Advertisment

ଶ୍ରୀଲଙ୍କାକୁ ‘କଚାତିବୁ’ କାହିଁକି ଦେଇଥିଲେ ! ନେହରୁ, ଇନ୍ଦିରାଙ୍କ ଉପରେ ବର୍ଷିଲେ ଜୟଶଙ୍କର

ବିଜେପିର ବୟାନ ପରେ ବିରୋଧୀଙ୍କ ପାଲଟା ପ୍ରଶ୍ନ । ୧୦ ବର୍ଷ ହେଲା କଣ କରୁଥିଲେ ମୋଦି ସରକାର: କଂଗ୍ରେସ ।

Kachatibu Island

Kachatibu Island

Advertisment

କାହିଁକି କଚାତିବୁକୁ ଶ୍ରୀଲଙ୍କା ହାତରେ ଟେକି ଦିଆଯାଇଥିଲା ? କାହା ସ୍ୱାର୍ଥରେ କଚାତିବୁକୁ ଦେଇ ଦେଇଥିଲେ ଇନ୍ଦିରା ? ଭାରତୀୟ ଭୂମିକୁ ପରଦେଶକୁ ଦେଇ ଭୁଲ୍ କରିଥିଲା କଂଗ୍ରେସ। ମଝି ସମୁଦ୍ରରେ ଥିବା ଏହି ଦ୍ୱୀପକୁ ନେଇ ଏବେ ଭାରତରେ ରାଜନୀତି ସରଗରମ। ଦୋଷ ଲଦାଲଦି, ଆରୋପ ପ୍ରତ୍ୟାରୋପ।

Advertisment

ଆଜି ପ୍ରେସମିଟ୍ କରି ପଣ୍ଡିତ ନେହରୁଙ୍କଠୁ ଇନ୍ଦିରା ଗାନ୍ଧିଙ୍କ ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର। ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ ପାଇଁ ମୁଣ୍ଡ ବ୍ୟଥା ଥିଲା କଚାତିବୁ। ବାରମ୍ବାର ଏ ପ୍ରସଙ୍ଗ ପାର୍ଲାମେଣ୍ଟରେ ଉଠୁଥିଲା ହେଲେ କାହିଁକି ଏହି ଛୋଟିଆ ଦ୍ୱୀପକୁ ନେଇ ଏତେ ବିବାଦ ବୋଲି ନେହରୁ ପ୍ରଶ୍ନ କରିଥିଲେ ବୋଲି କହିଛନ୍ତି ଜୟଶଙ୍କର।

ଖାଲି ଏତିକି ନୁହେଁ ନେହରୁଙ୍କଠୁ ଇନ୍ଦିରା ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀତ୍ୱ ଯାଏଁ କଚାତିବୁକୁ ନେଇ ଏପରି ହିଁ ଚିନ୍ତାଧାରା କଂଗ୍ରେସ ସରକାର ବେଳେ ରଖାଯାଇଥିବା ସେ କହିଛନ୍ତି। ଗଲା ୨୦ ବର୍ଷ ଭିତରେ ୬ ହଜାରରୁ ଅଧିକ ମତ୍ସଜୀବୀଙ୍କୁ ଗିରଫ କରାଯାଇଛି। ଯାହା ଭାରତୀୟ ସୀମା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଥିବା ଦୋହରାଇଛନ୍ତି ଜୟଶଙ୍କର।

Advertisment

୧୯ ଏପ୍ରିଲରେ ତାମିଲନାଡ଼ୁରେ ହେବ ଲୋକସଭା ନିର୍ବାଚନ। ତାପୂର୍ବରୁ ‘କଚାତିବୁ’ ପ୍ରସଙ୍ଗ ରାଜନୀତିକୁ ସରଗରମ କରିଛି। ଜୟଶଙ୍କରଙ୍କ ଆଜିର ପ୍ରେସମିଟ ପରେ ଡିଏମକେ ଓ କଂଗ୍ରେସ ଚୀନ ଓ ବାଂଲାଦେଶ ସୀମା ବିବାଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଗଲା ୧୦ ବର୍ଷ ଧରି ମୋଦି ସରକାର କଣ କରିଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି। କଚାତିବୁକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିବା ନେଇ RTI ତଥ୍ୟ ଆସିବା ପରେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି କଡ଼ା ସମାଲୋଚନା କରି ପୋଷ୍ଟ କରିଥିଲେ।

ଭାରତ ପାଇଁ ବେଶ୍ ଗୁରୁତ୍ୱବହନ କରେ କଚାତିବୁ ଦ୍ୱୀପ। ଭାରତୀୟ ମୁଖ୍ୟ ଭୂଖଣ୍ଡଠାରୁ ମାତ୍ର ୨୦ କିଲୋମିଟର ଦୂର, ରାମେଶ୍ୱରମର ବେଶ୍ ନିକଟରେ ଏହା ରହିଛି। ତେଣୁ ବର୍ଷ ବର୍ଷ ଧରି ତାମିଲନାଡ଼ୁର ମତ୍ସଜୀବୀ ମାନେ ଏହା ଉପରେ ନିର୍ଭର କରନ୍ତି। ଦେଶ ସ୍ୱାଧୀନ ହେବା ପୂର୍ବରୁ ରାମନାଥ ସାମ୍ରାଜ୍ୟ ଓ ପରେ ମାଡ୍ରାସ୍ ପ୍ରେସିଡେନସି ଅଧିନରେ ରଖାଯାଇଥିଲା। 

Advertisment

ଦେଶ ସ୍ୱାଧୀନ ପରେ ଏନେଇ ଭାରତ-ଶ୍ରୀଲଙ୍କା ମଧ୍ୟରେ ବିବାଦ ତେଜିବାରେ ଲାଗିଥିଲା। ତେବେ ୧୯୭୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଭାରତ-ଶ୍ରୀଲଙ୍କା ସୀମା ଚୁକ୍ତିରେ ଏହି ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିଲେ। ହେଲେ ସବୁଠୁ ବଡ଼ ସମସ୍ୟା ହେଉଛି, ସମୁଦ୍ର ମଝିରେ କୌଣସି ନିର୍ଦ୍ଦିଷ୍ଟ ସୀମା ନଥିବାରୁ ବହୁ ସମୟରେ ମତ୍ସଜୀବୀ ମାନେ କଚାତିବୁକୁ ଚାଲି ଯାଆନ୍ତି। ଶ୍ରୀଲଙ୍କା ପଟୁ ଭାରତକୁ ଏହି ବାଟରେ ଅନୁପ୍ରବେଶ ବି ବଢ଼ିବାରେ ଲାଗିଛି। ଶ୍ରୀଲଙ୍କା ଉପରେ ଚୀନର ଦବଦବା ବଢ଼ିଥିବାରୁ ଏବେ ଏହା ସୀମା ସୁରକ୍ଷାକୁ ନେଇ ବି ପ୍ରଶ୍ନ ଉଠାଇଛି।

Srilanka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ