Advertisment

ଘର ଭିତରୁ ମିଳିଲା ପ୍ରଫେସର ଦମ୍ପତିଙ୍କ ଝୁଲନ୍ତା ମୃତଦେହ

ଅସୁସ୍ଥତା କାରଣରୁ ଅଧିକାଂଶ ସମୟ ଏହି ପ୍ରଫେସର ଦମ୍ପତି ଶଯ୍ୟାଶାୟୀ ଥିଲେ। ଫଳରେ ଏଥିରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବୁଧବାର ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

Delhi University Professor Couple Dies

Delhi University Professor Couple Dies

Advertisment

ନୂଆଦିଲ୍ଲୀ: ଫ୍ରଫେସର ଦମ୍ପତିଙ୍କ ଆତ୍ମହତ୍ୟା। ଅସୁସ୍ଥତା କାରଣରୁ ଅଧିକାଂଶ ସମୟ ଏହି ପ୍ରଫେସର ଦମ୍ପତି ଶଯ୍ୟାଶାୟୀ ଥିଲେ। ଫଳରେ ଏଥିରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବୁଧବାର ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ମୃତ ଫ୍ରଫେସର ଦମ୍ପତି ହେଲେ ରାକେଶ କୁମାର ଜୈନ(୭୪) ଓ ପତ୍ନୀ ଉଷା ରାକେଶ କୁମାର ଜୈନ(୬୯)। ଦିଲ୍ଲୀର ଏକ ୟୁନିଭର୍ସିଟିର ଫ୍ରଫେସର ଥିବା ରାକେଶ ଓ ଉଷା ଚାକିରିରୁ ଅବସର ନେଇଥିଲେ। ଗୋବିନ୍ଦପୁରୀ ଅଞ୍ଚଳରେ ଥିବା ବାସଭବନରେ ଷ୍ଟିଲ୍‌ ପାଇପ୍‌ରେ ଝୁଲନ୍ତା ଅବସ୍ଥା ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଘରର ଏକ ଟେବଲ୍‌ ଉପରେ ରଖାଯାଇଥିବା ୨ଟି ନୋଟ୍‌କୁ ପୋଲିସ୍ ଜତବ କରିଛି। ଦୁର୍ଘଟଣା ପରେ ଶଯ୍ୟାଶାୟୀ ହେବାକୁ ପଡ଼ିଲା। ଫଳରେ ଏଥିରେ ଅତିଷ୍ଠ ହୋଇ ଏଭଳି ଚରମ ପଦକ୍ଷେପ ନେବାକୁ ପଡ଼ିଲା ଦମ୍ପତି ଏହି ନୋଟ୍‌ରେ ଉଲ୍ଲେଖ କରିଛନ୍ତି। 

Advertisment

ସୂଚନା ଅନୁସାରେ, ବୁଧବାର ଅପରାହ୍ଣରେ କେୟାର ଟେକର୍‌ ଅଜିତ, ରାକେଶ ଓ ଉଷାଙ୍କ ଘରକୁ ଯାଇଥିଲେ। ଅଜିତ ବାରମ୍ବାର ଘରର ବେଲ୍‌ ବଜାଇବା ସତ୍ତ୍ୱେ କେହି ଉତ୍ତର ଦେଇନଥିଲେ। ଶେଷରେ ଏନେଇ ସେ ରାକେଶଙ୍କ ଝିଅ ଅଙ୍କିତାଙ୍କୁ ଫୋନ୍‌ କରି ଜଣାଇଥିଲେ। ଅଙ୍କିତା ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ। ଏହାପରେ ଷ୍ଟିଲ୍‌ ପାଇପ୍‌ରେ ବାପାମା’ଙ୍କ ଝୁଲନ୍ତା ମୃତଦେହ ଦେଖିବା ପରେ ସେ ପୋଲିସ୍‌କୁ ଖବର ଦେଇଥିଲେ।  

Advertisment

ପୋଲିସ୍‌ ସୂଚନା ଅନୁସାରେ, ଗତ ବର୍ଷ ଏହି ବୃଦ୍ଧ ଦମ୍ପତି ଉତ୍ତର ପ୍ରଦେଶରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ଉଭୟ ଆହତ ହୋଇ ଶଯ୍ୟାଶାୟୀ ଥିଲେ। କେୟାର ଟେକର ଅଜିତ୍‌ ସେମାନଙ୍କର ଯତ୍ନ ନେଉଥିଲେ। ହେଲେ ଏଥିରେ ସେମାନେ ସନ୍ତୁଷ୍ଟ ନଥିଲେ। ଫଳରେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। 

Delhi University Couple Found Dead Professor Couple Dies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ