Advertisment

ତେଜସ୍ୱୀ ଯାଦବଙ୍କ ଘରୁ ମିଳିଲା ୭୦ ଲକ୍ଷ ନଗଦ ଟଙ୍କା ଓ ଦେଢ଼ କେଜି ସୁନା

ଇଡି ଶୁକ୍ରବାର ଦିନ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ପରିସରରୁ ୭୦ ଲକ୍ଷ ନଗଦ ଟଙ୍କା, ୧.୫ କିଲୋ ସୁନା ଅଳଙ୍କାର, ୫୪୦ ଗ୍ରାମ ସୁନା ବିସ୍‌କିଟ୍‌ ଏବଂ ୯୦୦ ଆମେରିକୀୟ ଡଲାର ଜବତ କରିଛି ।

ଅଦ୍ୟତନ ହୋଇଛି
Tejashwi Yadav

Tejashwi Yadav

Advertisment

ଅଡୁଆରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର । ଚାକିରି ବଦଳରେ ଜମି ଦୁର୍ନୀତି ମାମଲରେ ଇଡି ଜାଲରେ ଫସିଛନ୍ତି ପୂରା ଯାଦବ ପରିବାର । ଏହି ମାମଲାରେ ଜଣ ଜଣ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରୁଛି । ପୁଅ ଝିଅ ସମତେ ଗର୍ଭବତୀ ବୋହୂକୁ ମଧ୍ୟ ଇଡି ଘନ ଘନ ପଚରାଉଚରା କରିଛି।

Advertisment

ଲ୍ୟାଣ୍ଡ୍ ଫର ଜବ୍ ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ସିବିଆଇର ସମନ୍। ଏ ଦୁର୍ନୀତି ମାମଲାରେ ତେଜସ୍ୱୀଙ୍କୁ ପଚରାଉଚରା ଲାଗି ଆଜି ସମନ୍ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଏହାକୁ ମିଶାଇ ଏ ମାମଲାରେ ତେଜସ୍ୱୀଙ୍କୁ ଦ୍ୱିତୀୟ ଥର ପାଇଁ ସିବିଆଇ ସମନ୍ କରିଛି ।

ଏହା ପୂର୍ବରୁ ଫେବ୍ରୁଆରୀ ୪ ତାରିଖରେ ମଧ୍ୟ ତାଙ୍କୁ ସମନ କରାଯାଇଥିଲା । ଏ ଅର୍ଥ ତୋଷାରପାତ ମାମଲାରେ ପୂର୍ବରୁ ସିବିଆଇ ତେଜସ୍ୱୀଙ୍କ ଦିଲ୍ଲୀ ବାସଭବନ ସମେତ ପାଟନା, ରାଞ୍ଚି, ମୁମ୍ବାଇ ଆଦି ୨୪ଟି ସ୍ଥାନରେ ରେଡ୍ କରିଥିଲା । ତା’ସହ ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ମଧ୍ୟ ପାଟନାରେ ଜେରା କରାଯାଇଥିଲା ।

Advertisment

୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବା ସମୟରେ ରେଲୱେର ବିଭିନ୍ନ ଜୋନ୍ ରେ ଗ୍ରୁପ୍ ଡି ପୋଷ୍ଟରେ ନିଯୁକ୍ତି ଲାଗି ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗ ହୋଇଥିଲା । କିଛି ସରକାରୀ ଅଧିକାରୀଙ୍କୁ ଜମି ଦେଇ ତା ବଦଳରେ ପାଟନାର ୧୨ ଜଣଙ୍କୁ ସେଣ୍ଟ୍ରାଲ ରେଲୱେ ପକ୍ଷରୁ ନିଯୁକ୍ତି ମିଳିଥିଲା।

ଗତ ସପଟେମ୍ବରରେ ସିବିଆଇ ଏ ମାମଲାର ତଦନ୍ତ ଭାର ହାତକୁ ନେଇଥିଲା। ସିବିଆଇ ଏ ମାମଲାରେ ଲାଲୁ ଓ ରାବ୍ରୀଙ୍କ ସହ ମୋଟ୍ ୧୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଚାର୍ଜସିଟ୍ ଦାଖଲ କରି ସାରିଛି। ସେପଟେ ଏହି ସମାନ ମାମଲାରେ ଗତକାଲି ତେଜସ୍ୱୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ତାଙ୍କୁ ୧୧ ଘଣ୍ଟାର ଧରି ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତକାଲି ଇଡି ପକ୍ଷରୁ ତେଜସ୍ୱୀଙ୍କ ଦିଲ୍ଲୀ ଘରେ ରେଡ୍ କରଥିଲା । ତା’ସହ ଲାଲୁଙ୍କ ବିଭିନ୍ନ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିଲା। ଦିଲ୍ଲୀ ଏନସିଆର ଓ ପାଟନାକୁ ମିଶାଇ ମୋଟ୍ ୧୫ଟି ସ୍ଥାନରେ ରେଡ୍ କରଥିଲା ଇଡି।

Advertisment

ଗତକାଲି ବିହାର ଉପ-ମୁଖ୍ୟମନ୍ତ୍ରୀ ତଥା ତେଜସ୍ୱୀ ଯାଦବ ଓ ତାଙ୍କ ପତ୍ନୀଙ୍କୁ ଇଡି ୧୨ ଘଣ୍ଟା ଧରି ଘାଣ୍ଟି ଥିଲା । ଜେରା ପରେ ତେଜସ୍ୱୀଙ୍କ ପତ୍ନୀ ବେହୋସ ହୋଇପଡିଥିବା ଖବର ସାମ୍ନାକୁ ଆସିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ରକ୍ତଚାପ ବଢ଼ି ଯାଇଥିବା ସୂଚନା ମିଳିଛି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

ଇଡି ଶୁକ୍ରବାର ଦିନ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ପରିସରରୁ ୭୦ ଲକ୍ଷ ନଗଦ ଟଙ୍କା, ୧.୫ କିଲୋ ସୁନା ଅଳଙ୍କାର, ୫୪୦ ଗ୍ରାମ ସୁନା ବିସ୍‌କିଟ୍‌ ଏବଂ ୯୦୦ ଆମେରିକୀୟ ଡଲାର ଜବତ କରିଛି ।

ଦିଲ୍ଲୀରେ ବିହାର ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ, NCR, ପାଟନା, ରାଞ୍ଚି ଏବଂ ମୁମ୍ବାଇ ସମେତ ୨୪ ଟି ସ୍ଥାନରେ ED ଚଢ଼ାଉ କରିଥିଲା। ଶୁକ୍ରବାର ଦିନ ଲାଲୁଙ୍କ ତିନି ଝିଅ ରାଗିଣୀ, ଚନ୍ଦା ଏବଂ ହେମା ଯାଦବ ଏବଂ ଲାଲୁଙ୍କ ନିକଟତମ ବିବେଚିତ ପୂର୍ବତନ ଆରଜେଡି ବିଧାୟକ ଆବୁ ଡୋଜାନାଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା ।

CBI Lalu Prasad Yadav Tejashwi Yadav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ