Advertisment

ଆହୁରି କଡ଼ାକଡ଼ି ହେଲା କଟକଣା: ଏହି ୫ ଦେଶରୁ ଭାରତ ଆସିଲେ କରୋନା ଟେଷ୍ଟ ବାଧ୍ୟତାମୂଳକ

ଚୀନ, ଜାପାନ ସମେତ ଅନ୍ୟ କିଛି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍‌ କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି।

ଅଦ୍ୟତନ ହୋଇଛି
RT-PCR tests to be mandatory for international arrivals from these countries

RT-PCR tests to be mandatory for international arrivals from these countries

Advertisment

ଚୀନ, ଜାପାନ ସମେତ ଅନ୍ୟ କିଛି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍‌ କଟକଣାକୁ ଆହୁରି କଡ଼ାକଡ଼ି କରିବା ସହ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ସାନିଟାଇଜେସନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହ କିଛି ନିର୍ଦ୍ଦିଷ୍ଟ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

Advertisment

ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ, ଥାଇଲାଣ୍ଡରୁ ଯେଉଁ ଯାତ୍ରୀ ଭାରତ ଆସିବେ ସେମାନଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍‌ ମାଣ୍ଡଭୀୟ ସୂଚନା ଦେଇଛନ୍ତି। ଏହିସବୁ ଦେଶରୁ ଯେଉଁ ଯାତ୍ରୀ ଭାରତ ଆସିବେ, ଯଦି ସେମାନଙ୍କ ପାଖରେ କରୋନାର ଲକ୍ଷଣ ଥାଏ  ବା କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସେ, ତେବେ ସମ୍ପୃକ୍ତ ଯାତ୍ରୀଙ୍କୁ କ୍ୱାରେଣ୍ଟିନରେ ରଖାଯିବ। ସମ୍ପୃକ୍ତ ଦେଶରୁ ଆସୁଥିବା ଯାତ୍ରୀ ଏୟାର ସୁବିଧା ଫର୍ମ ପୂରଣ କରିବେ। ଏୟାର ସୁବିଧା ଫର୍ମ ଜରିଆରେ ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବେ।

Advertisment

ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ପ୍ରିକସନ୍ ଡୋଜ୍ ଟିକାଦାନ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି। ରାଜ୍ୟ ସରକାରଙ୍କ ସହ ମିଟିଂ ପରେ କେନ୍ଦ୍ର ପକ୍ଷରୁ ଆଡଭାଇଜରି ଜାରି କରାଯାଇଥିଲା। ପ୍ରିକସନ୍ ଡୋଜ୍ ନେବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦିଆଯାଇଛି। ଆଗକୁ ଉତ୍ସବ ସମୟ ଥିବାରୁ, ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ପାଇଁ ପରାମର୍ଶ ଦିଆଯାଇଛି। ଗହଳି ଏଡ଼ାଇବା, ଗହଳି ଜାଗାରେ ମାସ୍କ ପରିଧାନକୁ ନିଶ୍ଚିତ କରିବା ପାଇଁ କୁହାଯାଇଛି। 

Coronavirus COVID19 Coronavirus In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ