Advertisment

Video Callରେ କାନ୍ଦିଲେ, ଇମୋସନାଲ୍‌ ପୋଷ୍ଟ ଶେୟାର କଲେ ଲାଲୁଙ୍କ ଝିଅ...

ଲାଲୁଙ୍କ ଝିଅ ସୋସିଆଲ୍‌ ମିଡିଆରେ ଇମୋସନାଲ୍‌ ପୋଷ୍ଟ ଶେୟାର କରିଛନ୍ତି। ଲାଲୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାସହ ଅସୁସ୍ଥ ଓ ଦୁର୍ବଳ ଅନୁଭବ କରୁଥିବା ଫଟୋରେ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
RJD Supremo Lalu Yadav Hospitalised

RJD Supremo Lalu Yadav Hospitalised

Advertisment

ଆର୍‌ଜେଡି(RJD) ପ୍ରତିଷ୍ଠା ଦିବସ ଅବସରରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ(Lalu Prasad Yadav)ଙ୍କ ଝିଅ ଲାଲୁଙ୍କ ଇମୋସନାଲ୍‌ ପୋଷ୍ଟ ଶେୟାର କରିଛନ୍ତି। ଲାଲୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାସହ ଅସୁସ୍ଥ ଓ ଦୁର୍ବଳ ଅନୁଭବ କରୁଥିବା ଫଟୋରେ ଦେଖିବାକୁ ମିଳିଛି। ସୋସିଆଲ୍‌ ମିଡିଆରେ ଫଟୋ ଶେୟାର କରି ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଲେଖିଛନ୍ତି, ପାପା ମୋ ପାଇଁ ହିରୋ। ସେ ଖୁବ୍‌ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ଭଗବାନଙ୍କ ନିକଟରେ ଏହା ପ୍ରାର୍ଥନା କରୁଛି।

Advertisment

ଲାଲୁ ଯାଦବଙ୍କ ପାର୍ଟି ଆର୍‌ଜେଡିର ଆଜି ୨୬ତମ ପ୍ରତିଷ୍ଠା ଦିବସ। କିନ୍ତୁ ଲାଲୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବାରୁ କୌଣସି ସେଲିବ୍ରେସନ ହେବନାହିଁ। ପ୍ରତିଷ୍ଠା ଦିବସ ଅବସରରେ କେବଳ ପାର୍ଟିର ମେମ୍ବର୍ସଶିପ୍‌ ଅଭିଯାନ ଚାଲିବ। ସୋସିଆଲ ମିଡିଆରେ ରୋହିଣୀ ୨ଟି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଓ ମିସା ଭିଡିଓ କଲ୍‌ରେ ଲାଲୁଙ୍କୁ ଦେଖୁଛନ୍ତି। ଏଥିରେ ଉଭୟ ଭାବପ୍ରବଣ ହେବାସହ କାନ୍ଦୁଥିବା ନଜର ଆସିଛି। 

ଫଟୋ ଶେୟାର କରି ରୋହିଣୀ ଲେଖିଛନ୍ତି, ‘ମୋ ହିରୋ, ମୋ ସପୋର୍ଟ ମୋ ପାପା। ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ।’ ଶିଡ଼ିରୁ ଖସି ପଡ଼ିବା ଯୋଗୁ ଲାଲୁ ଯାଦବଙ୍କୁ ପାଟନାର ପାରସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସର୍ଜିକାଲ୍‌ ଆଇସିୟୁରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। 

Advertisment

ସୂଚନାଥାଉ କି, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଗତ ଏପ୍ରିଲରେ ଆର୍‌ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ। 

Advertisment
RJD Lalu Yadav RJD Supremo Lalu Yadav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ