Rickshaw Puller Served Tax Notice
ମଥୁରା: ରିକ୍ସା ଚାଳକଙ୍କୁ ୩ କୋଟିରୁ ଅଧିକ ଟଙ୍କାର ଟିକସ ନୋଟିସ୍। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ଘଟଣାଟି ସତ। ଉତ୍ତର ପ୍ରଦେଶର ମଥୁରାରେ ଜଣେ ରିକ୍ସା ଚାଳକଙ୍କ ପାଖକୁ ୩ କୋଟିରୁ ଅଧିକ ଟଙ୍କାର ଟିକସ ପୈଠ କରିବା ଲାଗି ନୋଟିସ୍ ଆସିଛି। ଆୟକର ବିଭାଗ ପକ୍ଷରୁ ତାଙ୍କୁ ଏହି ନୋଟିସ୍ ପଠା ଯାଇଛି। ନୋଟିସ ପାଇ ତାଙ୍କ ମୁଣ୍ଡ ଉପରେ ଏବେ ଚଡକ ପଡ଼ି ଯାଇଛି। ଏନେଇ ସେ ପୋଲିସ୍ର ଦ୍ୱାରସ୍ଥ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମଥୁରାର ବାକାଲପୁର ଅଞ୍ଚଳର ଥିବା ଅମର କଲୋନୀରେ ପ୍ରତାପ ସିଂ ପେଶାରେ ଜଣେ ରିକ୍ସା ଚାଳକ। ତାଙ୍କୁ ପାଖକୁ ଆୟକର ବିଭାଗ ୩ କୋଟିରୁ ଅଧିକ ଟଙ୍କାର ଟିକସ ପୈଠ କରିବା ଲାଗି ନୋଟିସ୍ କରିଛି। ଏଭଳି ଠକେଇ ନେଇ ପ୍ରତାପ ଅଭିଯୋଗ କରି ହାଇୱେ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଏସଏଚ୍ଓ ଅନୁଜ କୁମାର କହିଛନ୍ତି, ଅଭିଯୋଗ ପରେ ବିଧିବଦ୍ଧ ଭାବେ କୌଣସି ମାମଲା ରୁଜୁ ହୋଇନି। କିନ୍ତୁ ପୋଲିସ୍ ଅଭିଯୋଗ ଉପରେ ଯାଞ୍ଚ ଆରମ୍ଭ କରିଛି।
ମାର୍ଚ୍ଚ ୧୫ ତାରିଖରେ ପ୍ରତାପ ବାକାଲପୁରରେ ଥିବା ଜନ ସୁବିଧା କେନ୍ଦ୍ରରେ ପାନ୍ କାର୍ଡ ପାଇଁ ଆବେଦନ କରିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତାପଙ୍କୁ ପାନ୍ କାର୍ଡ ଦାଖଲ ପାଇଁ କହିଥିବାରୁ ସେ ଏପରି କରିଥିଲେ। ଏହି କେନ୍ଦ୍ରଟି ତେଜ୍ ପ୍ରକାଶ ଉପାଧ୍ୟାୟଙ୍କ ମାଲିକାନାରେ ଚାଲିଛି। ବାକାଲପୁରର ସଞ୍ଜଲ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସେ ପାନ୍ କାର୍ଡର ଫଟୋ କପି ପାଇଥିଲେ। ତେବେ ସେ ପାଠ ପଢ଼ି ନଥିବାରୁ ଅର୍ଜିନାଲ ପାନ୍ କାର୍ଡ ଓ ଫଟୋ କପି ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣି ପାରି ନଥିଲେ। ଅକ୍ଟୋବର ୧୯ରେ ତାଙ୍କ ପାଖକୁ ଆୟକର ବିଭାଗ ପକ୍ଷରୁ ଫୋନ କଲ ଆସିଥିଲା। ଏହି ସମୟରେ ତାଙ୍କୁ ୩,୪୭,୫୪,୮୯୬ ଟଙ୍କା ଦେବାକୁ କୁହାଯାଇଥିଲା। ଏହା ଶୁଣି ସେ ସ୍ତବ୍ଧ ହେବାସହ ତାଙ୍କ ମୁଣ୍ଡରେ ଚଡକ ପଡ଼ିଯାଇଥିଲା। ଠକାମିର ଶିକାର ହୋଇଥିବା ଜାଣିପାରି ସେ ପୋଲିସ୍ର ଦ୍ୱାରସ୍ଥ ହୋଇଛନ୍ତି।
ପ୍ରତାପ କହିଛନ୍ତି, ତାଙ୍କ ନାଁରେ ବ୍ୟବସାୟ କରିବା ପାଇଁ ଜିଏସ୍ଟି ନମ୍ବର ରହିଛି ବୋଲି ଆୟକର ବିଭାଗର ଅଧିକାରୀ କହିଥିଲେ। ଏଥିସହ ୨୦୧୮-୧୯ରେ ସେ କରୁଥିବା ବ୍ୟବସାୟର ଟର୍ଣ୍ଣ ଓଭର ୪୩,୪୪,୩୬,୨୦୧ ଟଙ୍କା ରହିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us