Advertisment

ସ୍ୱପ୍ନରେ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପ ଦେଖିଲେ ଲାଲୁଙ୍କ ପୁଅ ! ଶେୟାର କଲେ LIVE ଭିଡିଓ...

ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଜେଜ ପ୍ରତାପଙ୍କୁ କେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ବେଶରେ ଦେଖିବାକୁ ମିଳିଛି ତ ଆଉ କେତେବେଳେ ସାଇକେଲ ଚଲାଇ ନିଜ କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Lalu Yadav's Son Tej Pratap Yadav

RJD Chief Lalu Yadav Son Tej Pratap Saw Lord Shri Krishna In His Dream

Advertisment

ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ମନ୍ତ୍ରୀ ଜେଜ ପ୍ରତାପ ଯାଦବ ତାଙ୍କର ଅନନ୍ୟ ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। କେତେବେଳେ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ବେଶରେ ଦେଖିବାକୁ ମିଳିଛି ତ ଆଉ କେତେବେଳେ ସାଇକେଲ ଚଲାଇ ନିଜ କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଏବେ ତେଜ ପ୍ରତାପ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଶେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ଭିଡିଓରେ ସେ ଶୋଇଥିବା ବେଳେ ସ୍ୱପ୍ନରେ ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ରୌଦ୍ର ଅବାତାର ଦେଖୁଥିବା ନଜର ଆସିଛି। ସ୍ୱପ୍ନରେ ଭଗବାନଙ୍କ ବିଶ୍ୱରୂପ ଦେଖି ତେଜ ପ୍ରତାପ ଆଶ୍ଚର୍ଯ୍ୟ ହୋଇ ଉଠି ପଡ଼ିଥିଲେ। ଟ୍ୱିଟରରେ ସେ ଏହି ଭିଡିଓ ଶେୟାର କରିଛନ୍ତି।

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ମନ୍ତ୍ରୀ ଜେଜ ପ୍ରତାପ ସାଇକେଲ୍‌ ଚଲାଇ ଅଫିସ୍‌ରେ ପହଞ୍ଚିଥିଲେ। ଏନେଇ ସେ କହିଥିଲେ, ସକାଳ ୯ଟାରେ ଯେତେବେଳେ ସେ ଶୋଇଥିଲେ, ସେହି ସମୟରେ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କୁ ସେ ସ୍ୱପ୍ନରେ ଦେଖିଥିଲେ। ଏହି ସମୟରେ ମୁଲାୟମ ତାଙ୍କୁ ଅନେକ କଥା କହିଥିଲେ। ଏପରିକି ତାଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ। ଖାଲି ଏତିକି ନୁହେଁ ଏପରିକି ମୁଲାୟମ ସିଂ ତାଙ୍କ ସହ ସାଇକେଲ ମଧ୍ୟ ଚଲାଇଥିଲେ। ଏଥିରୁ ତାଙ୍କୁ ସାଇକେଲ୍‌ ଚଲାଇ ଅଫିସ୍‌ ପହଞ୍ଚିବାର ପ୍ରେରଣା ମିଳିଥିଲା।

ସୂଚନାଥାଉ କି, ଗତବର୍ଷ ଅକ୍ଟୋବର ୧୦ରେ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଥିଲା। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Advertisment
Lalu Prasad Yadav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ