ଏଣିକି ରାତିସାରା ଖୋଲାରହିବ ରେଷ୍ଟୁରାଂଟ୍‌

ଗ୍ରାହକଙ୍କ ଲାଗି ବଡ଼ ଖବର । ଏଣିକି ସାରାରାତି ଖୋଲା ରହିବ ରେଷ୍ଟୁରାଂଟ୍‌...ଯିଏ ଯେତେବେଳେ ଚାହିଁବ ସିଏ ସେତେବେଳେ ଖାଇବ

Restaurants

ଅନେକ ସମୟରେ ରାତି ଅଧିକ ହୋଇଯାଉଥିବାରୁ ରେଷ୍ଟୁରାଂଟ ବନ୍ଦ ହୋଇଯାଇଥାଏ । ତେଣୁ ଖାଇବା ନପାଇ ବିରକ୍ତ ହୁଅନ୍ତି ସମସ୍ତେ । ହେଲେ ଏବେ ଆଉ ଆପଣ ବିରକ୍ତ ହେବେନି । କାରଣ ୨୪ ଘଂଟା ଖୋଲା ରହିବ ରେଷ୍ଟୁରାଂଟ । ଯେତେବେଳେ ଇଚ୍ଛା ସେତେବେଳେ ମନଇଚ୍ଛା ଡିସ୍‌ ମଗାଇ ଖାଇବେ ଆପଣ । ହଁ...ଠିକ୍‌ ଶୁଣିଲେ । ଏଣିକି ରେଷ୍ଟୁରାଂଟ ଖୋଲିବ ୨୪ ଘଂଟା । ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ହରିୟାଣା ସରକାର ।

ଏଣିକି ହରିୟାଣାରେ ଥିବା ରେଷ୍ଟୁରାଣ୍ଟ ପ୍ରତିଦିନ ୨୪ ଘଣ୍ଟା ଖୋଲା ରହିବ । ରାତି ଅଧରେ ବି ମିଳିବ ମନପସନ୍ଦର ଖାଦ୍ୟ । ଏପରି ନିଷ୍ପତ୍ତି ସମ୍ପର୍କରେ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଘୋଷଣା କରିଛନ୍ତି । ଗତ କିଛି ଦିନ ତଳେ ହରିୟାଣା ରାଜ୍ୟର ରେଷ୍ଟୁରାଣ୍ଟ ୟୁନିୟନ ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ରାତିରେ ବି ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । 

ରେଷ୍ଟୁରାଣ୍ଟ ୟୁନିୟନର ଦାବି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇ ୨୪ ଘଂଟିଆ ରେଷ୍ଟୁରାଂଟ ଖୋଲାଯାଉଥିବା ନେଇ ନିଷ୍ପତ୍ତି ନିଆଯାଇଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏହି ବୈଠକରେ ଖାଦ୍ୟ ଓ ଯୋଗାଣ ବିଭାଗ ବିଭାଗ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ନିଷ୍ପତ୍ତି ଘୋଷଣା ହେବା ପରେ ଏଣିକି ରାତିରେ ରେଷ୍ଟୁରାଣ୍ଟ ବନ୍ଦ ହେବନି ବୋଲି ଜଣାପଡ଼ିଛି ।