Advertisment

ଡିସେମ୍ବର ୧ରୁ ବଦଳିପାରେ ଏହିସବୁ ନିୟମ, ଶସ୍ତା ହୋଇପାରେ LPG ସିଲିଣ୍ଡର

ଆଉ ମାତ୍ର ଅଳ୍ପ କିଛି ଦିନ ପରେ ଚଳିତ ମାସ ଶେଷ ହେବାକୁ ଯାଉଛି। ଏହାସହ ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ କିଛି ନିୟମ ମଧ୍ୟ ବଦଳିବାକୁ ଯାଉଛି। ଡିସେମ୍ବର ୧ରୁ କିଛି ନିୟମରେ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
New Rule May From Dec 1

New Rule May From Dec 1

Advertisment

ଆଉ ମାତ୍ର ଅଳ୍ପ କିଛି ଦିନ ପରେ ଚଳିତ ମାସ ଶେଷ ହେବାକୁ ଯାଉଛି। ଏହାସହ ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ କିଛି ନିୟମ ମଧ୍ୟ ବଦଳିବାକୁ ଯାଉଛି। ଡିସେମ୍ବର ୧ରୁ କିଛି ନିୟମରେ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି। ଯାହା ଆପଣଙ୍କ ଜାଣିବା ନିହାତି ଜରୁରୀ। 

Advertisment

ୟୁଏଏନ୍‌-ଆଧାର ଲିଙ୍କ୍‌

EPFO, ୟୁଏଏନ୍‌-ଆଧାର ଲିଙ୍କ୍‌ର ସମୟ ସୀମାକୁ ବଢ଼ାଇ ନଭେମ୍ବର ୩୦ ପର୍ଯ୍ୟନ୍ତ ଧାର୍ଯ୍ୟ କରିଥିଲା। ତେବେ ଏବେ ଏହି ସମୟ ସୀମାରେ ଆଉ କୌଣସି ବୃଦ୍ଧି କରାଯିବ ନାହିଁ ବୋଲି ଆଶା କରାଯାଉଛି। ତେଣୁ ବର୍ତ୍ତମାନ ସୁଦ୍ଧା ଯେଉଁମାନେ ୟୁଏଏନ୍‌-ଆଧାର ଲିଙ୍କ୍‌ କରି ନାହାନ୍ତି, ତା’ହେଲେ ଚଳିତ ମାସ ଶେଷ ସୁଦ୍ଧା ଏହାକୁ ତୁରନ୍ତ କରି ନିଅନ୍ତୁ। ଯଦି ଏହି ସମୟ ସୀମା ମଧ୍ୟରେ ୟୁଏଏନ୍‌-ଆଧାର ଲିଙ୍କ୍‌ ନକରନ୍ତି, ତା’ହେଲେ PF ଆକାଉଣ୍ଟଧାରୀ ଅସୁବିଧାରେ ପଡ଼ିପାରନ୍ତି।

କମିପାରେ ଏଲ୍‌ପିଜି ସିଲିଣ୍ଡର ଗ୍ୟାସ୍‌ ଦାମ୍‌

ପ୍ରତି ମାସ ପହିଲାରେ ସରକାରୀ ତେଲ କମ୍ପାନୀ ଗୁଡ଼ିକ ଏଲ୍‌ପିଜି ସିଲିଣ୍ଡର ଗ୍ୟାସ୍‌ ଦାମ୍‌ ଉପରେ ସମୀକ୍ଷା କରିଥାନ୍ତି। ଏହାପରେ ଗ୍ୟାସ୍‌ ଦାମ୍‌ ବୃଦ୍ଧି/ହ୍ରାସକୁ ନେଇ ନିଷ୍ପତ୍ତି ନିଆଯାଇଥାଏ। କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ସାମ୍ନାକୁ ଆସିବା ପରେ ଅଶୌଧିତ ତେଲ (କ୍ରୁଡ୍‌ ଅଏଲ୍‌) ଦାମ୍‌ରେ ବଡ଼ ଧରଣର ହ୍ରାସ ଘଟିଛି। ଚଳିତ ଶୁକ୍ରବାର ବ୍ରେଣ୍ଟ୍‌ କ୍ରୁଡ୍‌ ଦାମ୍‌ରେ ପ୍ରତି ବ୍ୟାରେଲ୍‌କୁ ୧୦ ଡଲାର ହ୍ରାସ ପାଇଛି। ୨୦୨୦, ଏପ୍ରିଲ ପରେ ଏହା ହେଉଛି ବଡ଼ ଧରଣର ହ୍ରାସ। ଆଶା କରାଯାଉଛି, ଡିସେମ୍ବର ୧ ସମୀକ୍ଷା ପରେ ଏଲ୍‌ପିଜି ସିଲିଣ୍ଡର ଗ୍ୟାସ୍‌ ଦାମ୍‌ ହ୍ରାସ ପାଇପାରେ।

Advertisment

ପେନ୍‌ସନ୍‌ଧାରୀଙ୍କ ପାଇଁ ବଦଳିବ ଏହି ନିୟମ

ସରକାରୀ ପେନ୍‌ସନ୍‌ଧାରୀଙ୍କ ପାଇଁ ଲାଇଫ୍‌ ସାର୍ଟିଫିକେଟ୍‌ ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୩୦।  ବର୍ଷକ ପର୍ଯ୍ୟନ୍ତ ଏହି ଲାଇଫ୍‌ ସାର୍ଟିଫିକେଟ୍‌ ବୈଧ ରହିବ। ଘରେ ବସି ଅନ୍‌ଲାଇନ୍‌ ଆପଣ ଏହି କାର୍ଯ୍ୟ କରିପାରିବେ। ଯଦି ଏହି ସମୟ ସୀମା ମଧ୍ୟରେ ଆପଣ ଲାଇଫ୍‌ ସାର୍ଟିଫିକେଟ୍‌ ଦାଖଲ ନକରନ୍ତି, ତା’ହେଲେ ଆପଣଙ୍କୁ ମିଳୁଥିବା ପେନ୍‌ସନ୍‌ରେ ଅସୁବିଧା ସୃଷ୍ଟି ହୋଇପାରେ।

ମହଙ୍ଗା ହେବ SBI କ୍ରେଡିଟ୍‌ କାର୍ଡ

SBI କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଡିସେମ୍ବରରୁ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଏବେ SBI କ୍ରେଡିଟ୍‌ କାର୍ଡ ବ୍ୟବହାର କରି ଇଏମ୍‌ଆଇରେ କିଣାକିଣି ମହଙ୍ଗା ହୋଇପାରେ। ବର୍ତ୍ତମାନ SBI କ୍ରେଡିଟ୍‌ କାର୍ଡ ବ୍ୟବହାର କରି ଇଏମ୍‌ଆଇରେ କିଣାକିଣି କଲେ ଏଥିରେ କେବଳ ସୁଧ ଲାଗୁ ହେଉଛି। ଏଣିକି ଇଏମ୍‌ଆଇରେ କିଣାକିଣି କଲେ ପ୍ରୋସେସିଂ ଫି ମଧ୍ୟ ଦେବାକୁ ପଡ଼ିବ। ଯାହାର ପ୍ରଭାବ SBI କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ଉପରେ ପଡ଼ିବ। 

Advertisment

ଶେଷ ହେବ ହୋମ୍‌ ଲୋନ୍‌ରେ ଥିବା ଅଫର୍‌

ଚଳିତ ଫେଷ୍ଟିଭ ସିଜନ୍‌ରେ ଅନେକ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଗୁଡ଼ିକ ହୋମ୍‌ ଲୋନ୍‌ ଉପରେ ଅଫର୍‌ ଦେଇଛନ୍ତି। ଅଧିକାଂଶ ବ୍ୟାଙ୍କ୍‌ର ଏହି ଅଫର୍‌ ଡିସେମ୍ବର ୩୧ ପର୍ଯ୍ୟନ୍ତ ଥିବାବେଳେ, ଏଲ୍‌ଆଇସି ହାଉସିଂ ଫାଇନାନ୍ସର ଅଫର ଚଳିତ ମାସରେ ଶେଷ ହେବାକୁ ଯାଉଛି। 

UAN Aadhar Link LPG Cylinder New Rules SBI Credit Card Home Loan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ