Advertisment

ପର୍ଦ୍ଦାଫାସ ହେଲା ୪୦ କୋଟି ଟଙ୍କାର ଟ୍ୟାକ୍ସ ରିଫଣ୍ଡ ଦୁର୍ନୀତି, ସ୍କାନରରେ ବଡ଼ ବଡ଼ିଆ...

ହାଇଦ୍ରାବାଦରେ ୪୦ କୋଟି ଟଙ୍କାର ଟ୍ୟାକ୍ସ ରିଫଣ୍ଡ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ଦୁର୍ନୀତିରେ ସଂପୃକ୍ତି ନେଇ କିଛି ସରକାରୀ ଅଧିକାରୀ ଏବଂ ଟେକ୍ କମ୍ପାନୀ କର୍ମଚାରୀଙ୍କୁ ନୋଟିସ କରାଯାଇଛି।

ଅଦ୍ୟତନ ହୋଇଛି
IT Refund Scam In Hyderabad

Rs 40 crore IT refund scam busted in Hyderabad

Advertisment

ହାଇଦ୍ରାବାଦରେ ୪୦ କୋଟି ଟଙ୍କାର ଟ୍ୟାକ୍ସ ରିଫଣ୍ଡ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ଏହି ଦୁର୍ନୀତିରେ ସଂପୃକ୍ତି ନେଇ ୮ ଜଣ କନସଲଟାଣ୍ଟ, ରେଲୱେ ଓ ପୋଲିସ ବିଭାଗର କର୍ମଚାରୀଙ୍କ ସମେତ ହାଇଦ୍ରାବାଦ ଓ ବିଜୟୱାଡା ସ୍ଥିତ ଏକାଧିକ ଟେକ୍ କମ୍ପାନୀ, ଆୟକର ତଦନ୍ତ ୱିଙ୍ଗର ସ୍କାନରରେ ଅଛନ୍ତି। ବୁଧବାର ଆୟକର ଅଧିକାରୀ ନିଜାମପେଟ, ଏଲ୍‌ବି ନଗର ଏବଂ ବନସ୍ଥଳିପୂରମ୍‌ର ଏକାଧିକ ସ୍ଥାନରେ ଯାଞ୍ଚ କରିଥିଲେ।

Advertisment

ଦୁର୍ନୀତିରେ ସଂପୃକ୍ତି ନେଇ କିଛି ସରକାରୀ ଅଧିକାରୀ ଏବଂ ଟେକ୍ କମ୍ପାନୀ କର୍ମଚାରୀଙ୍କୁ ନୋଟିସ କରାଯାଇଛି। ସେମାନଙ୍କ ବିରୋଧରେ ଅପରାଧିକ ମାମଲା ବି ଦାୟର ହୋଇଛି। ଆୟକର ବିଭାଗର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଏହାଏକ ବଡ଼ ଧରଣର ଦୁର୍ନୀତି। ଏଥିରେ ଅନେକ ସରକାରୀ ଓ ଟେକ୍ କମ୍ପାନୀ କର୍ମଚାରୀଙ୍କ ସଂପୃକ୍ତି ରହିଛି।

ଆଇଟି କନସଲଟାଣ୍ଟ ଜାଲ୍ କାଗଜପତ୍ର ତିଆରି କରିବା ସହ ୮୦-ସିସି ଏବଂ ୮୦-ଡିଡି ଆଧାରରେ ବିନା ସଠିକ କାଗଜପତ୍ରରେ ଆୟକର ରିଟର୍ଣ୍ଣ ଫାଇଲ୍‌ କରୁଥିଲେ। ଜଣେ ଜଣେ କନସଲଟାଣ୍ଟ ୫ ଶହରୁ ହଜାରେ ଲେଖାଏ ଆଇଟି ରିଟର୍ଣ୍ଣ ଫାଇଲ୍‌ କରିଥିବା ସୂଚନା ମିଳିଛି। 

Advertisment
Income Tax
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ