‌ କରାଯାଇଛି। 

ଶୁଣିବାକୁ ମିଳୁଛି ଯେ, ଅନେକ ଦେଶ ଚାହୁଁଥିଲେ ଏହି ସମ୍ମିଳନୀରେ ଆଫଗାନିସ୍ତାନର ଚେୟାର ଏମିତି ଖାଲି ରହୁ। ହେଲେ ପାକିସ୍ତାନ ଏହାର ଜିଦ୍‌ରେ ଅଟଳ ରହିବାରୁ ସମ୍ମିଳନୀକୁ ବାତିଲ୍‌ କରି ଦିଆଯାଇଛି। ମିଳିତ ଜାତିସଂଘ ସାଧାରଣ ପରିଷଦ ସମୟରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା SAARCର ଏହି ସମ୍ମିଳନୀକୁ ନେପାଳ ଅଧ୍ୟକ୍ଷତା କରିଥାନ୍ତା। 

Advertisment

ଗତ ମାସରେ ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଲିବାନ ପ୍ରତି କଠୋର ଆଭିମୁଖ୍ୟ ପ୍ରକାଶ କରିଥିଲେ। SCO ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଥିଲେ, ଆଫଗାନିସ୍ତାନରେ ଏହି ନୂତନ ସରକାରକୁ ମାନ୍ୟତା ଦେବା ପୂର୍ବରୁ ବିଶ୍ୱର ସମସ୍ତ ଦେଶ ଏସମ୍ପର୍କରେ ଚିନ୍ତା କରିବା ଉଚିତ। ଆଫଗାନିସ୍ତାନରେ ତାଲିବାନର ଏହି ନୂଆ ସରକାରରେ ମହିଳା ଏବଂ ସଂଖ୍ୟାଲଘୁଙ୍କୁ କୌଣସି ସ୍ଥାନ ଦିଆଯାଇ ନଥିବା ପ୍ରଧାନମନ୍ତ୍ରୀ କହିଥିଲେ। 

Advertisment

ସୂଚନାଥାଉ କି, ଆଫଗାନିସ୍ତାନ ବ୍ୟତୀତ ଭାରତ, ବାଂଲାଦେଶ, ଭୁଟାନ, ମାଲଦ୍ୱୀପ, ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଦକ୍ଷିଣ ଏସୀୟ ଦେଶକୁ ନେଇ ଗଠିତ ସଂଗଠନ SAARCର ସଦସ୍ୟ ଅଛନ୍ତି।

Pakistan SAARC Taliban SAARC Meet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ