Advertisment

ଭୟଙ୍କର ଦୁର୍ଘଟଣା : ଅଟୋ ଉପରେ ଓଲଟିଲା କଣ୍ଟେନର, ୪ ମୃତ

ଦୁର୍ଘଟଣା କେତେବେଳେ ଆସିବ ତାହାର କୌଣସି ଠିକ୍‌ ଠିକଣା ନଥାଏ। ଏକଥା ପୂରା ସତ। ଆଉ ଠିକ୍‌ ଏପରି ଏକ ଘଟଣା ରାଜଧାନୀରେ ଘଟିଛି। ରାସ୍ତାରେ ଯାଉଥିବା ଅଟୋ ଉପରେ ଏକ କଣ୍ଟେନର ପଡ଼ିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଆସିବ ତାହାର କୌଣସି ଠିକ୍‌ ଠିକଣା ନଥାଏ। ଏକଥା ପୂରା ସତ। ଆଉ ଠିକ୍‌ ଏପରି ଏକ ଘଟଣା ରାଜଧାନୀରେ ଘଟିଛି। ରାସ୍ତାରେ ଯାଉଥିବା ଅଟୋ ଉପରେ ଏକ କଣ୍ଟେନର ପଡ଼ିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ବ୍ୟସ୍ତବହୁଳ ରାଜଧାନୀ ଦିଲ୍ଲୀରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ହଠାତ୍‌ କଣ ହେଲା? କେହି କିଛି ବୁଝିପାରିଲେ ନାହିଁ। ସମସ୍ତେ ଯେମିତି ସ୍ତବ୍ଧ ହୋଇରହିଗଲେ। ରାସ୍ତା ଉପରେ ଗାଡ଼ି ଚଳାଚଳ ମଧ୍ୟ ଠପ୍‌ ହୋଇଗଲା। ସୂଚନା ଅନୁସାରେ, ରିଙ୍ଗ୍‌ ରୋଡ୍‌ ଉପରେ ଯାଉଥିବା କଣ୍ଟେନରଟି କୌଣସି କାରଣରୁ ତଳେ ଯାଉଥିବା ଅଟୋ ଉପରେ ପଡ଼ିଯାଇଥିଲା। ଯାହାଫଳରେ ଅଟୋରେ ଥିବା ୪ ଜଣଙ୍କର ଜୀବନ ଯାଇଛି।

Advertisment

ଘଟଣା ଘଟିବା ପରେ କଣ୍ଟେନର ଡ୍ରାଇଭର ଫେରାର ହୋଇଯାଇଛି। ଆଉ ଖବର ମିଳିବା ପରେ ପୋଲିସ ପହଞ୍ଚି ତଦନ୍ତ କରୁଛି। କିନ୍ତୁ କାହିଁକି ଏମିତି ଭୟାନକ ଦୁର୍ଘଟଣା ଘଟିଲା ତାହାର ତଦନ୍ତ ହେବ ବୋଲି ଦିଲ୍ଲୀ ନଗର ନିଗମ ପକ୍ଷରୁ କୁହାଯାଇଛି। ସେପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏବେ ନୁହେଁ ବରଂ ଅନେକ ଥର ଏହି ରିଙ୍ଗ ରୋଡ୍‌ରେ ଦୁର୍ଘଟଣା ହେଉଛି। ଏପଟେ ବେପରୁଆ ଗାଡ଼ି ଚାଳନା ପାଇଁ ଏହି ଦୁର୍ଘଟଣା ହୋଇଥିବା ପୋଲିସ କହିଛି।

Delhi Delhi Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ